ନାଡ଼ି ନକ୍ଷତ୍ର Nāṟḍ̠i nakshatra
- ସଂ. ବି (ନାଡ଼ି+ନକ୍ଷତ୍ର) — (ଫଳିତ ଜ୍ୟୋତିଷ) ବର ବଧୂଙ୍କ ଜାତକ ଗଣନାର୍ଥେ କଳ୍ପିତ ଚକ୍ରରେ ସ୍ଥିତ ନକ୍ଷତ୍ରବିଶେଷ — The title of some asterisms in connection with the astrological calculation of the horoscopes of a bridegroom and bride elect
- ସଂ. ବି (ନାଡ଼ି+ନକ୍ଷତ୍ର) — [ଦ୍ର—ଯେଉଁ ନକ୍ଷତ୍ରରେ ମନୁଷ୍ୟ ଜନ୍ମଗ୍ରହଣ କରିଥାଏ ତାକୁ ଓ ତହିଁଠାରୁ ଦଶମ, ଷୋଡ଼ଶ, ଅଷ୍ଟାଦଶ, ତ୍ରୟୋଦଶ ଓ ପଞ୍ଚଦଶ ନକ୍ଷତ୍ରକୁ ନାଡ଼ି ନକ୍ଷତ୍ର ବା ନାଡ଼ୀ କହନ୍ତି । ଜନ୍ମ ନାଡ଼ିକୁ ଆଦ୍ୟ, ଦଶମ ନାଡ଼ିକୁ କର୍ମ, ଷୋଡଶକୁ ସାଂଘାତିକ, ଅଷ୍ଟାଦଶକୁ ସମୁଦୟ, ତ୍ରୟୋବିଂଶକୁ ବିନାଶ ଓ ପଞ୍ଚବିଂଶକୁ ମାନସ ନାଡ଼ୀ ବୋଲାଯାଏ—ହି. ଶବ୍ଦସାଗର ।]
- ସଂ. ବି (ନାଡ଼ି+ନକ୍ଷତ୍ର) — ଜନ୍ମ ନକ୍ଷତ୍ର — The natal asterism of a person; the star in the ascendant at one's birth
- ଦେ. ବି (ସଂ. ନାଡ଼ି+ନକ୍ଷତ୍ର) — (କୌଣସି ବ୍ୟକ୍ତିର ଶରୀରସ୍ଥ ନାଡ଼ି ଓ ଜାତକର ନକ୍ଷତ୍ର ଦେଖି ତାହାର ସ୍ୱାସ୍ଥ୍ୟ ଓ ଶୁଭାଶୁଭ ଫଳ ଜଣା ଯାଇପାରେ) (ଲକ୍ଷଣାର୍ଥ)—କୌଣସି ମନୁଷ୍ୟ ସମ୍ବନ୍ଧେ ଯାବତୀୟ ଜ୍ଞାତବ୍ୟ ବିଷୟ — All the available informations about a person
- ଦେ. ବି (ସଂ. ନାଡ଼ି+ନକ୍ଷତ୍ର) — (ଯଥା—ଆରେ ବାପା ! ମୋ ଆଗରେ ଏତେ ବଡ଼ାଇ କର୍ ନାଁ; ମତେ ତୋ ନାଡ଼ୀ ନକ୍ଷତ୍ର ସବୁ ଜଣା ।)
- ଦେ. ବି (ସଂ. ନାଡ଼ି+ନକ୍ଷତ୍ର) — (ଲକ୍ଷଣାର୍ଥ) ମନୁଷ୍ୟର ପ୍ରକୃତିଗତ ଅଭ୍ୟାସ ଓ ଗତିବିଧି — A person's movements, nature and habits
- ଦେ. ବି (ସଂ. ନାଡ଼ି+ନକ୍ଷତ୍ର) — କୌଣସି ବ୍ୟକ୍ତିର ଗୁପ୍ତ ରହସ୍ୟମାନ — All the secrets of a person