ପଚା ପତ୍ର Pachā patra

  • ଦେ. ବି. (ସଂ. ବାରେନ୍ଦ୍ର ପତ୍ର) — ଏକପ୍ରକାର ସୁବାସିତ ପତ୍ର — A kind of scented leaf; Pagostemon Patchouli
  • ଦେ. ବି. (ସଂ. ବାରେନ୍ଦ୍ର ପତ୍ର) — [ଦ୍ର—ଏହା ତୁଳସ୍ୟାଦି ବର୍ଗର କଦାକାର ଶାକବିଶେଷ। ପତ୍ର ଶୁଖିଲେ ମଧ୍ୟ ତହିଁରେ ସୁଗନ୍ଧ ଥାଏ। ଏହାକୁ ତେଲରେ ପକାଇଲେ ତେଲ ସୁଗନ୍ଧିତ ହୁଏ— ଯୋଗେଶଚନ୍ଦ୍ର।
  • ଦେ. ବି. (ସଂ. ବାରେନ୍ଦ୍ର ପତ୍ର) — ଏ ଗୁଳ୍ମ ପଶ୍ଚିମଭାରତ, ମଧ୍ୟପ୍ରଦେଶ, ବୋମ୍ବାଇ ଓ ବେରାରରେ ଜନ୍ମେ। ଏହାର ପତ୍ରରୁ ଓ ଡାଙ୍ଗରୁ ଏକପ୍ରକାର ସୁବାସିତ ତେଲ ବାହାରେ। ଏ ତେଲର ଇଉରୋପରେ ଖୁବ୍ ଆଦର। ଏ ଗଛ ପାନ ବରଜର ଉଚ୍ଚ ଡିହ ଜମିରେ ଦୁଇହାତ ଛଡ଼ାଇ ପୋତାଯାଏ। ଏକ ଗଛରୁ 6 ମାସ ଅନ୍ତରରେ ଦୁଇଥର ଡାଳ କଟାଯାଏ ଓ ଶୁଖିଲା ଡାଳକୁ ବଡ଼ ବଡ଼ ଗୋଛା ବାନ୍ଧି ବିଦେଶକୁ ରପ୍ତାନି କରାଯାଏ। 66 ସେର ଡାଙ୍ଗ ଓ ପତ୍ରରୁ 15 ସେର ପର୍ଯ୍ୟନ୍ତ ତେଲ ବାମ୍ଫୁଆଣି— ଦ୍ୱାରା ବାହାର କରାଯାଏ—ହି. ଶବ୍ଦସାଗର।] — ଏ ଗୁଳ୍ମ ପଶ୍ଚିମଭାରତ, ମଧ୍ୟପ୍ରଦେଶ, ବୋମ୍ବାଇ ଓ ବେରାରରେ ଜନ୍ମେ ଏହାର ପତ୍ରରୁ ଓ ଡାଙ୍ଗରୁ ଏକପ୍ରକାର ସୁବାସିତ ତେଲ ବାହାରେ ଏ ତେଲର ଇଉରୋପରେ ଖୁବ୍ ଆଦର ଏ ଗଛ ପାନ ବରଜର ଉଚ୍ଚ ଡିହ ଜମିରେ ଦୁଇହାତ ଛଡ଼ାଇ ପୋତାଯାଏ ଏକ ଗଛରୁ6ମାସ ଅନ୍ତରରେ ଦୁଇଥର ଡାଳ କଟାଯାଏ ଓ ଶୁଖିଲା ଡାଳକୁ ବଡ଼ ବଡ଼ ଗୋଛା ବାନ୍ଧି ବିଦେଶକୁ ରପ୍ତାନି କରାଯାଏ66ସେର ଡାଙ୍ଗ ଓ ପତ୍ରରୁ15ସେର ପର୍ଯ୍ୟନ୍ତ ତେଲ ବାମ୍ଫୁଆଣି— ଦ୍ୱାରା ବାହାର କରାଯାଏ—ହି. ଶବ୍ଦସାଗର]
  • ଦେ. ବି. (ସଂ. ବାରେନ୍ଦ୍ର ପତ୍ର) — ସଢ଼ା ପତ୍ର — Putrefied or rotten leaf