ପତାଲେଇ Patalei

  • ଦେ. ବି. (ସଂ. ପତ୍ର ଓ ଲିହ ଧାତୁ=ଚାଟିବା; ଏମାନେ ଗଛର ପତ୍ର ଖାଇବାରୁ) — ସମ୍ବାଳୁଆ — Caterpillar
  • ଦେ. ବି. (ସଂ. ପତ୍ର ଓ ଲିହ ଧାତୁ=ଚାଟିବା; ଏମାନେ ଗଛର ପତ୍ର ଖାଇବାରୁ) — [ଦ୍ର- ଏମାନେ ଗଛର ଡାଳ ପତ୍ର ଆଦିରେ ଜାବୁଡ଼ି କରି ଲାଗି ରହି ପତ୍ରକୁ ଖାଇ ଯାଆନ୍ତି। ଏଥିପାଇଁ ଯେଉଁ ଲୋକ ଅନ୍ୟ ଲୋକ ସଙ୍ଗରେ ନାଛୋଡ଼ବନ୍ଦା ହୋଇ ଲାଗିଥାଏ ଓ ତାର ସର୍ବନାଶ ଘଟାଏ ତାକୁ କହନ୍ତି ସେ ତା ସାଙ୍ଗେ ପତାଲେଇ ଭଳିଆ ଲାଗିଛି।]