ନଡ଼ିଆ ଖୋସା Naṟḍ̠iā khosā
- ଦେ. ବି (ସଂ. ନାଡ଼ିକେଳ+କୋଷ) — ଯେଉଂ ଖଡ୍ଗାକାର ପୁଷ୍ପକୋଷ ମଧ୍ୟରୁ ନଡ଼ିଆ ଫୁଲର ଚଅଁର ବାହାରେ — The scabbard-like covering or sheath from which bunches of flowers of cocoanut come out
- ଦେ. ବି (ସଂ. ନାଡ଼ିକେଳ+କୋଷ) — [ଦ୍ର— ଏଥିରୁ ଚଅଁର ବାହାରିବା ପୂର୍ବରୁ ଏହାର ଅଗ କାଟିଲେ ଯେଉଁ ରସ ବାହାରେ ତହିଁରୁ ତାଡ଼ି ଓ ଗୁଡ଼ ହୁଏ। ଚଅଁର ବାହାରିଯିବା ପରେ ସିପ ଶୁଖିଗଲେ ତାହା ଜାଳ ହୁଏ। ଏହାର ଧୂଆଁରେ ମଶାମାନେ ପଳାଇ ଯାଆନ୍ତି।]