ନିଦର୍ଶନା Nidarṡanā
- ସଂ. ବି. — କାବ୍ୟାଳଂକାରବିଶେଷ — A kind of rhetorical figure; a kind of simile or comparision
- ସଂ. ବି. — [ଦ୍ର—ବିଷୟର ବିଷୟାନ୍ତର ସହିତ ସମ୍ବନ୍ଧ ସଙ୍ଗତ ହେବା ନିମନ୍ତେ ସାଦୃଶ୍ୟର ଅଧ୍ୟାହାର ହେଉଥିଲେ ନିଦର୍ଶନାଳଙ୍କାର ହୁଏ। ଏହି ନିଦର୍ଶନାଳଙ୍କାର ଦ୍ୱିବିଧ ଯଥା—ସମ୍ଭବଦ୍ବସ୍ତୁସମ୍ବନ୍ଧ ନିଦର୍ଶନା ଓ ଅସମ୍ଭବଦ୍ବସ୍ତୁସମ୍ବନ୍ଧ ନିଦର୍ଶନା। ଯେଉଁଠାରେ ପ୍ରସ୍ତୁତ ପଦାର୍ଥର ବର୍ଣ୍ଣନାରେ ଅପ୍ରସ୍ତୁତ ପଦାର୍ଥର ଗୁଣ ଓ କ୍ରିୟାଦି ତୁଲ୍ୟରୂପେ ଜ୍ଞାପିତ ହୁଏ, ସେଠାରେ ସମ୍ଭବଦ୍ବସ୍ତୁସମ୍ବନ୍ଧ ନିଦର୍ଶନା ହୁଏ। ଯଥା— ପରପୀଡ଼ାକାରୀ କେଉଁ ଜନ ଏ ସଂସାରେ ଚିରଦିନ ସୁଖଭୋଗ କରିଣ ନ ପାରେ; ଜଣାଇ ଏ ଭାବ ସନ୍ଧ୍ୟା ମୁଖେ ଦିବାକର ଆଶ୍ରୟ କରନ୍ତି ଅସ୍ତ ପର୍ବତଶିଖର। ଯେଉଁଠାରେ ଯଥାଶ୍ରୁତ ଅର୍ଥର ଅନ୍ୱୟ ଅସମ୍ଭବ ଦେଖି ଗୋଟିଏ ଉପମା କଳ୍ପନା କରାଯାଏ ସେଠାରେ ଅସମ୍ଭବଦ୍ବସ୍ତୁସମ୍ବନ୍ଧ ନିଦର୍ଶନା ହୁଏ। ଯଥା— ରବିକରେ ଦର ଫୁଲ୍ଲଅରବିନ୍ଦେ ଯେଉଁ ଆଭା କରେ କ୍ରୀଡ଼ା ସେ ଆଭା ସଘନେ ବ୍ରୀଡ଼ାବତୀ ଗଣ୍ଡେ ବୋଳି ଦେଇଥିଲା ବ୍ରୀଡ଼ା— ରାଧାନାଥ ଯଯାତିକୋଶରୀ। ନିଦର୍ଶନା ଓ ଦୃଷ୍ଟାନ୍ତର ଭେଦ—ନିଦର୍ଶନାରେ ଉପମାନ ଓ ଉପମେୟର ବିମ୍ବ ପ୍ରତିବିମ୍ବ ଭାବ ବ୍ୟତୀତ ବାକ୍ୟାର୍ଥ ପର୍ଯ୍ୟବେସିତ ହୁଏ ନାହିଁ; ମାତ୍ର ଦୃଷ୍ଟାନ୍ତରରେ ସାମର୍ଥ୍ୟ ବଶତଃ ପର୍ଯ୍ୟବସିତ ବାକ୍ୟାର୍ଥଦ୍ୱାରା ବିମ୍ବ ପ୍ରତିବିମ୍ବ ଭାବ ପ୍ରତ୍ୟାନୀତ ହୁଏ। କୁଳମଣି .ଅଳଙ୍କାରତରଙ୍ଗିଣୀ।]
- ସଂ. ବି. — ଯେଉଁ ଅଳଙ୍କାରରେ ପରି, ତୁଲ୍ୟ ସଦୃଶ ଆଦି ଶବ୍ଦର ପ୍ରୟୋଗ ନ କରି ପ୍ରସଙ୍ଗ ବିଷୟକୁ ଅନ୍ୟ ସମ୍ଭଭ ବା ଅସମ୍ଭବ ବିଷୟର ନିଦର୍ଶନଦ୍ୱାରା ବାକ୍ୟାର୍ଥ ସମାପ୍ତ ହେବା ପୂର୍ବରୁ ବିମ୍ବ ପ୍ରତିବିମ୍ବ ଭାବଦ୍ୱାରା ବୁଝାଇ ଦିଆଯାଏ ତାହାକୁ ନିଦର୍ଶନା ଅଳଙ୍କାର ବୋଲା ଯାଏ। କିନ୍ତୁ ଯଦି ଏହା ଏକାଧିକ ବାକ୍ୟରେ ବୁଝାଇ ଦିଆଯାଏ ତେବେ ଦୃଷ୍ଟାନ୍ତ ଅଳଙ୍କାର ହୁଏ। ପ୍ରତିବସ୍ତୁପମା, ଦୃଷ୍ଟାନ୍ତ ଓ ନିଦର୍ଶନା ଏ ତିନିଗୋଟି ଅଳଙ୍କାର ଏକଜାତୀୟ।
- ସଂ. ବି. — କାଳିଦାସ ରଘୁବଂଶ କାବ୍ୟର ପ୍ରଥମ ସର୍ଗ 2 ୟ ଶ୍ଲୋକରେ କହିଅଛନ୍ତି 'କାହୁଁ ସୂର୍ଯ୍ୟପ୍ରଭବ ରଘୁବଂଶ? କାହିଁ ବା ମୋର ସ୍ୱଳ୍ପ ବୁଦ୍ଧି? ମୋହ ବଶତଃ ମୁଁ ଭେଳାଦ୍ୱାରା ଦୁସ୍ତର ସାଗର ପାର ହେବାକୁ ଇଚ୍ଛା କରୁଅଛି ସିନା।' ଏଠାରେ କାଳିଦାସଙ୍କ ରଘୁବଂଶ ବର୍ଣ୍ଣନେଚ୍ଛା ଓ ଭେଳାଧାରୀ ବ୍ୟକ୍ତିର ସମୁଦ୍ରତରଣେଚ୍ଛା ଏହି ଦୁଇ ବିଷୟର ସାମ୍ୟ ବିମ୍ବାନୁବିମ୍ବଭାବରେ ପ୍ରଣିଧାନଯୋଗ୍ୟ ଥିବାରୁ ଏଠାରେ ନିଦର୍ଶନା ଅଳଙ୍କାର ହୋଇଅଛି — କାଳିଦାସ ରଘୁବଂଶ କାବ୍ୟର ପ୍ରଥମ ସର୍ଗ2ୟ ଶ୍ଲୋକରେ କହିଅଛନ୍ତି 'କାହୁଁ ସୂର୍ଯ୍ୟପ୍ରଭବ ରଘୁବଂଶ? କାହିଁ ବା ମୋର ସ୍ୱଳ୍ପ ବୁଦ୍ଧି? ମୋହ ବଶତଃ ମୁଁ ଭେଳାଦ୍ୱାରା ଦୁସ୍ତର ସାଗର ପାର ହେବାକୁ ଇଚ୍ଛା କରୁଅଛି ସିନା' ଏଠାରେ କାଳିଦାସଙ୍କ ରଘୁବଂଶ ବର୍ଣ୍ଣନେଚ୍ଛା ଓ ଭେଳାଧାରୀ ବ୍ୟକ୍ତିର ସମୁଦ୍ରତରଣେଚ୍ଛା ଏହି ଦୁଇ ବିଷୟର ସାମ୍ୟ ବିମ୍ବାନୁବିମ୍ବଭାବରେ ପ୍ରଣିଧାନଯୋଗ୍ୟ ଥିବାରୁ ଏଠାରେ ନିଦର୍ଶନା ଅଳଙ୍କାର ହୋଇଅଛି