ନାନୀ Nānī

  • ଦେ. ବି. ସ୍ତ୍ରୀ — (ହି. ନାନା+ସ୍ତ୍ରୀଲିଙ୍ଗ ଈ; ମୁସଲମାନ, ହିନ୍ଦୁ— ସ୍ଥାନୀ ଓ ପଶ୍ଚିମାମାନଙ୍କର ବ୍ୟବହୃତ)—ଆଈ; ମାତାମହୀ — Grandmother
  • ଦେ. ବି. ସ୍ତ୍ରୀ — ବଡ ଭଉଣୀ — Elder sister
  • ଦେ. ବି. ସ୍ତ୍ରୀ — [ଦ୍ର—ବ୍ରାହ୍ମଣ ପରିବାରରେ ବଡ ଭଉଣୀକୁ ନାନୀ ଓ ବ୍ରାହ୍ମଣେତର ପରିବାରରେ ବଡ ଭଉଣୀକୁ ଦେଈ ବା ଅପା ଡାକନ୍ତି। ଦ୍ର—ନାନୀ=ବଡ଼ଭଉଣୀ; ଦ୍ରାବିଡ଼ ଭାଷାରୁ ଏ ଶବ୍ଦ ଓଡ଼ିଆକୁ ଆସି, ଏହାର ବିପରୀତ ଲିଙ୍ଗରେ 'ନନା'ହୋଇଅଛି।]
  • ଦେ. ବି. ସ୍ତ୍ରୀ — ଆପଣାଠାରୁ ଅଧିକ ବୟସ୍କ ବ୍ରାହ୍ମଣଙ୍କୁ ଅନ୍ୟ ବ୍ୟକ୍ତିମାନଙ୍କର ଡାକିବା ସମ୍ବୋଧନ — A term addressed to a Brāhmaṇa women older than the person accosting
  • ଦେ. ବି. ସ୍ତ୍ରୀ — ବ୍ରାହ୍ମଣ କନ୍ୟା — A Brāhmaṇa girl
  • ଦେ. ବି. ସ୍ତ୍ରୀ — ମଲ୍ଲିଫୁଲ ଫୁଟିଲା,ଗେହ୍ଲେଇନାନୀ ଗାଧୋଇ ଯାଇଁ ମାମୁଁ ଘରେ ଉଠିଲା। ଯୌବନେ ମର୍କଟୀ ରମ୍ୟା। ପଦିନାନୀ ବିବର୍ଜିତା। ବ୍ୟଙ୍ଗ ଢଗ।
  • ଦେ. ବି. ସ୍ତ୍ରୀ — ରାଜାନ୍ତଃପୁରରେ ପାଚିକାରୂପେ ନିଯୁକ୍ତା ବିଧବା ବ୍ରାହ୍ମଣୀ — A widow Brāhmaṇī engaged as a cook in the harem of a Raja
  • ଦେ. ବି. ସ୍ତ୍ରୀ — (ବ୍ୟଙ୍ଗ୍ୟ) ଗୃହସ୍ୱାମିନୀ — (ironical) House wife
  • ଦେ. ବି. ସ୍ତ୍ରୀ — ନନାଙ୍କର ବାଟେ ତ ନାନୀଙ୍କର ବାଟେ। ଢଗ। ବିଲୁଆ ନନାରେ ବିଲୁଆ ନନା! ନାନୀ ପିନ୍ଧିଅଛି ତୋ ଚିରାକନା—ଶିଶୁ ଗୀତ.
  • ଦେ. ବି. ସ୍ତ୍ରୀ — ପିଉସୀ; ପିତୃସ୍ପସା — Father's sister
  • ପ୍ରାଦେ. (ଭତରୀ ଭାଖା) ବିଣ. (ସଂ. ନ୍ୟୁନ; ତୁଳ. ହି. ଏହି ଅର୍ଥରେ ପୁଂ ନନ୍ହା ଓ ସ୍ତ୍ରୀ ନହ୍ନୀ) — କ୍ଷୁଦ୍ର; ସାନ — Small; little