ନିତ୍ୟ କର୍ମ Nityakarma

  • ସଂ. ବି. (ନିତ୍ୟ କରାଯିବା କର୍ମ) — ମନୁଷ୍ୟ ଜୀବନରେ ଦୈନନ୍ଦିନ କର୍ତ୍ତବ୍ୟ କର୍ମ — The daily duties of a man; daily routine
  • ସଂ. ବି. (ନିତ୍ୟ କରାଯିବା କର୍ମ) — ଯାଅ ଯେ ଯାହାର ଭବନ। ନିତ୍ୟ କର୍ମରେ ଦିଅ ମନ। ଭୂପତି. ପ୍ରେମପଞ୍ଚାମୃତ।
  • ସଂ. ବି. (ନିତ୍ୟ କରାଯିବା କର୍ମ) — ଦୈନିକ ସନ୍ଧ୍ୟାବନ୍ଦନାଦି — Daily prayers
  • ସଂ. ବି. (ନିତ୍ୟ କରାଯିବା କର୍ମ) — ଦନ୍ତଧାବନ, ବହିର୍ଦେଶ ଗମନ ଓ ସ୍ନାନ ଆଦି ଦୈନିକ କାର୍ଯ୍ୟମାନ — Washing of face and body, answering calls of nature and ablution which one performs daily
  • ସଂ. ବି. (ନିତ୍ୟ କରାଯିବା କର୍ମ) — [ଦ୍ର—ଯେଉଁ ସବୁ କର୍ମ ମନୁଷ୍ୟର ଶକ୍ତି ଥାଉ ଥାଉ କରା ନ ଗଲେ ପ୍ରତ୍ୟବାୟ ହୁଏ, ଅଥଚ ପ୍ରତ୍ୟହ ନିୟମିତ ଭାବରେ କଲେ ପୁଣ୍ୟ ଲାଭ ହୁଏ ନାହିଁ ସେ ସବୁ କର୍ମ ନିତ୍ୟକର୍ମ ନାମରେ ଅଭିହିତ—ପ୍ରକୃତିବାଦ।
  • ସଂ. ବି. (ନିତ୍ୟ କରାଯିବା କର୍ମ) — ହିନ୍ଦୁଶାସ୍ତ୍ର (ଯଥା ମୀମାଂସା) ଅନୁସାରେ ଧର୍ମାନୁଷ୍ଠାନ ବା କର୍ମକୁ 3 ଶ୍ରେଣୀରେ ବିଭକ୍ତ କରା ଯାଇଅଛି ଯଥା— 1 । ନିତ୍ୟ କର୍ମ— ଯାହା ପ୍ରତିଦିନ କରିବାକୁ ହେବ ଓ ନ କଲେ ପ୍ରତ୍ୟବାୟ ବା ପାପ ହୁଏ, ଯଥା—ପଞ୍ଚ ଯଜ୍ଞ, ସନ୍ଧ୍ୟା ବନ୍ଦନାଦି; 2 । ନୈମିତ୍ତିକ କର୍ମ— ଯାହା ବିଶିଷ୍ଟ ଉପଲକ୍ଷରେ ଅନୁଷ୍ଠିତ ହୁଏ, ଯଥା—ଦ୍ୱିଜାତିର ସଂସ୍କାରାଦି କର୍ମ, ବିଭିନ୍ନ ଯଜ୍ଞ କର୍ମ, ପ୍ରାୟଶ୍ଚିତ୍ତ ଓ 3 । କାମ୍ୟକର୍ମ— ଯାହା କୌଣସି ବିଶିଷ୍ଟ କାମନା ବା ଉଦ୍ଦେଶ୍ୟ ଲାଭ ଆଶାରେ ଅନୁଷ୍ଠିତ ହୁଏ, ଯଥା—ପୁତ୍ରେଷ୍ଟି ଯଜ୍ଞ, ଗ୍ରହଯଜ୍ଞ—ହି. ଶ] — ହିନ୍ଦୁଶାସ୍ତ୍ର (ଯଥା ମୀମାଂସା) ଅନୁସାରେ ଧର୍ମାନୁଷ୍ଠାନ ବା କର୍ମକୁ3ଶ୍ରେଣୀରେ ବିଭକ୍ତ କରା ଯାଇଅଛି ଯଥା—1 ନିତ୍ୟ କର୍ମ— ଯାହା ପ୍ରତିଦିନ କରିବାକୁ ହେବ ଓ ନ କଲେ ପ୍ରତ୍ୟବାୟ ବା ପାପ ହୁଏ, ଯଥା—ପଞ୍ଚ ଯଜ୍ଞ, ସନ୍ଧ୍ୟା ବନ୍ଦନାଦି;2 ନୈମିତ୍ତିକ କର୍ମ— ଯାହା ବିଶିଷ୍ଟ ଉପଲକ୍ଷରେ ଅନୁଷ୍ଠିତ ହୁଏ, ଯଥା—ଦ୍ୱିଜାତିର ସଂସ୍କାରାଦି କର୍ମ, ବିଭିନ୍ନ ଯଜ୍ଞ କର୍ମ, ପ୍ରାୟଶ୍ଚିତ୍ତ ଓ3 କାମ୍ୟକର୍ମ— ଯାହା କୌଣସି ବିଶିଷ୍ଟ କାମନା ବା ଉଦ୍ଦେଶ୍ୟ ଲାଭ ଆଶାରେ ଅନୁଷ୍ଠିତ ହୁଏ, ଯଥା—ପୁତ୍ରେଷ୍ଟି ଯଜ୍ଞ, ଗ୍ରହଯଜ୍ଞ—ହି. ଶ]