ନେଳି କଇଁ Neḻi kaiñ
- ଦେ. ବି (ସଂ. ନୀଳକୁମୁଦ) — ନୀଳକଇଁ; ନୀଳୋତ୍ପଳ — A kind of water-lily blue in colour; Nymphea Stellatta (Kirtikar)
- ଦେ. ବି (ସଂ. ନୀଳକୁମୁଦ) — [ଦ୍ର—ଭାରତର ଗ୍ରୀଷ୍ମପ୍ରଧାନ ଅଞ୍ଚଳ ଓ ଲଙ୍କାରେ ଏହା ଜନ୍ମେ। ଅଳ୍ପ ପାଣିଥିବା ପୋଖରୀରେ ସନ୍ଧ୍ୟାବେଳେ ଓ ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବରୁ ଓ ପରେ ଏହାର ଫୁଲ ଫୁଟେ। ଫୁଲ ଈଷତ୍ ନୀଳ ଏବଂ ସାଧାରଣ କଇଁ ଫୁଲଠାରୁ ଛୋଟ। ଏଥର ଚେର ଓ ମଞ୍ଜି ଔଷଧରେ ବ୍ୟବହୃତ ହୁଏ।]