ନିରିମଳା Nirimaḻā

  • ଦେ. ବି. — କତକ ଫଳ; ଜଳ ପରିଷ୍କାରକ ଫଳବିଶେଷ — Strychnos Potatorun; the clearing nut
  • ଦେ. ବି. — [ଦ୍ର—ଏହି ଫଳ କୋଚିଲା ପରି ବିହାର, ଓଡ଼ିଶା, ମଧ୍ୟ ଓ ପଶ୍ଚିମ ଭାରତର ଅରଣ୍ୟରେ ଜନ୍ମେ। ଏହାର ଫଳ କୃଷ୍ଣବର୍ଣ୍ଣ, ମଞ୍ଜି ଗୋଲ ଓ ଚେପ୍ଟା ଓ କୋଚିଲା ମଞ୍ଜିଠାରୁ ସାନ। ଏହି ମଞ୍ଜିକୁ ଘୋରି ଗୋଳିଆ ପାଣିରେ ପକାଇଲେ, ପାଣିରେ ଥିବା କାଦୁଅ ପାତ୍ରର ତଳକୁ ବସିଯାଏ; ତେଣୁ ପାଣି ସ୍ୱଚ୍ଛ ହୁଏ। ବୈଦ୍ୟକମତରେ ଏହା ଚକ୍ଷୁର ହିତକର, ବାତଘ୍ନ, କଫନାଶକ, ମଧୁରକଷାୟରସ ଓ ଗୁରୁ।]