ନମସ୍କାରୀ Namaskārī
- ସଂ. ବିଣ. ପୁଂ. (ନମସ୍+କୃ ଧାତୁ+କର୍ତ୍ତୃ. ଇନ୍; 1 ମା 1 ବ) — ନମସ୍କର୍ତ୍ତା; ନମସ୍କାର କରିବା ବ୍ୟକ୍ତି — Saluting
- ସଂ. ବି — ଲାଜକୁଳୀ ଲତା; ଲଜ୍ଜାଳୁ ଲତା — A sensitive plant; Mimosa Pudica
- ସଂ. ବି — ବରାହକ୍ରାନ୍ତା (ହି. ଶବ୍ଦସାଗର) (ଦେଖ) — Barāhakrāntā (See)
- ଦେ. ବି. (ସଂ. ନମସ୍କାର; ନମସ୍କାର ବେଳେ ଦିଆଯିବା ହେତୁ) — ସଲାମି; ଦର୍ଶନୀ; ପ୍ରଣାମି; ପ୍ରଥମ ନମସ୍କାର କରିବା ସମୟରେ ମାନ୍ୟବ୍ୟକ୍ତିଙ୍କୁ ଦିଆଯିବା ଉପଢୌକନ — A present given to a revered person by the saluter at the time of salutation