ପଇତା Paitā

  • ଦେ. ବି. (ସଂ. ପବିତ୍ର; ଉପବୀତ) — ବ୍ରାହ୍ମଣ କ୍ଷତ୍ରିୟ ଓ ବୈଶ୍ୟଙ୍କର ଯଜ୍ଞସୂତ୍ର; ଯଜ୍ଞୋପବୀତ — The sacred thread worn by Brāhmaṇas, Kshatriyas and Bai̱ṡyas
  • ଦେ. ବି. (ସଂ. ପବିତ୍ର; ଉପବୀତ) — ଜପକୁ କଲେ ପଇତାରେ ହାତ ଦେଇ। କୃଷ୍ଣସିଂହ. ମହାଭାରତ, ବନ ।
  • ଦେ. ବି. (ସଂ. ପବିତ୍ର; ଉପବୀତ) — ଯଜ୍ଞୋପବୀତ ଗ୍ରହଣ ଅନୁଷ୍ଠାନ; ବ୍ରତରୂପ ସଂସ୍କାର — The ceremony of being invested with the sacred thread
  • ଦେ. ବି. (ସଂ. ପବିତ୍ର; ଉପବୀତ) — [ଦ୍ର— ବ୍ରାହ୍ମଣମାନଙ୍କର ପିନ୍ଧିବା ପଇତାକୁ 3 ଖିଅ ଲେଖାଏଁ କରି ଗଣ୍ଠି ପକାଇବାକୁ ହୁଏ। ଯେଉଁମାନଙ୍କର ପିତା ବଞ୍ଚିଥାନ୍ତି ସେମାନେ 2 ଗଣ୍ଠି ଯୁକ୍ତ 6 ଖିଅ ଓ ମୃତ ପିତୃକମାନେ 3 ଗଣ୍ଠିଯୁକ୍ତ 9 ଖିଅ ପଇତା ପିନ୍ଧନ୍ତି। ବେଦ ଭେଦରେ ଓ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଭେଦରେ ପଇତାର ଗଣ୍ଠି ବିଭିନ୍ନ। ପଇତାରେ ଗଣ୍ଠି ପକାଇବା ପରେ ତାହାକୁ ଅଭିମନ୍ତ୍ରିତ କରି ପିନ୍ଧିବାକୁ ହୁଏ। ସାଧାରଣତଃ ପଇତା ବାମକାନ୍ଧରୁ ଡାହାଣ ପାଖ ଅଣ୍ଟା ପର୍ଯ୍ୟନ୍ତ (ଶାସ୍ତ୍ରୋକ୍ତମତେ ନାଭି— ପର୍ଯ୍ୟନ୍ତ ଲମ୍ବା ହୋଇ) ଲମ୍ବିଥାଏ। ଏ ପ୍ରକାର ପରିଧାନକୁ 'ସବ୍ୟ' ବୋଲାଯାଏ। ପ୍ରେତକର୍ମ ଓ ପିତୃକର୍ମ କରିବାବେଳେ କେବେ କେବେ ପଇତାକୁ ଡାହାଣ କାନ୍ଧରୁ ବାଆଁ ଅଣ୍ଟା ପର୍ଯ୍ୟନ୍ତ ଲମ୍ବାଇବାକୁ ପଡ଼େ; ଏହାକୁ 'ଅପସବ୍ୟ' ବୋଲାଯାଏ ଏବଂ ସନକାଦି ମୁନିମାନଙ୍କୁ ତର୍ପଣ କରିବା ସମୟରେ ଓ ଶୁଦ୍ଧଶ୍ରାଦ୍ଧରେ ମଧ୍ୟେ ମଧ୍ୟେ କର୍ମ— ବିଶେଷରେ ପଇତାକୁ ମାଳିପରି ବେକରେ ଲମ୍ବାଇବାକୁ ହୁଏ; ଏହାକୁ ନିବୀତ ବୋଲାଯାଏ। ପ୍ରସ୍ରାବ କରିବା ଓ ଝାଡ଼ା ଫେରି ବସିବା ସମୟରେ ପଇତା କାଳେ ଭୂମିରେ ଲାଗିବ, ଏଥିପାଇଁ ପଇତାକୁ ଅଣ୍ଟାପାଖରୁ ଟେକି ଡାହାଣ କାନରେ ଉକୁଚେଇ ରଖିବାକୁ ହୁଏ। ସବୁ ବ୍ରାହ୍ମଣଙ୍କର 6 ଖିଅ ପଇତାଦ୍ୱାରା ଧର୍ମାନୁଷ୍ଠାନ କରାଯାଏ। ମୃତପିତୃକଙ୍କର ନଅଖିଅ ପଇତା ମଧ୍ୟରୁ 3 ଖିଅ 'ଉତ୍ତରୀୟ' ରୂପେ କଳ୍ପିତ ହୁଏ। — [ଦ୍ର— ବ୍ରାହ୍ମଣମାନଙ୍କର ପିନ୍ଧିବା ପଇତାକୁ3ଖିଅ ଲେଖାଏଁ କରି ଗଣ୍ଠି ପକାଇବାକୁ ହୁଏ ଯେଉଁମାନଙ୍କର ପିତା ବଞ୍ଚିଥାନ୍ତି ସେମାନେ2ଗଣ୍ଠି ଯୁକ୍ତ6ଖିଅ ଓ ମୃତ ପିତୃକମାନେ3ଗଣ୍ଠିଯୁକ୍ତ9ଖିଅ ପଇତା ପିନ୍ଧନ୍ତି ବେଦ ଭେଦରେ ଓ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଭେଦରେ ପଇତାର ଗଣ୍ଠି ବିଭିନ୍ନ ପଇତାରେ ଗଣ୍ଠି ପକାଇବା ପରେ ତାହାକୁ ଅଭିମନ୍ତ୍ରିତ କରି ପିନ୍ଧିବାକୁ ହୁଏ ସାଧାରଣତଃ ପଇତା ବାମକାନ୍ଧରୁ ଡାହାଣ ପାଖ ଅଣ୍ଟା ପର୍ଯ୍ୟନ୍ତ (ଶାସ୍ତ୍ରୋକ୍ତମତେ ନାଭି— ପର୍ଯ୍ୟନ୍ତ ଲମ୍ବା ହୋଇ) ଲମ୍ବିଥାଏ ଏ ପ୍ରକାର ପରିଧାନକୁ 'ସବ୍ୟ' ବୋଲାଯାଏ ପ୍ରେତକର୍ମ ଓ ପିତୃକର୍ମ କରିବାବେଳେ କେବେ କେବେ ପଇତାକୁ ଡାହାଣ କାନ୍ଧରୁ ବାଆଁ ଅଣ୍ଟା ପର୍ଯ୍ୟନ୍ତ ଲମ୍ବାଇବାକୁ ପଡ଼େ; ଏହାକୁ 'ଅପସବ୍ୟ' ବୋଲାଯାଏ ଏବଂ ସନକାଦି ମୁନିମାନଙ୍କୁ ତର୍ପଣ କରିବା ସମୟରେ ଓ ଶୁଦ୍ଧଶ୍ରାଦ୍ଧରେ ମଧ୍ୟେ ମଧ୍ୟେ କର୍ମ— ବିଶେଷରେ ପଇତାକୁ ମାଳିପରି ବେକରେ ଲମ୍ବାଇବାକୁ ହୁଏ; ଏହାକୁ ନିବୀତ ବୋଲାଯାଏ ପ୍ରସ୍ରାବ କରିବା ଓ ଝାଡ଼ା ଫେରି ବସିବା ସମୟରେ ପଇତା କାଳେ ଭୂମିରେ ଲାଗିବ, ଏଥିପାଇଁ ପଇତାକୁ ଅଣ୍ଟାପାଖରୁ ଟେକି ଡାହାଣ କାନରେ ଉକୁଚେଇ ରଖିବାକୁ ହୁଏ ସବୁ ବ୍ରାହ୍ମଣଙ୍କର6ଖିଅ ପଇତାଦ୍ୱାରା ଧର୍ମାନୁଷ୍ଠାନ କରାଯାଏ ମୃତପିତୃକଙ୍କର ନଅଖିଅ ପଇତା ମଧ୍ୟରୁ3ଖିଅ 'ଉତ୍ତରୀୟ' ରୂପେ କଳ୍ପିତ ହୁଏ
  • ଦେ. ବି. (ସଂ. ପବିତ୍ର; ଉପବୀତ) — ବିବେକାନନ୍ଦ ସ୍ୱାମୀ କହିଅଛନ୍ତି ଯେ ବେଦରେ ସୂତ୍ରନିର୍ମିତ ଉପବୀତ ବିଷୟରେ କୌଣସି ଉଲ୍ଲେଖ ନାହିଁ। ବେଦର ପରବର୍ତ୍ତୀ ଗୋଭିଲ୍ଲ ଗୃହ୍ୟସୂତ୍ରରେ ମଧ୍ୟ ସୂତ୍ର ନିର୍ମିତ ଉପବୀତର ଉଲ୍ଲେଖ ନାହିଁ। ମାତ୍ର ତତ୍ପରବର୍ତ୍ତୀ ପୁରାଣାଦିରେ ଏହାର ଉଲ୍ଲେଖ ଦେଖାଯାଏ।
  • ଦେ. ବି. (ସଂ. ପବିତ୍ର; ଉପବୀତ) — ବୈଦିକଯୁଗରେ ଆଠବର୍ଷ ପୂରିବା ଆଗେ ପିତା ବା ଅଭିଭାବକ ବାଳକକୁ ଗୁରୁଗୃହରେ ଛାଡ଼ିଦେଇ ଆସୁଥିଲେ। ସେହିଠାରେ ରହି ବାଳକ ବ୍ରହ୍ମଚର୍ଯ୍ୟବ୍ରତ ପାଳନ କରୁଥିଲା। ଗୁରୁ ଶିଷ୍ୟକୁ ପାଇ ପ୍ରଥମେ ତାହାର ସଂସ୍କାରବିଧାନ କରୁଥିଲେ। ଏହାହିଁ ଆଜିକାଲିର ଉପନୟନ। ଏହି ଉପନୟନର ମନ୍ତ୍ର ଓ ଶ୍ଳୋକଗୁଡ଼ିକରୁ ମଧ୍ୟ ପ୍ରମାଣ ମିଳେ ଯେ ଶିଷ୍ୟକୁ ତାହାର ବ୍ରହ୍ମଚର୍ଯ୍ୟାବସ୍ଥାରେ କିପରି କଠୋର ନୀତିମୟ ଜୀବନ ଯାପନ କରିବାକୁ ହେବ ସେଗୁଡ଼ିକ ତାହାର ବ୍ୟବସ୍ଥା ମାତ୍ର।
  • ଦେ. ବି. (ସଂ. ପବିତ୍ର; ଉପବୀତ) — ଏହି ସଂସ୍କାର ସମୟରେ ଗୁରୁ ଶିଷ୍ୟର ଅଣ୍ଟାରେ ତ୍ରିରାବୃତ୍ତ ମୁଞ୍ଜମେଖଳ ବାନ୍ଧି ଦେଉଥିଲେ। ଶିଷ୍ୟ ଏହି ବ୍ରହ୍ମଚର୍ଯ୍ୟାବସ୍ଥାରେ 'କାୟେନ ମନସା ବାଚା' ଅର୍ଥାତ୍ ଶରୀରଦ୍ୱାରା, ମନଦ୍ୱାରା ଓ ବାକ୍ୟ— ଦ୍ୱାରା ଅସତ୍ ବା ଅନ୍ୟାୟ କରିବ ନାହିଁ, ଏହି ସ୍ମୃତିର ଉଦ୍ବୋଧନ ପାଇଁ ଦୀକ୍ଷିତ ବାଳକକୁ ଏହି ତ୍ରିରାବୃତ୍ତ ମେଖଳା ପିନ୍ଧାଇ ଦିଆଯାଉ- ଥିଲା। କ୍ରମେ ବୈଦିକଯୁଗ ପରେ ଯେତେବେଳେ ସନାତନ ବୈଦିକ ଧର୍ମର ଅବନତି ଘଟିଲା, ଏହି ତ୍ରିରାବୃତ୍ତ ମୁଞ୍ଜମେଖଳା ପରିବର୍ତ୍ତେ ସୂତ୍ରୋପବୀତର ସୃଷ୍ଟି ହେଲା। ମାତ୍ର ତହିଁରେ ସୂତ୍ରସଂଖ୍ୟା ( 3 ) ଠିକ୍ ରଖାଗଲା—ସ୍ୱାମୀ ବିବେକାନନ୍ଦଙ୍କ ସ୍ୱାମୀଶିଷ୍ୟ ସଂବାଦ।] — ଏହି ସଂସ୍କାର ସମୟରେ ଗୁରୁ ଶିଷ୍ୟର ଅଣ୍ଟାରେ ତ୍ରିରାବୃତ୍ତ ମୁଞ୍ଜମେଖଳ ବାନ୍ଧି ଦେଉଥିଲେ ଶିଷ୍ୟ ଏହି ବ୍ରହ୍ମଚର୍ଯ୍ୟାବସ୍ଥାରେ 'କାୟେନ ମନସା ବାଚା' ଅର୍ଥାତ୍ ଶରୀରଦ୍ୱାରା, ମନଦ୍ୱାରା ଓ ବାକ୍ୟ— ଦ୍ୱାରା ଅସତ୍ ବା ଅନ୍ୟାୟ କରିବ ନାହିଁ, ଏହି ସ୍ମୃତିର ଉଦ୍ବୋଧନ ପାଇଁ ଦୀକ୍ଷିତ ବାଳକକୁ ଏହି ତ୍ରିରାବୃତ୍ତ ମେଖଳା ପିନ୍ଧାଇ ଦିଆଯାଉ- ଥିଲା କ୍ରମେ ବୈଦିକଯୁଗ ପରେ ଯେତେବେଳେ ସନାତନ ବୈଦିକ ଧର୍ମର ଅବନତି ଘଟିଲା, ଏହି ତ୍ରିରାବୃତ୍ତ ମୁଞ୍ଜମେଖଳା ପରିବର୍ତ୍ତେ ସୂତ୍ରୋପବୀତର ସୃଷ୍ଟି ହେଲା ମାତ୍ର ତହିଁରେ ସୂତ୍ରସଂଖ୍ୟା (3) ଠିକ୍ ରଖାଗଲା—ସ୍ୱାମୀ ବିବେକାନନ୍ଦଙ୍କ ସ୍ୱାମୀଶିଷ୍ୟ ସଂବାଦ]