ପଞ୍ଚମୂଳ Pan̄cha mūḻa

  • ସଂ. ବି — (ବହୁବ୍ରୀହି; ପଞ୍ଚ+ମୂଳ) ବୈଦ୍ୟଶାସ୍ତ୍ରମତେ ପାଞ୍ଚ ପ୍ରକାର ବିଭିନ୍ନ ଗଛର ମୂଳଦ୍ୱାରା ପ୍ରସ୍ତୁତ ପାଚନ— ବିଶେଷ — A decoction made up of 5 roots
  • ସଂ. ବି — (ସମାହାର ଦ୍ୱିଗୁ) (ବୈଦ୍ୟଶାସ୍ତ୍ର) ପାଞ୍ଚ ଗୋଟି ବିଶିଷ୍ଟ ମୂଳର ସମଷ୍ଟି — A collection of 5 kinds of roots for medicinal purposes
  • ସଂ. ବି — [ଦ୍ର—ଆୟୁର୍ବେଦରେ 9 ପ୍ରକାର ପଞ୍ଚମୂଳ ବର୍ଣ୍ଣିତ ଅଛି— 1 । ସ୍ୱଳ୍ପ ପଞ୍ଚମୂଳ ବା ଘୁଲ ପଞ୍ଚମୂଳ—ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ଲଟା— ବେଁକୋଳି, ଅଙ୍କରାନ୍ତି ଓ ଗୋଖରା ମୂଳ— 2 । ବୃହତ୍ ପଞ୍ଚମୂଳ— ବେଲ, ପାଟେଳି, ଗମ୍ଭାରୀ, ଫଣଫଣା ଓ ଅଗବଥୁ ମୂଳ— 3 । ତୃଣ ପଞ୍ଚମୂଳ—କୁଶ, କାଶ, ଶର, ଆଖୁ ଓ ଶାଳୀଧାନ ମୂଳ— 4 । ଶତାବର୍ଯ୍ୟାଦି ପଞ୍ଚମୂଳ—ଛତୋରୀ, ଭୂଇଁକଖାରୁ, ଜୀବନ୍ତୀ, କ୍ଷୀର— କାଙ୍କୋଲା ଓ ଜୀବକ ବୃକ୍ଷର ମୂଳ— 5 । ଜୀବକାଦି ପଞ୍ଚମୂଳ— ଜୀବକ, ମେଦା, ମହାମେଦା, ଋଷଭକ ଓ ଜୀବନ୍ତୀମୂଳ— 6 । ବଳାଦି ପଞ୍ଚମୂଳ—ବାଡ଼ି ଅଅଁଳା, ପୁରୁଣୀ, ଗବ, ମୁଗପର୍ଣ୍ଣୀ ବା ମୁଦ୍ଗପର୍ଣ୍ଣୀ ଓ ମାଷପର୍ଣ୍ଣୀ ମୂଳ— 7 । ଗୋକ୍ଷୁରାଦି ପଞ୍ଚମୂଳ—ଗୋଖୁରା, ଶୋୟାକୁଳ, ମହାକାଳ, ସୋରିଷ ଓ ଚାକୁଣ୍ଡାମୂଳ— 8 । ଗୁଡ଼ୁଚ୍ୟାଦି ବା ବଲ୍ଲୀ ପଞ୍ଚମୂଳ—ଗୁଳୁଚି, ମେଣ୍ଢାଶୃଙ୍ଗୀ, ଚେମେଡ଼ିଲଇମୂଳ, ଭୂଇଁକଖାରୁ ଓ ହଳଦୀମୂଳ— 9 । କଣ୍ଟକ ପଞ୍ଚମୂଳ—କରଞ୍ଜ, ଗୋଖୁରା, ଶତମୂଳୀ ବ୍ରାହ୍ମଣଝାଟିଆ ଓ କଣ୍ଟାଲେଉଟିଆ ମୂଳ।] — [ଦ୍ର—ଆୟୁର୍ବେଦରେ9ପ୍ରକାର ପଞ୍ଚମୂଳ ବର୍ଣ୍ଣିତ ଅଛି—1 ସ୍ୱଳ୍ପ ପଞ୍ଚମୂଳ ବା ଘୁଲ ପଞ୍ଚମୂଳ—ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ଲଟା— ବେଁକୋଳି, ଅଙ୍କରାନ୍ତି ଓ ଗୋଖରା ମୂଳ—2 ବୃହତ୍ ପଞ୍ଚମୂଳ— ବେଲ, ପାଟେଳି, ଗମ୍ଭାରୀ, ଫଣଫଣା ଓ ଅଗବଥୁ ମୂଳ—3 ତୃଣ ପଞ୍ଚମୂଳ—କୁଶ, କାଶ, ଶର, ଆଖୁ ଓ ଶାଳୀଧାନ ମୂଳ—4 ଶତାବର୍ଯ୍ୟାଦି ପଞ୍ଚମୂଳ—ଛତୋରୀ, ଭୂଇଁକଖାରୁ, ଜୀବନ୍ତୀ, କ୍ଷୀର— କାଙ୍କୋଲା ଓ ଜୀବକ ବୃକ୍ଷର ମୂଳ—5 ଜୀବକାଦି ପଞ୍ଚମୂଳ— ଜୀବକ, ମେଦା, ମହାମେଦା, ଋଷଭକ ଓ ଜୀବନ୍ତୀମୂଳ—6 ବଳାଦି ପଞ୍ଚମୂଳ—ବାଡ଼ି ଅଅଁଳା, ପୁରୁଣୀ, ଗବ, ମୁଗପର୍ଣ୍ଣୀ ବା ମୁଦ୍ଗପର୍ଣ୍ଣୀ ଓ ମାଷପର୍ଣ୍ଣୀ ମୂଳ—7 ଗୋକ୍ଷୁରାଦି ପଞ୍ଚମୂଳ—ଗୋଖୁରା, ଶୋୟାକୁଳ, ମହାକାଳ, ସୋରିଷ ଓ ଚାକୁଣ୍ଡାମୂଳ—8 ଗୁଡ଼ୁଚ୍ୟାଦି ବା ବଲ୍ଲୀ ପଞ୍ଚମୂଳ—ଗୁଳୁଚି, ମେଣ୍ଢାଶୃଙ୍ଗୀ, ଚେମେଡ଼ିଲଇମୂଳ, ଭୂଇଁକଖାରୁ ଓ ହଳଦୀମୂଳ—9 କଣ୍ଟକ ପଞ୍ଚମୂଳ—କରଞ୍ଜ, ଗୋଖୁରା, ଶତମୂଳୀ ବ୍ରାହ୍ମଣଝାଟିଆ ଓ କଣ୍ଟାଲେଉଟିଆ ମୂଳ]