ନିଃଶଳାକ Niḥṡaḻāka

  • ସଂ. ବିଣ. (ବହୁବ୍ରୀହି; ନିଃ+ଶଳାକା=କାଠୀ) — (ଜୀବବିଜ୍ଞାନ ପରିଭାଷା)—ଯେଉଁ ପକ୍ଷୀ ବା ମାଛମାନଙ୍କର ଡେଣାରେ ଅସ୍ଥି ଶଳାକା ମାତ୍ର ନ ଥାଏ; ଅସ୍ଥିରହିତ — (Physiology) Anacanthous (birds and fishes); having spineless fins or wings
  • ସଂ. ବିଣ. (ବହୁବ୍ରୀହି; ନିଃ+ଶଳାକା=କାଠୀ) — (ନିଃ+ଶଳାକା=ସାରିକା, ମଇନା ପକ୍ଷୀ; ଯେଉଁ ସ୍ଥାନକୁ ପକ୍ଷୀମାନେ ସୁଦ୍ଧା ଉଡ଼ି ଯାଇ ପାରନ୍ତି ନାହିଁ)— ନିର୍ଜନ; ବିଜନ — Solitary; lonely
  • ସଂ. ବିଣ. (ବହୁବ୍ରୀହି; ନିଃ+ଶଳାକା=କାଠୀ) — [ଦ୍ର—ମନୁସଂହିତାରେ ଉପଦେଶ ଅଛି ଯେ ନିଃଶଳାକ ସ୍ଥାନରେ ମନ୍ତ୍ରଣା କରିବ]
  • ସଂ. ବିଣ. (ବହୁବ୍ରୀହି; ନିଃ+ଶଳାକା=କାଠୀ) — ଘାସ ଆଦି ଶଳାକା ଶୂନ୍ୟ — (a place) Free from grass etc (M.W.)
  • ସଂ. ବିଣ. (ବହୁବ୍ରୀହି; ନିଃ+ଶଳାକା=କାଠୀ) — ପ୍ରତିବନ୍ଧରହିତ — Without impediment or obstacle