ପଞ୍ଚାନନ Pan̄chānana

  • ସଂ. ବିଣ. (ବହୁବ୍ରୀହି; ପଞ୍ଚ+ଆନନ) — ପଞ୍ଚମୁଖବିଶିଷ୍ଟ — Five-faced
  • ସଂ. ବି. — ମହାଦେବ; ଶିବ — Ṡiba
  • ସଂ. ବି. — ସିଂହ — Lion
  • ସଂ. ବି. — [ଦ୍ର—ସିଂହକୁ ପଞ୍ଚାନନ ବୋଲାଯିବାର ବ୍ୟୁତ୍ପତ୍ତି କେହି କେହି 'ପଞ୍ଚ ଅର୍ଥାତ୍ ବିସ୍ତୃତ ଆନନ୍ଦ ଯାହାର' ଏପରି କରନ୍ତି; କେହି କେହି ସିଂହର ଏକମୁଖ ଓ ଚାରିଟି ପଞ୍ଝା ତାହାର ମୁଖର କାର୍ଯ୍ୟ କରେ— ବୋଲି କହନ୍ତି—(ହି. ଶ)।]
  • ସଂ. ବି. — ସଙ୍ଗୀତରେ ସ୍ୱରସାଧନର ଏକ ପ୍ରଣାଳୀ — A kind of exercise of the scales of music
  • ସଂ. ବି. — [ଦ୍ର—ଆରୋହୀ ପଞ୍ଚାନନ ଯଥା—ସାରେଗମପ, ରେଗମପଧ, ଗମ ପଧନି, ମପଧନିସା।
  • ସଂ. ବି. — ଅବରୋହୀ ପଞ୍ଚାନନ ଯଥା—ସାନିଧପମ, ନିଧପମଗ, ଧପମଗରେ ପମଗରେସା—ହି. ଶବ୍ଦସାଗର।]