ନାଟ ପିଲା Nāṭa pilā
- ଦେ. ବି — ନାଟୁଆପିଲା; ନୃତ୍ୟକାରୀ ବାଳକ — Dancing boy
- ଦେ. ବି — [ଦ୍ର—ଉତ୍କଳରେ ଅଳ୍ପବୟସ୍କ ସୌମ୍ୟରୂପ ବାଳକମାନଙ୍କୁ ସ୍ତ୍ରୀ ବେଶରେ ସଜ୍ଜିତ କରି ସେମାନଙ୍କ ଦ୍ୱାରା ନୃତ୍ୟ ଗୀତ ଓ ପୌରାଣିକ ଅଭିନୟମାନ କରାଯାଏ। ପୌରାଣିକ ଅଭିନେତା ବାଳକ ଏକାଧିକ ସଂଖ୍ୟକ; ହେଲେ ସେମାନଙ୍କୁ "ସଖୀ ପିଲା" କହନ୍ତି। ସଙ୍ଗୀତ ବୋଲି ନାଚିବା ପିଲାଙ୍କୁ 'ଗୋଟିପୁଅ' କହନ୍ତି। ଗୋଟିପୁଅମାନେ ନାନାପ୍ରକାର ଅସାଧ୍ୟ 'ବନ୍ଧ' ବା 'ବ୍ୟାୟାମ' ମନ ଦେଖାନ୍ତି। ନାଟପିଲାମାନେ ଗୀତ ବୋଲିବା ବେଳେ ନାଚନ୍ତି ଓ ଅଙ୍ଗଭଙ୍ଗି ଓ କରାଦି ଚାଳନ (ପାରିଜା) ଦ୍ୱାରା ଗୀତର ଭାବାର୍ଥମାନଙ୍କୁ ପ୍ରକାଶ କରନ୍ତି।]