ନିର୍ଗୁଣ୍ଡୀ Nirguṇḍī

  • ସଂ. ବି. (ନିର୍=ବାହାରେ+ଗୁଣ୍ଡ୍ ଧାତୁ=ବେଷ୍ଟନ କରିବା+ଅ+ସ୍ତ୍ରୀ. ଈ) — ନେଳି ବେଗୁନିଆଁ; ଭାଣ୍ଡୀରାଦି ବର୍ଗର କ୍ଷୁପବିଶେଷ — Vitex Negundo
  • ସଂ. ବି. (ନିର୍=ବାହାରେ+ଗୁଣ୍ଡ୍ ଧାତୁ=ବେଷ୍ଟନ କରିବା+ଅ+ସ୍ତ୍ରୀ. ଈ) — [ଦ୍ର—ଏଗଛର ଫୁଲ ନେଳିଆ ବା ବାଇଗଣୀ ରଙ୍ଗର ଓ ପତ୍ର ସୁଗନ୍ଧ— ଯୁକ୍ତ ଅଟେ।]
  • ସଂ. ବି. (ନିର୍=ବାହାରେ+ଗୁଣ୍ଡ୍ ଧାତୁ=ବେଷ୍ଟନ କରିବା+ଅ+ସ୍ତ୍ରୀ. ଈ) — ଧଳା ବେଗୁନିଆଁ; ଭାଣ୍ଡୀରାଦି ବର୍ଗର ବଡ଼ କ୍ଷୁପବିଶେଷ — Vitex trifolia; a wild plant; five leaved chaste tree
  • ସଂ. ବି. (ନିର୍=ବାହାରେ+ଗୁଣ୍ଡ୍ ଧାତୁ=ବେଷ୍ଟନ କରିବା+ଅ+ସ୍ତ୍ରୀ. ଈ) — [ଦ୍ର—ଏହାର ଡାଳ ଲୋମଶ, ପତ୍ର ସୁଗନ୍ଧ ଓ 3 ରୁ 5 ଆଙ୍ଗୁଳି ପର୍ଯ୍ୟନ୍ତ ଲମ୍ବ ହୁଏ। ଫୁଲ ଛୋଟ ଛୋଟ ଧଳା ରଙ୍ଗର ଓ ଗ୍ରୀଷ୍ମକାଳରେ ଫୁଟେ। ଏହି ଦୁଇ ଗଛର ପତ୍ର ଓ ଫଳ ବାତ ରୋଗର ଔଷଧରେ ଲାଗେ। ଏହାର ପତ୍ର ସଙ୍ଗେ ପାଉଁଶ ମିଶାଇ ମୁଗରେ ପକାଇଲେ ସେଥିରେ ପୋକ ଲାଗନ୍ତି ନାହିଁ। — [ଦ୍ର—ଏହାର ଡାଳ ଲୋମଶ, ପତ୍ର ସୁଗନ୍ଧ ଓ3ରୁ5ଆଙ୍ଗୁଳି ପର୍ଯ୍ୟନ୍ତ ଲମ୍ବ ହୁଏ ଫୁଲ ଛୋଟ ଛୋଟ ଧଳା ରଙ୍ଗର ଓ ଗ୍ରୀଷ୍ମକାଳରେ ଫୁଟେ ଏହି ଦୁଇ ଗଛର ପତ୍ର ଓ ଫଳ ବାତ ରୋଗର ଔଷଧରେ ଲାଗେ ଏହାର ପତ୍ର ସଙ୍ଗେ ପାଉଁଶ ମିଶାଇ ମୁଗରେ ପକାଇଲେ ସେଥିରେ ପୋକ ଲାଗନ୍ତି ନାହିଁ
  • ସଂ. ବି. (ନିର୍=ବାହାରେ+ଗୁଣ୍ଡ୍ ଧାତୁ=ବେଷ୍ଟନ କରିବା+ଅ+ସ୍ତ୍ରୀ. ଈ) — ବୈଦ୍ୟଶାସ୍ତ୍ରରେ ଆଉ ଦୁଇ ପ୍ରକାର ସିନ୍ଧୁବାରର ଉଲ୍ଲେଖ ଅଛି। କର୍ତ୍ତରୀ ସିନ୍ଧୁବାର ଓ ଆରଣ୍ୟ ସିନ୍ଧୁବାର। ଏମାନଙ୍କର ପତ୍ର ଓ ପୁଷ୍ପ ଔଷଧରେ ଲାଗେ। ବୈଦ୍ୟଶାସ୍ତ୍ର ମତରେ ଏହା କଟୁତିକ୍ତ, ଲଘୁ, କଫ, ବାତ, କ୍ଷୟ, କୁଷ୍ଠ, କଣ୍ଡୂ ଓ ଶୂଳନାଶକ, କାୟସିଦ୍ଧକ, ସ୍ମୃତିଦ, କେଶବର୍ଦ୍ଧକ, ନେତ୍ରହିତକର, ବାତଶ୍ଳେଷ୍ମହର ଓ କଫଘ୍ନ ଅଟେ।