ନିଲାମ ଡାକିବା Nilāma ḍākibā
- ଦେ. କ୍ରି. (କଚିରିଆ) — ନିଲାମ ସମୟରେ ଉପସ୍ଥିତ ହୋଇ (ଗ୍ରହଣେଚ୍ଛୁ) ଈପ୍ସିତ ମୂଲ୍ୟ ପ୍ରକାଶ କରିବା — (a bidder) To bid at an auction
- ଦେ. କ୍ରି. (କଚିରିଆ) — [ଦ୍ର—କୌଣସି ସମ୍ପତ୍ତି ପ୍ରକାଶ୍ୟ ନିଲାମ ହେଉଥିବା ସ୍ଥଳରେ ହାକିମଙ୍କ ଉପସ୍ଥିତିରେ ଜଣେ ପିଆଦା ଉଚ୍ଚୈଃ— ସ୍ୱରରେ ନିଲାମ ହେଉଥିବା ସମ୍ପତ୍ତିର ନାମ ଓ ସଂକ୍ଷିପ୍ତ ବିବରଣ ଏବଂ ସରକାରୀ ଡାକ (ଅର୍ଥାତ୍ ସରକାରଙ୍କ ତରଫରୁ ଉକ୍ତ ସମ୍ପତ୍ତି କେତେ ମୂଲ୍ୟରେ ଗୃହୀତ ହେବ ତହିଁର ପରିମାଣର ଉଲ୍ଲେଖ) କହେ । ଏହା ଶୁଣି ସେଠାରେ ଉପସ୍ଥିତ ଗ୍ରହଣେଚ୍ଛୁମାନେ କିଏ କେତେ ମୂଲ୍ୟରେ ନେବେ ତାହା, ଉଚ୍ଚୈଃସ୍ୱରରେ ପ୍ରକାଶ କରନ୍ତି । ଗ୍ରହଣେଚ୍ଛୁମାନଙ୍କ ନିଲାମ ଡାକରେ ଯେଉଁ ଲୋକର ଡାକ ସର୍ବୋଚ୍ଚ ହୁଏ ଅର୍ଥାତ୍ ଯେ ଅନ୍ୟ ସମସ୍ତଙ୍କଠାରୁ ବେଶି ମୂଲ୍ୟରେ କିଣିବାକୁ ଡାକ ଦିଏ ତାହା ନାମରେ ନିଲାମ ଖତମ ହୁଏ; ଅର୍ଥାତ୍ ସେ ନିଲାମ ଖରିଦଦାର ବୋଲି ସ୍ଥିରୀକୃତ ହୁଏ ଓ ତାହାଠାରୁ ନିଲାମ ଜରସମନ ନିଆ ଯାଇ ତାକୁ ନିଲାମ ସମ୍ପତ୍ତିରେ ଦଖଲ ଦିଆଯାଏ ।]