ନରେ ବା ଗୁଞ୍ଜରେ ବା ଅଶ୍ୱତ୍ଥାମା ହତ Nare bā gun̄jare bā aṡwatthāmā hata

  • ଦେ. ପ୍ରବଚନ (ସଂ. ନରୋ ବା ଗୁଞ୍ଜରୋ ବା ଅଶ୍ୱତ୍ଥାମା ହତଃ) — ଦ୍ୱ୍ୟର୍ଥବୋଧକ ବାକ୍ୟବିଶେଷ — A sentence having an ambiguous meaning
  • ଦେ. ପ୍ରବଚନ (ସଂ. ନରୋ ବା ଗୁଞ୍ଜରୋ ବା ଅଶ୍ୱତ୍ଥାମା ହତଃ) — [ଦ୍ର—ମହାଭରତ ଯୁଦ୍ଧବେଳେ ଯୁଧିଷ୍ଠିର ଦ୍ରୋଣାଚାର୍ଯ୍ୟଙ୍କୁ ଏହି କପଟବଚନ ଶୁଣାଇଥିଲେ। ଅଶ୍ୱତ୍ଥାମା ନାମକ ହସ୍ତୀ ଯୁଦ୍ଧରେ ମରିଥିଲା, କିନ୍ତୁ ଯୁଧିଷ୍ଠିର ଉଚ୍ଚୈଃସ୍ୱରରେ 'ଅଶ୍ୱତ୍ଥାମା ହତଃ' (ଅଶ୍ୱତ୍ଥାମା ମରିଗଲା) କହି ବାକ୍ୟର ଅବଶିଷ୍ଟ ଅଂଶ ନରୋ ବା ଗୁଞ୍ଜରୋ (ନର ହେଉ ବା ହସ୍ତି ହେଉ) ଅସ୍ପଷ୍ଟସ୍ୱରରେ କହିବାରୁ ଦ୍ରୋଣାଚାର୍ଯ୍ୟ ଏ ବାକ୍ୟରୁ ନିଜପୁତ୍ର ଅଶ୍ୱତ୍ଥାମାଙ୍କର ମୃତ୍ୟୁ ହୋଇଥିବା ବୁଝି ଯୁଦ୍ଧରୁ ବିରତ ହୋଇ ଯୁଦ୍ଧଭୂମି ତ୍ୟାଗକଲେ ଓ ଇତ୍ୟବସରରେ ପାଣ୍ଡବମାନେ ଯୁଦ୍ଧରେ ଜୟଲାଭ କଲେ, ମାତ୍ର ଯୁଧିଷ୍ଠିର ଏଥିଲାଗି ପାପଭାଗୀ ହୋଇଥିଲେ ଓ ସେ ଜୀବନରେ ଏହିଥର ମାତ୍ର ମିଥ୍ୟାସଂପୃକ୍ତ ବାକ୍ୟ ଉଚ୍ଚାରଣ କରିଥିବାରୁ ଏହାଙ୍କୁ ଥରେ ମାତ୍ର ନରକ ଦର୍ଶନ କରିବାକୁ ପଡ଼ିଥିଲା।]