ନିୟୋଗ ଧର୍ମ Niyoga dharma
- ସଂ. ବି.—(ହିନ୍ଦୁ ସ୍ମୃତି) — ଅସ୍ୱାମିକା ସ୍ତ୍ରୀ ବା ଅବୀରା (ଭ୍ରାତୃ ଜାୟା ଆଦି)ର ଗର୍ଭରେ ଅନ୍ୟପୁରୁଷ (ଦେବର ଆଦି) ଦ୍ୱାରା ପୁତ୍ର ଉତ୍ପାଦନ ପୂର୍ବକ ବଂଶରକ୍ଷା କରିବାର ପ୍ରଥା — (Hindu jurisprudence) The custom of begetting an heir or a child on a childless widow through the husband's brother (formely prevalent amongst the Hindus)
- ସଂ. ବି.—(ହିନ୍ଦୁ ସ୍ମୃତି) — [ଦ୍ର—ମୃତ ଅପୁତ୍ରକ ବ୍ୟକ୍ତିଙ୍କ ବିଧବାସ୍ତ୍ରୀଙ୍କ ଗର୍ଭରେ ବିଧବାଙ୍କ ଦେବର ବା ସ୍ୱାମୀଙ୍କ ସପିଣ୍ଡ କୌଣସି ବ୍ୟକ୍ତିଙ୍କ ଔରସରେ ସନ୍ତାନ ଉତ୍ପାଦନ କରି ବଂଶ ରକ୍ଷା କରିବା ପ୍ରଥା ପ୍ରାଚୀନ ଆର୍ଯ୍ୟ ସମାଜରେ ଚଳୁଥିଲା ଓ ଏହି ପ୍ରଥା ଅନୁସାରେ ବ୍ୟାସଙ୍କ ଔରସରେ ଅପୁତ୍ରକ ମୃତ ରାଜା ବିଚିତ୍ରବୀର୍ଯ୍ୟଙ୍କ ଦୁଇ ସ୍ତ୍ରୀ ଅମ୍ବା ଓ ଅମ୍ବାଳିକାଙ୍କ ଗର୍ଭରେ ଯଥାକ୍ରମେ ଧୃତରାଷ୍ଟ୍ର ଓ ପାଣ୍ଡୁ ଉତ୍ପାଦିତ ହୋଇ ବିଚିତ୍ରବୀର୍ଯ୍ୟଙ୍କ ବଂଶ ରକ୍ଷା କରିଥିଲେ। ହିନ୍ଦୁ ସ୍ମୃତିମାନଙ୍କରେ (ଯଥା ମନୁ 9।59 ଇତ୍ୟାଦି) ଏହି ପ୍ରଥାର ବର୍ଣ୍ଣନା ଅଛି, କିନ୍ତୁ କଳିଯୁଗରେ ଏ ପ୍ରଥା ନିଷିଦ୍ଧ ଥିବାର ପରାଶର ଉଲ୍ଲେଖ କରିଅଛନ୍ତି।] — [ଦ୍ର—ମୃତ ଅପୁତ୍ରକ ବ୍ୟକ୍ତିଙ୍କ ବିଧବାସ୍ତ୍ରୀଙ୍କ ଗର୍ଭରେ ବିଧବାଙ୍କ ଦେବର ବା ସ୍ୱାମୀଙ୍କ ସପିଣ୍ଡ କୌଣସି ବ୍ୟକ୍ତିଙ୍କ ଔରସରେ ସନ୍ତାନ ଉତ୍ପାଦନ କରି ବଂଶ ରକ୍ଷା କରିବା ପ୍ରଥା ପ୍ରାଚୀନ ଆର୍ଯ୍ୟ ସମାଜରେ ଚଳୁଥିଲା ଓ ଏହି ପ୍ରଥା ଅନୁସାରେ ବ୍ୟାସଙ୍କ ଔରସରେ ଅପୁତ୍ରକ ମୃତ ରାଜା ବିଚିତ୍ରବୀର୍ଯ୍ୟଙ୍କ ଦୁଇ ସ୍ତ୍ରୀ ଅମ୍ବା ଓ ଅମ୍ବାଳିକାଙ୍କ ଗର୍ଭରେ ଯଥାକ୍ରମେ ଧୃତରାଷ୍ଟ୍ର ଓ ପାଣ୍ଡୁ ଉତ୍ପାଦିତ ହୋଇ ବିଚିତ୍ରବୀର୍ଯ୍ୟଙ୍କ ବଂଶ ରକ୍ଷା କରିଥିଲେ ହିନ୍ଦୁ ସ୍ମୃତିମାନଙ୍କରେ (ଯଥା ମନୁ959ଇତ୍ୟାଦି) ଏହି ପ୍ରଥାର ବର୍ଣ୍ଣନା ଅଛି, କିନ୍ତୁ କଳିଯୁଗରେ ଏ ପ୍ରଥା ନିଷିଦ୍ଧ ଥିବାର ପରାଶର ଉଲ୍ଲେଖ କରିଅଛନ୍ତି]