ନାଳ ଗଡ଼ିବା Nāḻagaṟḍ̠ibā
- ଦେ. ବି — କୌଣସି ବ୍ୟକ୍ତିର ପାଟିରୁ ଲାଳ ସ୍ରବିବା; ଲାଳ ସ୍ରାବ — Salivation; the flowing of saliva from the mouth of a person
- ଦେ. ବି — ନାଳବ(ବୋ)ହିବା, ନାଳପଡ଼ିବା, ନାଳଟପକିବା, ନାଳସ୍ରବିବା ଅନ୍ୟରୂପ — ନାଳବ(ବୋ)ହିବା, ନାଳପଡ଼ିବା, ନାଳଟପକିବା, ନାଳସ୍ରବିବାଅନ୍ୟରୂପ
- ଦେ. ବି — [ଦ୍ର—ପ୍ରବାଦ ଅଛି ଯେ ଯେଉଁ ପିଲା ଗର୍ଭରେ ଥିଲା ବେଳେ ଗର୍ଭଧାରିଣୀର ଦୋହଦ ବା ଅଭିଳାଷ ମେଣ୍ଟି ନ ଥାଏ ସେ ପିଲାର ପାଟିରୁ ନାଳ ଗଡ଼େ। ଖାଦ୍ୟ ଦ୍ରବ୍ୟ ଦେଖିଲେ କେତେକ ଜୀବଙ୍କର ଓ ବିଶେଷତଃ ଖଟା ଜିନିସ ଦେଖିଲେ ମନୁଷ୍ୟମାନଙ୍କ ପାଟିରୁ ସ୍ୱଭାବତଃ ନାଳ ବହେ; କେତେକ ଲୋକଙ୍କର ଅଭୀଷ୍ଟ ଖାଦ୍ୟଦ୍ରବ୍ୟ ଆଗରେ ଦେଖିବା ମାତ୍ରେ ପାଟିରୁ ମନକୁ ନାଳ ଗଡ଼େ; କେତେକ ଲୋକଙ୍କର ମୁହଁରୁ ଶୋଇଲା ବେଳେ ବା ଢୁଳେଇଲାବେଳେ ନାଳ ଗଡ଼େ ଓ କେତେକ କଡ଼ା ଦ୍ରବ୍ୟ ମୁହଁରେ ଗ୍ରହଣ କଲେ ପାଟିରୁ ନାଳ ଗଡ଼େ, କେତେକ ମୁଖ ଓ ଦନ୍ତରୋଗର ଉପଶମନାର୍ଥ ମୁହଁରେ ଓ ଦାନ୍ତ— ମୂଳରେ ଗୁଡ଼ାଖୁ ଆଦି କଡ଼ା ଓଷଧ ଲଗାଇଲେ ପାଟରୁ ନାଳ ଗଡ଼େ।]