ନାଗାର୍ଜୁନ Nāgārjuna

  • ଦେ. ବି. (ନାମ) — ବୌଦ୍ଧ ମହାଯାନ ସଂପ୍ରଦାୟର ପ୍ରବର୍ତ୍ତକ ମହାପୁରୁଷବିଶେଷ — Name of a Buddhist reformer
  • ଦେ. ବି. (ନାମ) — [ଦ୍ର—ଏ ବିଦର୍ଭ ଦେଶୀୟ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ। ଏ ଖ୍ରୀଷ୍ଟପୂର୍ବ 100 ଠାରୁ 250 ବର୍ଷ ମଧ୍ୟରେ ଜୀବିତ ଥିଲେ। ଜ୍ୟୋତିଷ ଗଣନା ଅନୁସାରେ ଏହାଙ୍କର ପରମାୟୁ 7 ବର୍ଷ ଥିବାର ଜଣାଯିବାରୁ ଏହାଙ୍କ ପିତା ମାତା ନିରାଶ ହୋଇ ଏହାଙ୍କୁ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଛାଡ଼ିଥିଲେ। କିନ୍ତୁ ଏ ବହୁଦିନ ବଞ୍ଚିଲେ। ହିନ୍ଦୁ ରସାୟନ ଶାସ୍ତ୍ର—ଗୁଣୀ, ମନ୍ତ୍ରଯନ୍ତ୍ର, ତୁଟୁକା, ଧାତୁର ଜାରଣ, ମାରଣ, ଓ ବୌଦ୍ଧତନ୍ତ୍ର ମତରେ ସାଧନା ଏ ପ୍ରବର୍ତ୍ତାଇ ଥିଲେ ଓ ବୌଦ୍ଧ ମତର ପ୍ରଚାର କରିଥିଲେ। ଏ ବୌଦ୍ଧ ଦର୍ଶନର ପ୍ରଥମ ପ୍ରଣେତା। ଏହାଙ୍କ ପ୍ରଣୀତ ବୌଦ୍ଧ ଦର୍ଶନର ନାମ, ମାଧ୍ୟମିକ ସୂତ୍ର। ଏ ମଧ୍ୟ ଅନେକଗୁଡ଼ିଏ ଚିକିତ୍ସା ଗ୍ରନ୍ଥ ପ୍ରଣୟନ କରିଥିଲେ—ହି. ଶବ୍ଦସାଗର।] — [ଦ୍ର—ଏ ବିଦର୍ଭ ଦେଶୀୟ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ ଏ ଖ୍ରୀଷ୍ଟପୂର୍ବ100ଠାରୁ250ବର୍ଷ ମଧ୍ୟରେ ଜୀବିତ ଥିଲେ ଜ୍ୟୋତିଷ ଗଣନା ଅନୁସାରେ ଏହାଙ୍କର ପରମାୟୁ7ବର୍ଷ ଥିବାର ଜଣାଯିବାରୁ ଏହାଙ୍କ ପିତା ମାତା ନିରାଶ ହୋଇ ଏହାଙ୍କୁ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଛାଡ଼ିଥିଲେ କିନ୍ତୁ ଏ ବହୁଦିନ ବଞ୍ଚିଲେ ହିନ୍ଦୁ ରସାୟନ ଶାସ୍ତ୍ର—ଗୁଣୀ, ମନ୍ତ୍ରଯନ୍ତ୍ର, ତୁଟୁକା, ଧାତୁର ଜାରଣ, ମାରଣ, ଓ ବୌଦ୍ଧତନ୍ତ୍ର ମତରେ ସାଧନା ଏ ପ୍ରବର୍ତ୍ତାଇ ଥିଲେ ଓ ବୌଦ୍ଧ ମତର ପ୍ରଚାର କରିଥିଲେ ଏ ବୌଦ୍ଧ ଦର୍ଶନର ପ୍ରଥମ ପ୍ରଣେତା ଏହାଙ୍କ ପ୍ରଣୀତ ବୌଦ୍ଧ ଦର୍ଶନର ନାମ, ମାଧ୍ୟମିକ ସୂତ୍ର ଏ ମଧ୍ୟ ଅନେକଗୁଡ଼ିଏ ଚିକିତ୍ସା ଗ୍ରନ୍ଥ ପ୍ରଣୟନ କରିଥିଲେ—ହି. ଶବ୍ଦସାଗର]