ନାଟ ମନ୍ଦିର Nāṭa mandira

  • ବୈଦେ. ବି (ସଂ. ନାଟ+ମନ୍ଦିର) — ଦେବମନ୍ଦିରର ସମ୍ମୁଖସ୍ଥ ପ୍ରାସାଦବିଶେଷ — Dancing saloon of a temple; the dancing hall attached to a temple
  • ବୈଦେ. ବି (ସଂ. ନାଟ+ମନ୍ଦିର) — [ଦ୍ର—ଉତ୍କଳର ପ୍ରସିଦ୍ଧ ଦେବାଳୟମାନଙ୍କରେ ପ୍ରଧାନ ମନ୍ଦିରରେ ଦେବ ବିଗ୍ରହ ଥାଆନ୍ତି; ତହିଁକୁ ଲାଗିଥିବା ମନ୍ଦିର (ସଂ ମୁଖଶାଳା=ଓ. ମୁକୁଶିଆଳି) ରେ ଭକ୍ତମାନେ ଦେବଦର୍ଶନାର୍ଥ ଏକତ୍ର ହୁଅନ୍ତି ଓ ମୁଖଶାଳାକୁ ଲାଗି ନାଟମନ୍ଦିର ନିର୍ମିତ ହୋଇଥାଏ; ସେଥିରେ ସମୟ— ସମୟରେ ଗୀତ, ବାଦ୍ୟ ଓ ନୃତ୍ୟଆଦି କରାଯାଏ। ଏହାଛଡ଼ା କେଉଁ କେଉଁ ମନ୍ଦିରରେ ସ୍ୱତନ୍ତ୍ର 'ଭୋଗମଣ୍ଡପ' ଥାଏ।]
  • ସଂ. ବି — ନୃତ୍ୟଶାଳା; ନାଚଖାନା — Ball-room; dancing sallon