ନିସଙ୍କୁଡ଼ି Nisaṅkuṟḍ̠i
- ଦେ. ବିଣ.—(ସଂ. ନିର୍+ ସଂସ୍କୃତ ବା ସଙ୍କର ବା ସଙ୍କାର) — ଯାହା ସଙ୍କୁଡ଼ି ନୁହେଁ; ଯାହା ଜଳ ଓ ଲବଣଦ୍ୱାରା ପକ୍ୱ କରାଯାଇ ନାହିଁ — 1. (food) Which has not been boiled in water nor seasoned with salt
- ଦେ. ବିଣ.—(ସଂ. ନିର୍+ ସଂସ୍କୃତ ବା ସଙ୍କର ବା ସଙ୍କାର) — ଯାହା ଅଇଁଠା ନୁହେଁ — (food) Which has not been previously partaken of by any one
- ଦେ. ବି. — (ଜଳ ପକ୍ୱ ଓ ଲବଣମିଶ୍ରିତ) ଅନ୍ନ ତରକାରି ଆଦି ଛଡ଼ା ଅନ୍ୟାନ୍ୟ (ଘୃତପକ୍ୱ) ମିଷ୍ଟାନ୍ନାଦି — Sweetmeats and food other than rice and curry boiled in water and seasoned into salt
- ଦେ. ବି. — [ଦ୍ର—ଯେଉଁ ଖାଦ୍ୟ ଜଳରେ ପକ୍ୱ ହୋଇ ଥାଏ ବା ଯହିଁରେ ଲୁଣ ମିଶା ଯାଇ ପାକ କରାଯାଇ ଥାଏ ତାହା ସଙ୍କୁଡ଼ି (ଯଥା ଅନ୍ନ; ତିଅଣ; ଉତ୍ତରଭାରତରେ ରୁଟିକୁ ମଧ୍ୟ ସଙ୍ଖୁଡ଼ି କହନ୍ତି) ଓ ଯାହା ଘୃତପକ୍ୱ ହୋଇ ନ ଥାଏ କିମ୍ବା ଜଳ ଓ ଲୁଣରେ ସିଦ୍ଧ ହୋଇ ନ ଥାଏ ତାହା ନିସଙ୍କୁଡ଼ି (ଯଥା ପୁରୀ, ମିଠାଇ)। ଅଇଁଠା ଓ ସଙ୍ଖୁଡ଼ି ପୃଥକ୍ ଅଟେ। ଉଚ୍ଛିଷ୍ଟ ଖାଦ୍ୟ ଦ୍ରବ୍ୟକୁ ଅଇଁଠା ବୋଲାଯାଏ।]