ନାମ ଧାତୁ Nāma dhātu
- ସଂ. ବି. (ବ୍ୟାକରଣ) — ଶବ୍ଦରେ ବିଶେଷ ବିଶେଷ ଅର୍ଥରେ ପ୍ରତ୍ୟୟ କରି ଯେଉଁ ଧାତୁ ନିଷ୍ପନ୍ନ ହୁଏ — A verbal root formed from a noun or an adjective; a nominal verb
- ସଂ. ବି. (ବ୍ୟାକରଣ) — ଯଥା—'ପ୍ରଭାତିଲା ବିଭାବରୀ ହସିଲେ ଉଜ୍ୱଳେ' ରାଧାନାଥ—ବେଣୀସଂହାର।
- ସଂ. ବି. (ବ୍ୟାକରଣ) — [ଦ୍ର—ସଂସ୍କୃତରେ ନାମ ଧାତୁର ଉଦାହରଣ—ପାର୍ଥ ଶବ୍ଦରୁ ନାମ ଧାତୁ ପାର୍ଥାୟ; ହରିତ ଶବ୍ଦରୁ ନାମ ଧାତୁ ହରିତାୟ। ଓଡ଼ିଆରେ ନାମଧାତୁର ଉଦାହରଣ ଗୋଡ଼ ଶବ୍ଦରୁ ନାମଧାତୁର କ୍ରିୟା ଗୋଡ଼ା (ଡ଼େ)ଇବା; ନଖରୁ ନଖା(ଖେ)ଇବା;ପେଟରୁ ପେଟା(ଟେ)ଇବା; ଚିକଣରୁ ଚିକଣା(ଣେ)ଇବା ଇତ୍ୟାଦି।]