ନାନା ଫଡ୍ନବିଶ୍ Nānā phaṟḍ̠nabiṡ
- ଦେ. ବିଣ. (ନାମ) (ମରହଟ୍ଟୀ) — ତୂଣ୍ଡୁପନ୍ଥ ନାନା; ନାନା ସାହେବ — Nānā Sāhib
- ଦେ. ବିଣ. (ନାମ) (ମରହଟ୍ଟୀ) — [ଦ୍ର—ଏହାଙ୍କର ପ୍ରକୃତ ନାମ ଧୁନ୍ଦୁପନ୍ଥ। ଏ ପେଶବ ବାଜିରାଓଙ୍କର ପୋଷ୍ୟପୁତ୍ର। ପେଶବା ବାଜିରାଓ 3 ୟ ମରହଟ୍ଟା ଯୁଦ୍ଧ ପରେ ଇଂରାଜଙ୍କଠାରୁ ବାର୍ଷିକ 8 ଲକ୍ଷ ଟଙ୍କା ପେନ୍ସନ୍ ପାଇ କାନପୁର ନିକଟବର୍ତ୍ତୀ ବିଠୁରଠାରେ ରହୁଥିଲେ। ତାଙ୍କ ମୃତ୍ୟୁପରେ ଇଂରାଜ ଗଭର୍ଣ୍ଣମେଣ୍ଟ ନାନା ସାହେବଙ୍କୁ ଏ ପେନ୍ସନ୍ ଦେଲେ ନାହିଁ। ଏଥିପାଇଁ ସେ ଇଂରାଜଙ୍କ ବିପକ୍ଷରେ ଷଡଡ଼ଯନ୍ତ୍ର କରୁଥିଲେ। ଏହି ସମୟରେ ସିପାହି ବିଦ୍ରୋହ (ଖ୍ରୀ 1857 )ଘଟିବାରୁ ନାନା ସାହେବ କାନପୁରଠାରେ ଗୁଡ଼ିଏ ବିଦ୍ରୋହୀ ସେନାଙ୍କ ନାୟକ ହୋଇ କାନପୁରରେ ଥିବା ସାହେବ ଓ ସେମାନଙ୍କ ପରିବାରଙ୍କୁ ଘେରିଲେ। ଅବଶେଷରେ ସେମାନେ ଆତ୍ମସମର୍ପଣ କରିବାରୁ ନାନାଙ୍କ ଆଦେଶରେ ସେମାନେ ସିପାହିମାନଙ୍କ ଦ୍ୱାରା ନିହତ ହେଲେ। କିନ୍ତୁ ଶେଷରେ ନାନା ସାହେବ ସେଠାରେ ପରାସ୍ତ ହୋଇ ଅଯୋଧ୍ୟାର ବେଗମ ଓ ବେରିଲିର ନବାବଙ୍କ ସୈନ୍ୟଦଳରେ ଯୋଗ ଦେଲେ। କିନ୍ତୁ ସେଠାରେ ପରାଜିତ ହୋଇ ନେପାଳ ପଳାଇଲେ। ଯେ ଏହାଙ୍କୁ ଧରିଦେବ ଇଂରାଜସରକାର ତାଙ୍କୁ 1 ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ, କିନ୍ତୁ କେହି ଏହାଙ୍କୁ ଧରିପାରି ନ ଥିଲେ। ଶେଷରେ ଏ ନେପାଳ ଅରଣ୍ୟରେ ଲୁଚି ଲୁଚି ବୁଲି ସେଠାରେ ନିରୁଦ୍ଦେଶ ହେଲେ।] — [ଦ୍ର—ଏହାଙ୍କର ପ୍ରକୃତ ନାମ ଧୁନ୍ଦୁପନ୍ଥ ଏ ପେଶବ ବାଜିରାଓଙ୍କର ପୋଷ୍ୟପୁତ୍ର ପେଶବା ବାଜିରାଓ3ୟ ମରହଟ୍ଟା ଯୁଦ୍ଧ ପରେ ଇଂରାଜଙ୍କଠାରୁ ବାର୍ଷିକ8ଲକ୍ଷ ଟଙ୍କା ପେନ୍ସନ୍ ପାଇ କାନପୁର ନିକଟବର୍ତ୍ତୀ ବିଠୁରଠାରେ ରହୁଥିଲେ ତାଙ୍କ ମୃତ୍ୟୁପରେ ଇଂରାଜ ଗଭର୍ଣ୍ଣମେଣ୍ଟ ନାନା ସାହେବଙ୍କୁ ଏ ପେନ୍ସନ୍ ଦେଲେ ନାହିଁ ଏଥିପାଇଁ ସେ ଇଂରାଜଙ୍କ ବିପକ୍ଷରେ ଷଡଡ଼ଯନ୍ତ୍ର କରୁଥିଲେ ଏହି ସମୟରେ ସିପାହି ବିଦ୍ରୋହ (ଖ୍ରୀ1857)ଘଟିବାରୁ ନାନା ସାହେବ କାନପୁରଠାରେ ଗୁଡ଼ିଏ ବିଦ୍ରୋହୀ ସେନାଙ୍କ ନାୟକ ହୋଇ କାନପୁରରେ ଥିବା ସାହେବ ଓ ସେମାନଙ୍କ ପରିବାରଙ୍କୁ ଘେରିଲେ ଅବଶେଷରେ ସେମାନେ ଆତ୍ମସମର୍ପଣ କରିବାରୁ ନାନାଙ୍କ ଆଦେଶରେ ସେମାନେ ସିପାହିମାନଙ୍କ ଦ୍ୱାରା ନିହତ ହେଲେ କିନ୍ତୁ ଶେଷରେ ନାନା ସାହେବ ସେଠାରେ ପରାସ୍ତ ହୋଇ ଅଯୋଧ୍ୟାର ବେଗମ ଓ ବେରିଲିର ନବାବଙ୍କ ସୈନ୍ୟଦଳରେ ଯୋଗ ଦେଲେ କିନ୍ତୁ ସେଠାରେ ପରାଜିତ ହୋଇ ନେପାଳ ପଳାଇଲେ ଯେ ଏହାଙ୍କୁ ଧରିଦେବ ଇଂରାଜସରକାର ତାଙ୍କୁ1ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ, କିନ୍ତୁ କେହି ଏହାଙ୍କୁ ଧରିପାରି ନ ଥିଲେ ଶେଷରେ ଏ ନେପାଳ ଅରଣ୍ୟରେ ଲୁଚି ଲୁଚି ବୁଲି ସେଠାରେ ନିରୁଦ୍ଦେଶ ହେଲେ]