ନଗର ସନ୍ନିବେଶ Nagara sannibeṡa

  • ସଂ. ବି. ( 6 ଷ୍ଠୀ ତତ୍; ନଗର+ସନ୍ନିବେଶ) — ନୂତନ ନଗରର ସ୍ଥାପନ ଓ ନିର୍ମାଣ — Town-planning; the starting and building of a new town
  • ସଂ. ବି. ( 6 ଷ୍ଠୀ ତତ୍; ନଗର+ସନ୍ନିବେଶ) — [ଦ୍ର—ଅଗ୍ନିପୁରାଣ ଉପଦେଶ ଦିଆ ଯାଇଅଛି ଯେ ଗୋଟିଏ ନୂତନ ନଗର ବସାଇବାକୁ ହେଲେ ରାଜା ପ୍ରଥମେ ଏକ ବା ଅଧ ଯୋଜନ ଲମ୍ବ ସୁନ୍ଦର ସ୍ଥାନ ବାଛିବେ ଓ ସେଠାରେ ବଜାର ଆଦି ବସାଇବେ। ଏଥିର ଅଗ୍ନି କୋଣରେ ବଣିଆଁ, ଦକ୍ଷିଣରେ ନର୍ତ୍ତକ, ନର୍ତ୍ତକୀ ଓ ବେଶ୍ୟା, ନୈର୍ଋତରେ ନଟ ଓ କୈବର୍ତ୍ତ, ପଶ୍ଚିମରେ ରଥ ଓ ଶସ୍ତ୍ରାଦି, ବାୟୁ କୋଣରେ ଭ଼ୃତ୍ୟ ଓ ଦାସଦାସୀ, ଉତ୍ତରରେ ବ୍ରାହ୍ମଣ, ଯତି ଓ ସିଦ୍ଧା ପୁରୁଷ, ଈଶାନ କୋଣରେ ଫଳ ଓ ଖାଦ୍ୟ ଦ୍ରବ୍ୟ ବିକ୍ରୋତା ଓ ପୂର୍ବରେ ଯୋଦ୍ଧ ଆଦିଙ୍କ ରହିବା ପାଇଁ ଉପଯୁକ୍ତ ସ୍ଥାନମାନ ତିଅରି କରାଇବେ। ଏହା ଛଡ଼ା ପୂର୍ବରେ କ୍ଷତ୍ରିୟ, ଦକ୍ଷିଣରେ ବୈଶ୍ୟ ଓ ପଶ୍ଚିମରେ ଶୂଦ୍ରମାନଙ୍କ ରହିବା ସ୍ଥାନ ନିରୂପଣ କରିବେ; ନଗରର ଚାରି ପାଖେ ସେନା ରଖିବେ; ଦକ୍ଷିଣରେ ଶ୍ମଶାନ ଓ ପଶ୍ଚିମରେ ଗୋମେଷାଦି ରହିବା ଓ ଚରିବା ପାଇଁ ପଡ଼ିଆ ଜମି ରଖିବେ ଓ ଉତ୍ତରରେ କ୍ଷେତ ହେବା ଜମି ରଖିବେ; ନଗରର ସ୍ଥାନେ ସ୍ଥାନେ ଦେବମନ୍ଦିରମାନ ନିର୍ମାଣ କରିବେ। ହି. ଶବ୍ଦସାଗର ]