ନମାଜ୍ କରିବା Namāj karibā

  • ଦେ. କ୍ରି — ଆଲ୍ଲାଙ୍କୁ ଉପାସନା କରିବା; (ମୁସଲମାନମାନେ) କୋରାନର ମନ୍ତ୍ର ବା ସୁରା ପାଠପୂର୍ବକ ଆଲ୍ଲାଙ୍କୁ ଡାକି ସ୍ତୁତିପାଠ ଓ ନମସ୍କାର କରିବା — To salute to God by reciting the texts of the Koran (by Mahomedans); to pray to God with recitals from the Koran and gesticulations and postures, five times during 24 hours
  • ଦେ. କ୍ରି — [ଦ୍ର—ପ୍ରତ୍ୟେକ ମୁସଲମାନଙ୍କର ଦୈନିକ 5 ଥର ନମାଜ୍ ପଢ଼ିବାର ବିଧି ଅଛି। ମୁହଁହାତ ଧୋଇ ଖଣ୍ଡିଏ ସ୍ୱତନ୍ତ୍ର ଆସନରେ ଆଣ୍ଠୁ ମାଡ଼ି ବସି ଓ ଠିଆହୋଇ ଓ ମୁଣ୍ଡ ତଳକୁ ଲଗାଇ ମକ୍କାଆଡ଼କୁ ମୁହଁ କରି ନମାଜ୍ ପଢ଼ିବାକୁ ହୁଏ। — [ଦ୍ର—ପ୍ରତ୍ୟେକ ମୁସଲମାନଙ୍କର ଦୈନିକ5ଥର ନମାଜ୍ ପଢ଼ିବାର ବିଧି ଅଛି ମୁହଁହାତ ଧୋଇ ଖଣ୍ଡିଏ ସ୍ୱତନ୍ତ୍ର ଆସନରେ ଆଣ୍ଠୁ ମାଡ଼ି ବସି ଓ ଠିଆହୋଇ ଓ ମୁଣ୍ଡ ତଳକୁ ଲଗାଇ ମକ୍କାଆଡ଼କୁ ମୁହଁ କରି ନମାଜ୍ ପଢ଼ିବାକୁ ହୁଏ
  • ଦେ. କ୍ରି — ନମାଜ ପଢ଼ିବାର ନିର୍ଦ୍ଦିଷ୍ଟ ସମୟ:— (ଫଜର୍) ବଡ଼ିଭୋର୍ 4 ଟା ବେଳେ (ସୂର୍ଯ୍ୟେଦୟ ପୂର୍ବରୁ); 2 । (ଜୋହର୍) ଅପରାହ୍ନ 1 ଟା ବେଳେ (ଦ୍ୱିପହର ପରେ); 3 । (ଅସର୍) ଅପରାହ୍ନ 3 ଟା ଠାରୁ 4 ଟା ବେଳେ; 4 । (ମଗ୍ରୀବ୍) ସୂର୍ଯ୍ୟାସ୍ତର ଠିକ୍ ପୂର୍ବରୁ; 5 । (ଏସା) ରାତି 8 ଟା ବେଳେ। — ନମାଜ ପଢ଼ିବାର ନିର୍ଦ୍ଦିଷ୍ଟ ସମୟ:— (ଫଜର୍) ବଡ଼ିଭୋର୍4ଟା ବେଳେ (ସୂର୍ଯ୍ୟେଦୟ ପୂର୍ବରୁ);2 (ଜୋହର୍) ଅପରାହ୍ନ1ଟା ବେଳେ (ଦ୍ୱିପହର ପରେ);3 (ଅସର୍) ଅପରାହ୍ନ3ଟା ଠାରୁ4ଟା ବେଳେ;4 (ମଗ୍ରୀବ୍) ସୂର୍ଯ୍ୟାସ୍ତର ଠିକ୍ ପୂର୍ବରୁ;5 (ଏସା) ରାତି8ଟା ବେଳେ
  • ଦେ. କ୍ରି — ଦୈନିକ ନମାଜ୍ ପଢ଼ିବା ଛଡ଼ା ସପ୍ତାହ ମଧ୍ୟରେ ପ୍ରତି ଶୁକ୍ରବାର ଦିନ ମସଜିଦରେ ମୁସଲମାନମାନେ ଏକତ୍ର ହୋଇ ଈଶ୍ୱରୋପାସନା କରନ୍ତି। ଏହାକୁ ଯୁମା ନମାଜ କହନ୍ତି। ଏହି ବିଶେଷ ନମାଜ୍ ଇଦ୍ଦିନ ଦିନ 9 ଟା ଠାରୁ 11 ଟା ପର୍ଯ୍ୟନ୍ତ କରାଯାଏ। ଏହାକୁ ଇଦନାମାଜ କହନ୍ତି। — ଦୈନିକ ନମାଜ୍ ପଢ଼ିବା ଛଡ଼ା ସପ୍ତାହ ମଧ୍ୟରେ ପ୍ରତି ଶୁକ୍ରବାର ଦିନ ମସଜିଦରେ ମୁସଲମାନମାନେ ଏକତ୍ର ହୋଇ ଈଶ୍ୱରୋପାସନା କରନ୍ତି ଏହାକୁ ଯୁମା ନମାଜ କହନ୍ତି ଏହି ବିଶେଷ ନମାଜ୍ ଇଦ୍ଦିନ ଦିନ9ଟା ଠାରୁ11ଟା ପର୍ଯ୍ୟନ୍ତ କରାଯାଏ ଏହାକୁ ଇଦନାମାଜ କହନ୍ତି
  • ଦେ. କ୍ରି — ଏହା ଛଡ଼ା ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ ସମୟରେ, ଅନାବୃଷ୍ଟି ସମୟରେ, କୌଣସି ବ୍ୟକ୍ତିର ମୃତ୍ୟୁ ଘଟିଲେ ନମାଜ୍ କରାଯାଏ— ହି. ଶବ୍ଦସାଗର।
  • ଦେ. କ୍ରି — ନମାଜର 3 ଅଂଶ ଯଥା:— ଫର୍ଜ୍—ଯାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବୋଲାଯାଏ; 2 । ସୁନ୍ନତ୍—ଯାହା ହଜରତ୍ ମହମ୍ମଦ୍ ପାଠ କରୁଥିଲେ; 3 । ନଫୀଲ୍—ଯାହା ପ୍ରାର୍ଥନାକାରୀ ନିଜର ଧର୍ମ— ସାଧନାର୍ଥ ପାଠକରେ। — ନମାଜର3ଅଂଶ ଯଥା:— ଫର୍ଜ୍—ଯାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବୋଲାଯାଏ;2 ସୁନ୍ନତ୍—ଯାହା ହଜରତ୍ ମହମ୍ମଦ୍ ପାଠ କରୁଥିଲେ;3 ନଫୀଲ୍—ଯାହା ପ୍ରାର୍ଥନାକାରୀ ନିଜର ଧର୍ମ— ସାଧନାର୍ଥ ପାଠକରେ
  • ଦେ. କ୍ରି — ନମାଜର ମର୍ମ—ଈଶ୍ୱର ଏକମାତ୍ର ପ୍ରଭୁ, ତାଙ୍କଛଡ଼ା ଅନ୍ୟକେହି ପ୍ରଭୁ ନାହିଁ। ମହମ୍ମଦ ତାଙ୍କର ପୟମ୍ବର। ତେଣୁ ତାଙ୍କୁ ସମସସ୍ତଙ୍କର ପ୍ରଶଂଶା କରିବା ଉଚିତ୍, ଇତ୍ୟାଦି। ଏହାଛଡ଼ା କୋରାନ୍ରୁ କେତେ ଗୁଡ଼ିଏ ସୁରା ବା ସୂକ୍ତ ନମାଜ୍ ବେଳେ ପଢ଼ାଯାଏ।]