ପଛରେ ଲାଗିବା Pachhere lāgibā

  • ଦେ. କ୍ରି — କୌଣସି ବ୍ୟକ୍ତିର ଗତିବିଧିକୁ ସାବଧାନତା ସହକାରେ ଓ ତାହାର ଅଜ୍ଞାତରେ ଲକ୍ଷ୍ୟ କରିବା — To watch the movements of a person
  • ଦେ. କ୍ରି — (ଯଥା—ସନ୍ଦେହୀ ଆସାମୀ ପଛରେ ଡିଟେକ୍ଟିଭ୍ ଲାଗିଛନ୍ତି।)
  • ଦେ. କ୍ରି — କୈଣସି ବ୍ୟକ୍ତି ବା ଜୀବ ଯେଉଁ ବାଟେ ଯାଇଛି ତାହାର ଖୋଜ ବା ଚିହ୍ନକୁ ଲକ୍ଷ୍ୟ କରି ଅନୁସରଣ କରିବା — To track a person
  • ଦେ. କ୍ରି — (ଯଥା—ଘାଉଆ ବାଘ ପଛରେ ଶିକାରୀଯାକ ଲାଗିଛନ୍ତି।)
  • ଦେ. କ୍ରି — କୌଣସି ବ୍ୟକ୍ତିର ଅନିଷ୍ଟାଚରଣ କରିବାକୁ ତାହାର ଛିଦ୍ର ଓ ଦୋଷ ସନ୍ଧାନ କରିବା — To be on the look out for the faults of another with a view to injure him
  • ଦେ. କ୍ରି — (ଯଥା—ଜଣକ ପଛରେ ଅଫିସଯାକ ସମସ୍ତେ ଲାଗିଲେ ସେ କେତେଦିନ ଚଳିପାରିବ?)
  • ଦେ. କ୍ରି — କୌଣସି ବ୍ୟକ୍ତିର ସେବାରେ ନିଯୁକ୍ତ ହେବା — To be engaged in serving a person
  • ଦେ. କ୍ରି — (ଯଥା—ଦିନରାତି ରାଜାଙ୍କ ପଛରେ 10 ଜଣ ସେବାକାରୀ ଲାଗିଛନ୍ତି।) — (ଯଥା—ଦିନରାତି ରାଜାଙ୍କ ପଛରେ10ଜଣ ସେବାକାରୀ ଲାଗିଛନ୍ତି)
  • ଦେ. କ୍ରି — କୌଣସି ବ୍ୟକ୍ତି ବା ବସ୍ତୁ ପାଇଁ (ଏତେ ଧନ) ବ୍ୟୟିତ ହେବା — To be spent for a certain purpose
  • ଦେ. କ୍ରି — (ଯଥା—ଏ ପିଲାର ପଢ଼ା ପଛରେ ମୋର ବର୍ଷକେ ହଜାରେ ଟଙ୍କା ଲାଗୁଛି।)
  • ଦେ. କ୍ରି — ପଛରେ ଗୋଡ଼ାଇବା (ଦେଖ) — Pachhare goṟḍ̠āibā (See)
  • ଦେ. କ୍ରି — କୌଣସି ବ୍ୟକ୍ତିକୁ ବାରମ୍ବାର ଅନୁରୋଧ କରିବା ବା ପ୍ରବର୍ତ୍ତାଇବା — To be engaged in pressing or requesting or inducing or inciting a person to do something