ନେପୋଲିଅନ୍ Nepolian
- ବୈଦେ. ବି. (ନାମ) — ଖ୍ୟାତନାମା ଫ୍ରାନ୍ସ—ସମ୍ରାଟ — The Emperor Nepoleon of France
- ବୈଦେ. ବି. (ନାମ) — [ଦ୍ର—ଏ ଖ୍ରୀ: 1769 ରେ କର୍ସିକା ଦ୍ୱୀପରେ ଜନ୍ମଗ୍ରହଣ କରି 10 ବର୍ଷ ବୟସରେ ସୈନିକ ବିଦ୍ୟାଳୟରେ ପ୍ରବିଷ୍ଟ ହୋଇ 15 ବର୍ଷ ଶିକ୍ଷା ଲାଭକରି ଫ୍ରାନ୍ସର ସେନାଭୁକ୍ତ ହୋଇ ପରେ ସେନାପତି ହେଲେ। 1796 ଖ୍ରୀଷ୍ଟାବ୍ଦରେ ପାରିସ୍ନଗରୀର ବିଦ୍ରୋହ ଦମନ କରି ଏ ବିଖ୍ୟାତ ହେଲେ ଓ ଫରାସୀ ସେନାପତିରୂପେ ଇଟାଲୀକୁ ଜୟ କଲେ। ଖ୍ରୀ: 1798 ରେ ଏ ମିଶର ଦେଶ ଜୟ କଲେ। ଖ୍ରୀ: 1799 ରେ ଏ ଫ୍ରାନ୍ସରେ 'କନ୍ସଲ' ଉପାଧି ଗ୍ରହଣ କରି ରାଜକାର୍ଯ୍ୟ ପରିଚାଳନର ଭାର ନେଲେ। 1804 ଖ୍ରୀଷ୍ଟାବ୍ଦରେ ଏ ନିଜକୁ ଫ୍ରାନ୍ସର ସମ୍ରାଟ ଘୋଷଣା କଲେ ଓ ଇଉରୋପର ରାଜାମାନଙ୍କୁ କ୍ରମଶଃ ପରାସ୍ତ କଲେ। ଖ୍ରୀ: 1812 ରେ ଏ ରୁଷିଆ ଆକ୍ରମଣ କରି ଅକୃତକାର୍ଯ୍ୟ ହେଲେ। ଖ୍ରୀ: 1814 ରେ ଇଉରୋପର ରାଜଗଣ ଏହାଙ୍କ ବିରୋଧରେ ସମ୍ମିଳିତ ହେଲେ ଓ ଏହାଙ୍କୁ ପରାସ୍ତ କରି ଏଲ୍ବା ଦ୍ୱୀପକୁ ପଠାଇଲେ। ଏ ସେଠାରୁ ପଳାଇ ଆସିଲେ। ବିଖ୍ୟାତ ୱାଟର୍ଲୁ ଯୁଦ୍ଧକ୍ଷେତ୍ରରେ ଇଂରାଜ ସେନା— ନାୟକ ଓେଲିଙ୍ଗ୍ଟନଙ୍କ ଦ୍ୱାରା 1815 ଖ୍ରୀଷ୍ଟାବ୍ଦରେ ନେପୋଲିଅନ୍ ପରାସ୍ତ ହୋଇ ଇଂରେଜମାନଙ୍କଠାରେ ଆତ୍ମସମର୍ପଣ କଲେ ଓ ଇଂରେଜମାନଙ୍କ ଦ୍ୱାରା ସେଣ୍ଟ୍ ହେଲେନା ଦ୍ୱୀପକୁ ନିର୍ବାସିତ ହୋଇ ସେଠାରେ ବନ୍ଦୀ ଅବସ୍ଥାରେ 1821 ଖ୍ରୀଷ୍ଟାବ୍ଦରେ ଇହଲୀଳା ସାଙ୍ଗ କଲେ। ] — [ଦ୍ର—ଏ ଖ୍ରୀ:1769ରେ କର୍ସିକା ଦ୍ୱୀପରେ ଜନ୍ମଗ୍ରହଣ କରି10ବର୍ଷ ବୟସରେ ସୈନିକ ବିଦ୍ୟାଳୟରେ ପ୍ରବିଷ୍ଟ ହୋଇ15ବର୍ଷ ଶିକ୍ଷା ଲାଭକରି ଫ୍ରାନ୍ସର ସେନାଭୁକ୍ତ ହୋଇ ପରେ ସେନାପତି ହେଲେ1796ଖ୍ରୀଷ୍ଟାବ୍ଦରେ ପାରିସ୍ନଗରୀର ବିଦ୍ରୋହ ଦମନ କରି ଏ ବିଖ୍ୟାତ ହେଲେ ଓ ଫରାସୀ ସେନାପତିରୂପେ ଇଟାଲୀକୁ ଜୟ କଲେ ଖ୍ରୀ:1798ରେ ଏ ମିଶର ଦେଶ ଜୟ କଲେ ଖ୍ରୀ:1799ରେ ଏ ଫ୍ରାନ୍ସରେ 'କନ୍ସଲ' ଉପାଧି ଗ୍ରହଣ କରି ରାଜକାର୍ଯ୍ୟ ପରିଚାଳନର ଭାର ନେଲେ1804ଖ୍ରୀଷ୍ଟାବ୍ଦରେ ଏ ନିଜକୁ ଫ୍ରାନ୍ସର ସମ୍ରାଟ ଘୋଷଣା କଲେ ଓ ଇଉରୋପର ରାଜାମାନଙ୍କୁ କ୍ରମଶଃ ପରାସ୍ତ କଲେ ଖ୍ରୀ:1812ରେ ଏ ରୁଷିଆ ଆକ୍ରମଣ କରି ଅକୃତକାର୍ଯ୍ୟ ହେଲେ ଖ୍ରୀ:1814ରେ ଇଉରୋପର ରାଜଗଣ ଏହାଙ୍କ ବିରୋଧରେ ସମ୍ମିଳିତ ହେଲେ ଓ ଏହାଙ୍କୁ ପରାସ୍ତ କରି ଏଲ୍ବା ଦ୍ୱୀପକୁ ପଠାଇଲେ ଏ ସେଠାରୁ ପଳାଇ ଆସିଲେ ବିଖ୍ୟାତ ୱାଟର୍ଲୁ ଯୁଦ୍ଧକ୍ଷେତ୍ରରେ ଇଂରାଜ ସେନା— ନାୟକ ଓେଲିଙ୍ଗ୍ଟନଙ୍କ ଦ୍ୱାରା1815ଖ୍ରୀଷ୍ଟାବ୍ଦରେ ନେପୋଲିଅନ୍ ପରାସ୍ତ ହୋଇ ଇଂରେଜମାନଙ୍କଠାରେ ଆତ୍ମସମର୍ପଣ କଲେ ଓ ଇଂରେଜମାନଙ୍କ ଦ୍ୱାରା ସେଣ୍ଟ୍ ହେଲେନା ଦ୍ୱୀପକୁ ନିର୍ବାସିତ ହୋଇ ସେଠାରେ ବନ୍ଦୀ ଅବସ୍ଥାରେ1821ଖ୍ରୀଷ୍ଟାବ୍ଦରେ ଇହଲୀଳା ସାଙ୍ଗ କଲେ ]