ନିଃଶେଷକୃତ Niḥṡeshakṛuta
- ସଂ. ବିଣ. ପୁଂ — (ନିଃଶେଷ+କୃ ଧାତୁ+କର୍ତ୍ତୃବାଚ୍ୟ ତ)—ଯେ କିଛି ବାକି ନ ରଖି ସବୁଯାକ ଖାଦ୍ୟ ଖାଇଦିଏ; ଯେ ଖାଇଲା ପତ୍ରରେ କିଛିମାତ୍ର ବସ୍ତୁ ଛାଡ଼ି ନ ଯାଏ — Eating one's meals without any remainder (M.W.)
- ସଂ. ବିଣ. ପୁଂ — (ନିଃଶେଷ+କୃ ଧାତୁ+କର୍ମବାଚ୍ୟ ତ)—ଯେଉଁ ବସ୍ତୁକୁ ବା ପାତ୍ରକୁ ବା ଭାଣ୍ଡକୁ ନିଃଶେଷିତ କରା ଯାଇଅଛି — Completely emptied of its contents