ନାଚିବା Nāchibā

  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — ନୃତ୍ୟ କରିବା; ତାଳ ମାନ ଓ ବାଦ୍ୟ ଅନୁସାରେ ପଦକ୍ଷେପ କରିବା — To dance
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — ନାଚିଲେ ସଭା ମଧ୍ୟରେ ଉଭା ହୋଇ। କୃଷ୍ଣସିଂହ. ମହାଭାରତ ବନ।
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — ଲମ୍ଫଝମ୍ପ କରିବା — To caper about; to jump or frisk about
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — କେତେ ଲୋକେ ସେ ସୈନ୍ୟେ ନାଚି ରଞ୍ଜାଇଲେ। କୃଷ୍ଣସିଂହ, ମହାଭାରତ ସଭା।
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — ରାଗରେ କମ୍ପିବା — To shake with anger
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — ସ୍ପନ୍ଦିତ ହେବା — To vibrate; to oscilate; to throb
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — କ୍ଷଣକେ ନାଚି ଉଠିବ ଜୀବନ—ଶୋଣିତ। ମଧୁସୂଦନ. ଉତ୍କଳ ଗାଥା।
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — (ଲକ୍ଷଣାର୍ଥ) ସର୍ବଦା କଳ୍ପନା ଚକ୍ଷୁ ଆଗରେ ଉପସ୍ଥିତ ହେବା — (figurative) To constantly appear before a person's fancy; to dance before the mind's eye
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — (ଯଥା— ଜଗବନ୍ଧୁ ମୋତେ ଛାଡ଼ି ଏଠାରୁ ଯିବା ଦିନଠାରୁ ତା ରୂପ ଆଖି ଆଗରେ ନାଚୁଛି।)
  • ଦେ. କ୍ରି. (ସଂ. ନୃତ୍ ଧାତୁ, ପ୍ରା. ନଚ୍ଚ ଧାତୁ) — [ଦ୍ର—ନାଚିବା କ୍ରିୟା ସଙ୍ଗେ କୁଦିବା, ଖେଳିବା, ଡେଇଁବା କ୍ରିୟା ସହଚର ରୂପେ ବ୍ୟବହୃତ ହୁଏ। ନାଚିବା କ୍ରିୟାର ଅସମାପିକାରୂପ ସଙ୍ଗେ ଉଠିବା, ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]