ନାଁ ଧରିବା Nāñ dharibā
- ଦେ. କ୍ରି — କୌଣସି ଅନୁଚ୍ଚାର୍ଯ୍ୟ ନାମ ଉଚ୍ଚାରଣ କରିବା — To utter a name which one ought not to utter
- ଦେ. କ୍ରି — [ ଦ୍ର—"ଆତ୍ମ ର୍ନାମ ଗୁରୋ ର୍ନାମ ନାମାତିକୃପଣସ୍ୟ ଚ, ଶ୍ରେୟଃ କାମୋ ନ ଗୃହ୍ଗୀୟାତ୍ ଜ୍ୟେଷ୍ଠାପତ୍ୟକଳତ୍ରୟୋଃ" ଆପଣା ନାମ, ଗୁରୁଜନଙ୍କ ନାମ, କୃପଣ ବା ଅଦାତାର ନାମ, ବଡ଼ ପୁଅର ନାମ ଓ ସ୍ତ୍ରୀର ନାମ ଉଚ୍ଚାରଣ କରିବା ଶାସ୍ତ୍ରରେ ନିଷିଦ୍ଧ। ଏଥିପାଇଁ ସ୍ତ୍ରୀ ଲୋକମାନେ ଗୁରୁଜନଙ୍କ ନାମର ପ୍ରଥମ ଅକ୍ଷରକୁ ବଦଳାଇ ଅନ୍ୟ ଅକ୍ଷର ଲଗାଇ ଉକ୍ତ ନାମ ଉଚ୍ଚାରଣ କରନ୍ତି, ଯଥା ବାସୁ ସ୍ଥାନରେ ନାସୁ, ଗୋପୀ ସ୍ଥାନରେ ନୋପୀ, ରାଧା ସ୍ଥାନରେ ସାଧା ଇତ୍ୟାଦି। କୃପଣର ନାମ ଉଚ୍ଚାରଣ କଲେ ସେ ଦିନ ଭଲ ଖାଇବାକୁ ମିଳେ ନାହିଁ ବୋଲି ଲୋକେ ବିଶ୍ୱାସ କରନ୍ତି । ]
- ଦେ. କ୍ରି — ତତ୍ତ୍ୱ ବୁଝିବା; ଖବର ଅନ୍ତର ବୁଝିବା — To take care of; to enquire after
- ଦେ. କ୍ରି — (କୌଣସି କାର୍ଯ୍ୟ କରିବା ପାଇଁ) ଇଚ୍ଛା— ପ୍ରକାଶ କରିବା — To express one's will (for doing anything)
- ଦେ. କ୍ରି — (କୌଣସି ବିଷୟର) ଉଲ୍ଲେଖ କରିବା — To name; to mention a matter
- ଦେ. କ୍ରି — (ଯଥା—ତା ଆଗେ ସଂସାର ବିଷୟର ନାମ ଧଇଲେ ସେ ଚିଡ଼ୁଛି।)
- ଦେ. କ୍ରି — କୌଣସି କାର୍ଯ୍ୟ ପ୍ରତି ଆଦୌ ମନୋଯୋଗ ଦେବା ବା କୌଣସି କାର୍ଯ୍ୟ ଆଦୌ କରିବା — To attend to a matter at all
- ଦେ. କ୍ରି — (ଯଥା—ଟୋକାଟା ପାଠର ନାଁ ଧଇଲା ନାହିଁ।)
- ଦେ. କ୍ରି — (ଶୁଆ ଶାରୀ ଆଦି ପକ୍ଷୀ) ସେମାନଙ୍କୁ ଶିଖା ଯିବା ନାମକୁ ଉଚ୍ଚାରଣ କରିବା — To lisp the names taught (said of parrots and Myna bird
- ଦେ. କ୍ରି — କୌଣସି ବ୍ୟକ୍ତିର ସମ୍ପର୍କୀୟ ବ୍ୟକ୍ତିଙ୍କ ନାମ ଧରି ଗାଳି ଦେବା — To call names by alluding to a person's relations
- ଦେ. କ୍ରି — (ଯଥା—ସେ ମୋ ବାପ ଅଜାଙ୍କ ନାଁ ଧରିଲେ ମୁଁ ତାକୁ ନିଶ୍ଚେ ଟାଙ୍କେ ଛେଚିବି।)
- ଦେ. କ୍ରି — କୌଣସି ବ୍ୟକ୍ତିଙ୍କ ନାମ ଉଚ୍ଚାରଣ କରିବା — To utter the name of a person