ନିଃଶ୍ୱାସ Niḥṡwāsa

  • ସଂ. ବି. (ନିର୍=ବାହାରକୁ+ଶ୍ୱାସ)—ପ୍ରାଣବାୟୁ; ନାସାଗତ ବାୟୁ; ନାକଦ୍ୱାରା ବାହାରକୁ ଛଡ଼ାଯିବା ବାୟୁ — Respiration; breathing of life; exhalation; air expelled by the nostrils
  • ସଂ. ବି. (ନିର୍=ଭିତରକୁ+ଶ୍ୱାସ)—ନାକଦ୍ୱାରା ଦେହ ମଧ୍ୟକୁ ନିଆଯିବା ବାୟୁ — Inhalation; air inhaled through the nostrils
  • ସଂ. ବି. [ଦ୍ର—ନାକ ବାଟେ ଗୃହୀତ ଶ୍ୱାସ ଓ ନାକବାଟେ ତ୍ୟକ୍ତ ଶ୍ୱାସ ଉଭୟକୁ ନିଃଶ୍ୱାସ ବୋଲାଯାଏ. କିନ୍ତୁ ପ୍ରଶ୍ୱାସର ଅର୍ଥ କେବଳ ବାହାରକୁ ଛାଡ଼ିବା ଶ୍ୱାସ।]
  • ଦେ. ବି — ଦୀର୍ଘନିଃଶ୍ୱାସ — Sigh