ନାଗ ନଳି Nāganaḻi
- ଦେ. ବି (ସଂ. ନାଗ+ନଳ) — ହାବିଳି ଆଦି ବାଣରେ ଦିଆଯିବା ବାରୁଦପୂର୍ଣ୍ଣ ଛୋଟ ଛୋଟ କାଗଜର ନଳୀ — Small paper tubes of gunpowder put inside rackets which emit long serpent-like sparks high up in the air
- ଦେ. ବି (ସଂ. ନାଗ+ନଳ) — [ଦ୍ର—ଏହି ନଳୀରୁ ଗୁଡ଼ିଏ ପୁଡ଼ା କରି ହାବିଳିର ମୁଣ୍ଡରେ ବନ୍ଧା ଯାଏ। (ଏ ପ୍ରକ୍ରିୟାକୁ ହାବିଳିର ଠେକାବନ୍ଧା କୁହାଯାଏ।) ହାବିଳି ଆକାଶକୁ ଉଠିଗଲେ ଏଥିରେ (ନାଗନଳିରେ) ନିଆଁ ଲାଗିବାରୁ ଏଥିରୁ ନାଗ ପରି ଆକୃତିବିଶିଷ୍ଟ ସ୍ଫୁଲିଙ୍ଗ ସ୍ରୋତମାନ ବାହାରେ। ଏ ଦୃଶ୍ୟକୁ ହାବିଳି ନାଗ ଛାଡ଼ିଲା ବୋଲି କୁହାଯାଏ।]