ନିକଟିବା, ନିକିଟିବା, ନିକୁଟିବା Nikaṭibā, Nikiṭibā, Nikuṭibā

  • ଦେ. କ୍ରି. (ସଂ. ନିଷ୍କର୍ଷଣ) — (ଦାନ୍ତ)ନେଫେଡ଼ିବା; (ଦାନ୍ତ) ପଦାକୁ ଦେଖାଇବା — To exhibit; to show out (one's teeth)
  • ଦେ. କ୍ରି. (ସଂ. ନିଷ୍କର୍ଷଣ) — [ଦ୍ର—ଦୁଇ ଓଠକୁ ମେଲା କରି ହସିବା ବା କାନ୍ଦିବା ବେଳେ ଓଠ ଅଳ୍ପ ମେଲା ହୋଇ ଦନ୍ତପଂକ୍ତିର କେତେକ ଅଂଶ ଦେଖା ଗଲେ ତାକୁ ଦାନ୍ତ ନିକୁଟିବା; ଦନ୍ତପଂକ୍ତି ଆହୁରି ବେଶୀ ଦେଖା ଗଲେ ତାକୁ ଦାନ୍ତ ନେଫେଡ଼ିବା ଓ ସେଥିରୁ ଆହୁରି ବେଶୀ ଦେଖା ଗଲେ ତାକୁ ଦାନ୍ତ ନିସିଡ଼ିବା ଓ ସର୍ବାପେକ୍ଷା ଅଧିକ ମେଲା ହୋଇ ଦାନ୍ତଯାକ ଦେଖାଗଲେ ତାକୁ ଦାନ୍ତ ଛୋଡ଼ିବା କହନ୍ତି। ଦାନ୍ତ ଛୋଡ଼ିବା ଅଶିଷ୍ଟ ବ୍ୟବହାର ଅଟେ। ନିକୁଟିବା ଶବ୍ଦ କେବଳ ଦାନ୍ତ ପରେ ବ୍ୟବହୃତ ହୁଏ।]