ନିତ୍ୟାନି Nityāni

  • ଦେ. ଅ. (ସଂ.ନିତ୍ୟ) ପ୍ରତିଦିନ — Every day
  • ବିଣ — ପ୍ରତିଦିନ ଘଟୁଥିବା — Occuring daily
  • ପ୍ରାଦେ (ପୁରୀ ଓ ଗଡ଼ଜାତ) ବି. ଦୁଧ — Milk
  • ପ୍ରାଦେ (ପୁରୀ ଓ ଗଡ଼ଜାତ) ବି. [ଦ୍ର—ଦୁଗ୍ଧକୁ ପୁରୀରେ ଦୁଧ ନ କହି 'ନିତ୍ୟାନି', 'କ୍ଷୀର' ଓ ଗଡ଼ଜାତରେ 'ନିତ୍ୟାନି', 'କ୍ଷୀର', 'ଓଖର' 'ନଳାପାଣି' ଆଦି ଶବ୍ଦ ଲୋକେ ବ୍ୟବହାର କରି ଥାଆନ୍ତି। ଦୁଧ ଶବ୍ଦ ଗଡ଼ଜାତରେ ସ୍ତ୍ରୀ ସ୍ତନକୁ ବୁଝାଏ।]