ନଳ Naḻa

  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ଇଙ୍କଡ଼; ବାଘ ନଳ; କାଣ୍ଡଶର; ଏକପ୍ରକାର ଘାସ — A kind of reed; Phragmites Karaka Arundo Tibialis
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ପୁଣି ଗମିଲି ଘୋର ଦେଶେ; ପୂରିତ ନଳ କୃଶକାଶେ । ଜଗନ୍ନାଥ. ଭାଗବତ
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — [ଦ୍ର—ଏ ଗଛ ତୃଣଜାତୀୟ ଓ ଏଥିର ପତ୍ର ବାଉଁଶ ପତ୍ର ପରି । ଏହା ସନ୍ତସନ୍ତିଆ ଭୂଇଁ ବା ନଦୀକୂଳ ଓଦା ଭୂଇଁରେ ଜନ୍ମେ । ଏହାର ପତ୍ରହୀନ କାଣ୍ଡ ବା ଦଣ୍ଡ ଦେଖିବାକୁ ବେତ ପରି ଓ ତହିଁ ଭିତର ପୋଲା । ଏଥିରେ ତାଟି ହୁଏ, ହେଁସ ବୁଣାଯାଏ ଓ ଘର ଛାଆଣି ହୁଏ । ଏହାର କାଣ୍ଡରୁ ମଧ୍ୟ କାଠି କଲମ ହୁଏ । ବୈଦ୍ୟଶାସ୍ତ୍ର ମତରେ ଏହା ମଧୁରତିକ୍ତକଷାୟରସ ଓ ଉଷ୍ଣବୀର୍ଯ୍ୟ; ଏହା କଫ, ରକ୍ତ— ଦୋଷ, ହୃଦ୍ରୋଗ, ବସ୍ତଗତ ଦୋଷ, ଯୋନିବ୍ୟାପତ୍; ଦାହ; ପିତ୍ତ ଓ ବିଷପନାଶକ। ]
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ଚୁଙ୍ଗା; ଭିତରରେ ପୋଲ ଥିବା ସରୁ ଓ ଲମ୍ବ ଦଣ୍ଡ (ପ୍ରକୃତିବାଦ) — Pipe; a tube; a long hollow cyclender
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ଶାଗ, ସାରୁ ଆଦି ଚାରାଗଛ ବା ଲତାର ପତ୍ରହୀନ ଶୂନ୍ୟ ଗର୍ଭକାଣ୍ଡ ବା ଡାଙ୍ଗ — The hollow stalk of pot-herbs other plants
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ମୃଣାଳ; ପଦ୍ମନାଡ଼ — The stem or stalk of lotus plants
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ପଦ୍ମ — Lotus
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ସୁଗନ୍ଧ; ସୌରଭ — Flavour; smell
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ଦମୟନ୍ତୀଙ୍କ ସ୍ୱାମୀ; ନିଷଧରାଜ — 8. The king of Nishadha; husband of Damayantī
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — [ଦ୍ର—ଏ ନିଷଧ ଦେଶର ଚନ୍ଦ୍ରବଂଶୀ ରାଜା ବୀର ସେନଙ୍କ ପୁତ୍ର ଥିଲେ । ଏ ଖୁବ ସୁନ୍ଦର ଓ ଗୁଣବାନ ଥିଲେ। ଏ ଅଶ୍ୱ ପରୀକ୍ଷା, ଅଶ୍ୱ ସଂଚାଳନ, ବିନା ଅଗ୍ନି ସାହାଯ୍ୟରେ ଅନ୍ନାଦି ପାକ, ବୃକ୍ଷର ପତ୍ର ସଂଖ୍ୟା ଗଣନା ଆଦିରେ ଖୁବ୍ ନିପୁଣ ଥିଲେ । ବିଦର୍ଭ ଦେଶର ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀ ଓ ନଳ ଦୁହେଁ ଦୁହିଁଙ୍କର ରୂପ ଗୁଣର ବର୍ଣ୍ଣନା ଶୁଣି ପରସ୍ପର ପ୍ରତି ଏକାନ୍ତ ଆସକ୍ତ ହେଲେ ଓ ଗୋଟିଏ ହଂସ ଦ୍ୱାରା ପରସ୍ପର ମଧ୍ୟରେ ସଂବାଦ ଆଦାନପ୍ରଦାନ କଲେ ଓ ଦମୟନ୍ତୀ ମନେ ମନେ ନଳଙ୍କୁ ପତିରୂପେ ବରଣ କଲେ। ଇନ୍ଦ୍ର, ଯମ, ଅଗ୍ନି ଓ ବରୁଣ ଦମୟନ୍ତୀଙ୍କ ରୂପଗୁଣରେ ମୁଗ୍ଧ ହୋଇ ଦମୟନ୍ତୀଙ୍କ ବରପ୍ରାର୍ଥୀ ହେଲେ ଏବଂ ନଳଙ୍କୁ ଦୂତ ରୂପେ ନିଯୁକ୍ତ କରି ଦମୟନ୍ତୀଙ୍କୁ ବିବାହ କରିବା ପାଇଁ ଦମୟନ୍ତୀଙ୍କଠାରୁ ସଂବାଦ ଦେଲେ; ଦମୟନ୍ତୀ ଏଥିରେ ଅସ୍ୱୀକାର କରି କହିଲେ 'ମୋ ଚିତ୍ତ ନଳଙ୍କୁ କାମନା କରୁଅଛି, ନଳଙ୍କୁ ନ ପାଇଲେ ମୁଁ ଅନଳ କାମନା କରିବି'। ସ୍ୱୟଂବର ସଭାରେ ଉକ୍ତ ଦେବତାମାନେ ନଳ ରୂପ ଧାରଣ କରି ଉପସ୍ଥିତ ହେଲେ। ଦମୟନ୍ତୀ ପ୍ରକୃତ ନଳ ଓ ନଳ ରୂପଧାରୀ ପ୍ରଚ୍ଛନ୍ନ ଦେବତାମାନଙ୍କ ମଧ୍ୟରୁ ପ୍ରକୃତ ନଳଙ୍କୁ ପ୍ରଥମେ ଚିହ୍ନି ନ ପାରି ଦୋଘାଇରେ ପଡ଼ିଲେ। ପରେ ଦେବତାମାନଙ୍କୁ ଧର୍ମର ଦ୍ୱାହି ଦେଇ କାତର ପ୍ରାର୍ଥନା କରିବାରୁ ଦେବତାମାନଙ୍କ ସୂଚନାକ୍ରମେ ଦମୟନ୍ତୀ ନଳଙ୍କୁ ଉପସ୍ଥିତ ଦେବତାମାନଙ୍କଠାରୁ ବାରି ନେଲେ ଓ ସ୍ୱଂୟବର ସଭାରେ ନଳଙ୍କଠାରେ ବରଣମାଳା ଅର୍ପଣ କଲେ । ଦେବତା— ମାନେ ବିଫଳମନୋରଥ ହୋଇ ସ୍ୱୟଂବର ସଭାରୁ ଫେରିଲାବେଳେ କଳି ସେମାନଙ୍କୁ ବାଟରେ ଭେଟି ସେମାନଙ୍କୁ ଠାରୁ ଏହା ଶୁଣି ନଳଙ୍କ ଉପରେ କୋପ କଲେ ଓ ସେହି କୋପ ଯୋଗୁଁ କଳି ନଳଙ୍କ ଦେହରେ ପ୍ରବେଶ କରି ନଳଙ୍କୁ ଦ୍ୟୁତାସକ୍ତ କରାଇଲେ ଓ ଶେଷକୁ ବଳ ରାଜ୍ୟ ହାରି ସସ୍ତ୍ରୀକ ବନବାସୀ ହେଲେ। ଦୈବଦୁର୍ଯୋଗରୁ ନଳ ନିଜର ପିନ୍ଧା ବସ୍ତ୍ର ମଧ୍ୟ ହରାଇଲେ। ବନରେ ଦମୟନ୍ତୀ ନିଦ୍ରିତା ଥିବାବେଳେ ତାଙ୍କ ଲୁଗାରୁ ଖଣ୍ଡେ କାଟି ନଳ ସ୍ୱୟଂ ପିନ୍ଧି ଦମୟନ୍ତୀଙ୍କୁ ଛାଡ଼ି ଚାଲିଗଲେ। ଦମୟନ୍ତୀ ବହୁ ଦୁଃଖ ଭୋଗ କରି ଶେଷରେ ପିତୃ ଗୃହରେ ଆଶ୍ରୟ ନେଲେ। ଏଣେ ନଳ ଛଦ୍ମବେଶରେ ଅଯୋଧ୍ୟାର ରାଜା ଋତୁପର୍ଣ୍ଣଙ୍କ ସାରଥି ହେଲେ। ଦମୟନ୍ତୀ ଦେଶ— ବିଦେଶ ଖୋଜାଇ ନଳ ଋତୁପର୍ଣ୍ଣଙ୍କ ନିକଟରେ ଥିବାର ପତ୍ତା ପାଇଲେ ଓ ନଳଙ୍କୁ ନିଜର ପିତ୍ରାଳୟକୁ ଅଣାଇବା ପାଇଁ ନିଜର ଗୋଟିଏ କପଟ ସ୍ୱଂୟବରର ଘୋଷଣା କରାଇଲେ। ଋତୁପୂର୍ଣ୍ଣ ସେହି ସ୍ୱୟଂବରରେ ଯୋଗ ଦେବା ପାଇଁ ନିଜର ସାରଥି ନଳଙ୍କୁ ସଙ୍ଗେ ଘେନି ବିଦର୍ଭକୁ ଆସିଲେ। ସେଠାରେ ସ୍ୱାମୀ ସ୍ତ୍ରୀ ପରସ୍ପରଙ୍କୁ ଚିହ୍ନି ମିଳିତ ହେଲେ । ନଳ ପୁଣି ନିଜ ରାଜ୍ୟ ପାଇଲେ ଓ ଦମୟନ୍ତୀଙ୍କ ସଙ୍ଗେ ଜୀବନଯାପନ କଲେ।]
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ନଦବିଶେଷ(ହି. ଶବ୍ଦସାଗର) — Name of a large and shallow river
  • ସଂ. ବି (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ରାମଚନ୍ଦ୍ରଙ୍କ ସଙ୍ଗେ ଲଙ୍କା ଅଭିଯାନରେ ଯାଇଥିବା ବାନର ସେନାପତି — Name of a monkey general who accompanied Rāmachandra when he invaded Laṅkā