ପଞ୍ଚାଙ୍ଗ Pan̄chāṅga
- ସଂ. ବିଣ. ପୁଂ. (ବହୁବ୍ରୀହି; ପଞ୍ଚ+ଅଙ୍ଗ) — ପଞ୍ଚ ଅବୟବବିଶିଷ୍ଟ — Having 5 limbs or parts
- ସଂ. ବିଣ. ପୁଂ. (ବହୁବ୍ରୀହି; ପଞ୍ଚ+ଅଙ୍ଗ) — ବାହୁଦ୍ୱୟ, ଜାନୁଦ୍ୱୟ, ମସ୍ତକ, ବକ୍ଷସ୍ଥଳ ଓ ଚକ୍ଷୁଦ୍ୱାରା ସାଧନୀୟ (ପ୍ରଣାମ) — (obeisance) Done with the 5 parts of the body
- ସଂ. ବି — ରାଜ୍ୟ ରକ୍ଷାର 5 ଟି ଉପାୟ — ରାଜ୍ୟ ରକ୍ଷାର5ଟି ଉପାୟ—. The five expendients for maintaining a kingdom; the 5 terms of political expedients
- ସଂ. ବି — [ଦ୍ର—ସହାୟ, ସାଧନୋପାୟ, ଦେଶକାଳ ଭେଦ, ବିପତ୍ତି ପ୍ରତିକାର ଓ ସିଦ୍ଧି ଏହି ପାଞ୍ଚ ଗୋଟି ରାଜ୍ୟ ରକ୍ଷାର ଉପାୟ ବା ପଞ୍ଚାଙ୍ଗ; ମତାନ୍ତରରେ ସହାୟ, ସାଧନ ଉପାୟ, ଦେଶକାଳ ଭେଦ, ବିପତ୍ ପ୍ରତିକାର ପଞ୍ଚାଙ୍ଗ ଅଟେ।]
- ସଂ. ବି — କଚ୍ଛପ — Tortoise
- ସଂ. ବି — ଘୋଡ଼ା — Horse
- ସଂ. ବି — ଜପ, ତପ (ବା ହୋମ), ତର୍ପଣ, ଅଭିଷେକ ଓ ବ୍ରାହ୍ମଣ ଭୋଜନ ଏହି ପାଞ୍ଚ ଗୋଟି ତାନ୍ତ୍ରିକ କର୍ମ — The fivefold duties of a devotee according to the Tantric rites
- ସଂ. ବି — (ବୈଦ୍ୟକ) ଗଛର ମୂଳ, ଛାଲ, ପତ୍ର, ଫୁଲ ଓ ଫଳ — The five parts of a tree
- ସଂ. ବି — ମନୁଷ୍ୟର ପାଞ୍ଚଟି ଅଙ୍ଗ — The 5 limbs of man
- ସଂ. ବି — [ଦ୍ର—ବାହୁ, ଜାନୁ, ମସ୍ତକ, ବକ୍ଷସ୍ଥଳ ଓ ଚକ୍ଷୁ, ମନୁଷ୍ୟର ଏହି ପାଞ୍ଚ ଗୋଟି ଅଙ୍ଗ ପ୍ରଣାମ କରିବା ସମୟରେ ଭୂମିରେ ଲଗା ହୁଅନ୍ତି।]
- ସଂ. ବି — (ଜ୍ୟୋତିଷ) ତିଥି, ବାର, ନକ୍ଷତ୍ର, ଯୋଗ ଓ କରଣ — (astrology) The five ascertainable data of a particular time
- ସଂ. ବି — ଦୁଇ ହାତ, ଦୁଇ ଆଣ୍ଠୁ ଓ ମୁଣ୍ଡକୁ ଭୂମିରେ ଲଗାଇ କରାଯିବା ପ୍ରଣାମ (ହି ଶ.) — Obeisance done by touching the ground with one's two hands, two knees and the head