ନାବାଳକ(ଗ) Nābāḻaka

  • ବୈଦେ. ବିଣ. (କଚିରିଆ) (ଫା—ନାବାଲିଗ୍) ଅପ୍ରାପ୍ତ ବୟସ୍କ — Minor
  • ବୈଦେ. ବିଣ. (କଚିରିଆ) (ଫା—ନାବାଲିଗ୍) ପ୍ରାପ୍ତ ବୟସ୍କର ଅଧିକାର ପାଇବା ନିମନ୍ତେ ଆଇନ୍ ଅନୁସାରେ ଉପଯୁକ୍ତ ବୟସରେ ଉପନୀତ ହୋଇ ନ ଥିବା; ଅଳ୍ପବୟସ୍କ — Young; who has not yet attained his age of majority in the eye of law
  • ବୈଦେ. ବିଣ. (କଚିରିଆ) (ଫା—ନାବାଲିଗ୍) [ଦ୍ର—ଏ ଫାର୍ସୀ ଶବ୍ଦ ସ୍ତ୍ରୀ ଓ ପୁରୁଷଙ୍କ ପ୍ରତି ପ୍ରଯୁଜ୍ୟ ହୁଏ। ସାଧୁଭାଷା ବ୍ୟବହାରପ୍ରିୟ ବ୍ୟକ୍ତି ଓ ଲେଖକମାନେ ନାବାଳକ ଶବ୍ଦକୁ ବାଳକ ଶବ୍ଦ ସଙ୍ଗେ ସଂପୃକ୍ତ ପୁଂଲିଙ୍ଗ ଶବ୍ଦ ବିଚାର କରି ତହିଁର ସ୍ତ୍ରୀଲିଙ୍ଗ ନାବାଳିକା କରନ୍ତି। ଫା. ନାବାଲିଗ୍ ଶବ୍ଦର ବିପରୀତ ବାଲିଗ୍=ବୟଃପ୍ରାପ୍ତ; କିନ୍ତୁ ଭାଷାରେ ବାଳକ ଶବ୍ଦ ସଙ୍ଗେ ଏ ଶବ୍ଦର ସମ୍ପର୍କ ଥିବାର ଭ୍ରମରେ ନାବାଳକର ବିପରୀତ ସାବାଳକ ଶବ୍ଦ ବ୍ୟବହୃତ ହୁଏ। ହିନ୍ଦୁ, ମୁସଲମାନ ଓ ପାଶ୍ଚାତ୍ୟ ଆଇନ ଅନୁସାରେ ଯୁବକ ଯୁବତୀମାନେ 18 ବର୍ଷ ବା 21 ବର୍ଷ ପର୍ଯ୍ୟନ୍ତ 'ନାବାଳକ' — [ଦ୍ର—ଏ ଫାର୍ସୀ ଶବ୍ଦ ସ୍ତ୍ରୀ ଓ ପୁରୁଷଙ୍କ ପ୍ରତି ପ୍ରଯୁଜ୍ୟ ହୁଏ ସାଧୁଭାଷା ବ୍ୟବହାରପ୍ରିୟ ବ୍ୟକ୍ତି ଓ ଲେଖକମାନେ ନାବାଳକ ଶବ୍ଦକୁ ବାଳକ ଶବ୍ଦ ସଙ୍ଗେ ସଂପୃକ୍ତ ପୁଂଲିଙ୍ଗ ଶବ୍ଦ ବିଚାର କରି ତହିଁର ସ୍ତ୍ରୀଲିଙ୍ଗ ନାବାଳିକା କରନ୍ତି ଫା. ନାବାଲିଗ୍ ଶବ୍ଦର ବିପରୀତ ବାଲିଗ୍=ବୟଃପ୍ରାପ୍ତ; କିନ୍ତୁ ଭାଷାରେ ବାଳକ ଶବ୍ଦ ସଙ୍ଗେ ଏ ଶବ୍ଦର ସମ୍ପର୍କ ଥିବାର ଭ୍ରମରେ ନାବାଳକର ବିପରୀତ ସାବାଳକ ଶବ୍ଦ ବ୍ୟବହୃତ ହୁଏ ହିନ୍ଦୁ, ମୁସଲମାନ ଓ ପାଶ୍ଚାତ୍ୟ ଆଇନ ଅନୁସାରେ ଯୁବକ ଯୁବତୀମାନେ18ବର୍ଷ ବା21ବର୍ଷ ପର୍ଯ୍ୟନ୍ତ 'ନାବାଳକ'(minor)ରହନ୍ତି ଓ ସେ ସମୟରେ ସେମାନଙ୍କର ସମ୍ପତ୍ତିକୁ ଓ ଶରୀରକୁ ରକ୍ଷଣାବେକ୍ଷଣ କରିବା ପାଇଁ ଅଭିଭାବକ (ଗାର୍ଜନ୍, guardian) ନିଯୁକ୍ତି ହୁଅନ୍ତି ବଡ଼ ବଡ଼ ରାଜା ଓ ଜମିଦାରମାନଙ୍କର ନାବାଲାଗି ସମୟରେ ରାଜସରକାର (କୋର୍ଟ୍ ଅଫ୍ ଓ୍ୱାର୍ଡସ(Governnment,court of wards)ସେମାନଙ୍କ ସମ୍ପତ୍ତି ଓ ଶରୀରର ରକ୍ଷଣାବେକ୍ଷଣର ଭାର ନିଅନ୍ତି ଓ ନାବାଲକମାନେ ଆଇନ୍ ଅନୁସାରେ କି କି କାର୍ଯ୍ୟ କରିପାରିବେ ଓ ନ କରି ପାରିବେ ଭିନ୍ନ ଭିନ୍ନ ଦେଶର ଆଇନରେ ଓ ଶାସ୍ତ୍ରରେ ତହିଁରେ ଭିନ୍ନ ଭିନ୍ନ କାଇଦା କଟକଣା ଅଛି]
  • ବୈଦେ. ବି — ଅପ୍ରାପ୍ତ ବୟସ୍କ ଯୁବା; ଯାହାର ଶରୀର ଓ ସମ୍ପତ୍ତି ରକ୍ଷଣାବେକ୍ଷଣ କରିବା ନିମନ୍ତେ ଅଭିଭାବକ ହୁଅନ୍ତି — A minor; a ward