ନକ୍ଷତ୍ର Nakshatra
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — ତାରକା; ତାରା — Star
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — [ଆକାଶରେ ରାତିରେ ଦେଖାଯିବା ଚନ୍ଦ୍ର ଛଡ଼ା ଆଉ ଉଜ୍ଜ୍ୱଳ ଜ୍ୟୋତିଷ୍କମାନଙ୍କୁ ତାରା ବୋଲାଯାଏ। ସେଥି ମଧ୍ୟରେ 5 ଟି ଜ୍ୟୋତିଷ୍କ ଗ୍ରହ ଅଟନ୍ତି ଓ ଅନ୍ୟ ସମସ୍ତେ ତାରା। ତାରାଗଣ ଆମ୍ଭମାନଙ୍କ ଆଖିକୁ ଛୋଟ ଦେଖାଗଲେ ସୁଦ୍ଧା ସେମାନେ ସୂର୍ଯ୍ୟ ପରି ବା ସୂର୍ଯ୍ୟଙ୍କଠାରୁ ବଡ଼। ସୌରଜଗତ ପରି ପ୍ରତ୍ୟେକ ତାରାର ଗୋଟିଏ ଗୋଟିଏ ଜଗତ ଅଛି। ସୂର୍ଯ୍ୟ ଆମ୍ଭମାନଙ୍କଠାରୁ ଯେତେଦୂର ଅଛନ୍ତି ତାରାମାନେ ତଦପେକ୍ଷା ବହୁଦୂରରେ ଅଛନ୍ତି। କୌଣସି କୌଣସି ତାରା ପୃଥିବୀଠାରୁ ଏତେ ଦୂରରେ ଅଛନ୍ତି ଯେ ସେମାନଙ୍କର ଆଲୋକ ପ୍ରତି ସେକେଣ୍ଡରେ 1 ଲକ୍ଷ 83 ହଜାର ମାଇଲ୍ ଗତିକରି ପୃଥିବୀରେ ପହଞ୍ଚିବାକୁ ଚାରିଶହ ବର୍ଷ ଲାଗେ। ପୃଥିବୀର ଖୁବ୍ ନିକଟବର୍ତ୍ତୀ ତାରାର ଆଲୋକ ପୃଥିବୀରେ ପହଞ୍ଚିବାକୁ 3 ବରଷ ଲାଗେ। ପୃଥିବୀଠାରୁ ସୂର୍ଯ୍ୟ ଯେତେ ଦୂରରେ ଅବସ୍ଥିତ କୌଣସି କୌଣସି ତାରା ତହିଁ ଅପେକ୍ଷା 20 ହଜାର 6 ଶହ ଗୁଣ ଦୂରରେ ଅଛନ୍ତି। ସୂର୍ଯ୍ୟଙ୍କ ଚାରି ପାଖେ ଯେଉଁ ପରି ପୃଥିବୀ ଓ ଗ୍ରହମାନେ ବୁଲୁଅଛନ୍ତି ସେହିପରି ଗୋଟିଏ ଗୋଟିଏ ତାରାର ଚାରି ପାଖେ ଗୁଡ଼ିଏ ଗ୍ରହ ବୁଲୁଅଛନ୍ତି। ଏପରି ଅଗଣିତ ସୌରଜଗତ୍ ସମ୍ବଳିତ ବିଶ୍ୱ ବ୍ରହ୍ମାଣ୍ଡ କି ପ୍ରକାଣ୍ଡ ତାହା କଳ୍ପନାରେ ସୁଦ୍ଧା ଠଉରାଇ ହେବ ନାହିଁ। ହି. ଶ] — [ଆକାଶରେ ରାତିରେ ଦେଖାଯିବା ଚନ୍ଦ୍ର ଛଡ଼ା ଆଉ ଉଜ୍ଜ୍ୱଳ ଜ୍ୟୋତିଷ୍କମାନଙ୍କୁ ତାରା ବୋଲାଯାଏ ସେଥି ମଧ୍ୟରେ5ଟି ଜ୍ୟୋତିଷ୍କ ଗ୍ରହ ଅଟନ୍ତି ଓ ଅନ୍ୟ ସମସ୍ତେ ତାରା ତାରାଗଣ ଆମ୍ଭମାନଙ୍କ ଆଖିକୁ ଛୋଟ ଦେଖାଗଲେ ସୁଦ୍ଧା ସେମାନେ ସୂର୍ଯ୍ୟ ପରି ବା ସୂର୍ଯ୍ୟଙ୍କଠାରୁ ବଡ଼ ସୌରଜଗତ ପରି ପ୍ରତ୍ୟେକ ତାରାର ଗୋଟିଏ ଗୋଟିଏ ଜଗତ ଅଛି ସୂର୍ଯ୍ୟ ଆମ୍ଭମାନଙ୍କଠାରୁ ଯେତେଦୂର ଅଛନ୍ତି ତାରାମାନେ ତଦପେକ୍ଷା ବହୁଦୂରରେ ଅଛନ୍ତି କୌଣସି କୌଣସି ତାରା ପୃଥିବୀଠାରୁ ଏତେ ଦୂରରେ ଅଛନ୍ତି ଯେ ସେମାନଙ୍କର ଆଲୋକ ପ୍ରତି ସେକେଣ୍ଡରେ1ଲକ୍ଷ83ହଜାର ମାଇଲ୍ ଗତିକରି ପୃଥିବୀରେ ପହଞ୍ଚିବାକୁ ଚାରିଶହ ବର୍ଷ ଲାଗେ ପୃଥିବୀର ଖୁବ୍ ନିକଟବର୍ତ୍ତୀ ତାରାର ଆଲୋକ ପୃଥିବୀରେ ପହଞ୍ଚିବାକୁ3ବରଷ ଲାଗେ ପୃଥିବୀଠାରୁ ସୂର୍ଯ୍ୟ ଯେତେ ଦୂରରେ ଅବସ୍ଥିତ କୌଣସି କୌଣସି ତାରା ତହିଁ ଅପେକ୍ଷା20ହଜାର6ଶହ ଗୁଣ ଦୂରରେ ଅଛନ୍ତି ସୂର୍ଯ୍ୟଙ୍କ ଚାରି ପାଖେ ଯେଉଁ ପରି ପୃଥିବୀ ଓ ଗ୍ରହମାନେ ବୁଲୁଅଛନ୍ତି ସେହିପରି ଗୋଟିଏ ଗୋଟିଏ ତାରାର ଚାରି ପାଖେ ଗୁଡ଼ିଏ ଗ୍ରହ ବୁଲୁଅଛନ୍ତି ଏପରି ଅଗଣିତ ସୌରଜଗତ୍ ସମ୍ବଳିତ ବିଶ୍ୱ ବ୍ରହ୍ମାଣ୍ଡ କି ପ୍ରକାଣ୍ଡ ତାହା କଳ୍ପନାରେ ସୁଦ୍ଧା ଠଉରାଇ ହେବ ନାହିଁ ହି. ଶ]
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — ତାରା ପୁଞ୍ଜ — Constellation of stars
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — [ଦ୍ର— କେତେକ ତାରା ପୁଞ୍ଚ ନକ୍ଷତ୍ରରୂପେ ଓ କେତେକ ରାଶି ରୂପେ କଳ୍ପିତ ଏବଂ ଆଉ କେତେକ ନକ୍ଷତ୍ରକୁ ମନୁଷ୍ୟର କଳ୍ପନାନୁସାରେ ବା ପୌରାଣିକ ଉପଖ୍ୟାନମତେ ଭିନ୍ନ ଭିନ୍ନ ନାମ ଦିଆ ଯାଇଅଛି।]
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — ହିନ୍ଦୁ ଜ୍ୟୋତିଷୋକ୍ତ 27 ଗୋଟି ତାରା ବା ତାରାପୁଞ୍ଜ, ଯାହାଙ୍କ ପାଖ ଦେଇ ଚନ୍ଦ୍ରମା ଗତି କରନ୍ତି — ହିନ୍ଦୁ ଜ୍ୟୋତିଷୋକ୍ତ27ଗୋଟି ତାରା ବା ତାରାପୁଞ୍ଜ, ଯାହାଙ୍କ ପାଖ ଦେଇ ଚନ୍ଦ୍ରମା ଗତି କରନ୍ତି—. The 27 constellations of stars in Hindu astronomy; the lunner mansions
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — [ଦ୍ର— 27 ନକ୍ଷତ୍ରର ନାମ:—ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବଫାଲ୍ଗୁନୀ, ଉତ୍ତରଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ, ବିଶାଖା, ଅନୁରାଧା, ଜ୍ୟୋଷ୍ଠା, ମୂଳା, ପୂର୍ବାଷାଢା, ଉତ୍ତରାଷାଢା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ ଓ ରେବତୀ।] — [ଦ୍ର—27ନକ୍ଷତ୍ରର ନାମ:—ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବଫାଲ୍ଗୁନୀ, ଉତ୍ତରଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ, ବିଶାଖା, ଅନୁରାଧା, ଜ୍ୟୋଷ୍ଠା, ମୂଳା, ପୂର୍ବାଷାଢା, ଉତ୍ତରାଷାଢା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ ଓ ରେବତୀ]
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — ନକ୍ଷତ୍ରମାନଙ୍କ ସମ୍ବନ୍ଧରେ ବିଶେଷ ବିବରଣ—
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — [ଦ୍ର—ପୃଥିବୀ ବର୍ଷକେ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୂରି ଆସେ। କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରି ଅଛନ୍ତି ଯେ ସମୁଦାୟ ଅକାଶ ବା ଖ ଗୋଳରେ ଥାଇ ସୂର୍ଯ୍ୟ 12 ମାସ ବା 365 ଦିନରେ ବା ଏକ ସୌର ବର୍ଷରେ ପୃଥିବୀର ଚାରିଆଡ଼େ ଥରେ ଘୂରି ଆସନ୍ତି। ବର୍ଷକ 12 ମାସ ଥିବାରୁ ଖ—ଗୋଳ( 360 ଡିଗ୍ରୀ) କୁ 12 ଭାଗରେ ବିଭକ୍ତ କରା ଯାଇଅଛି। ଏହା ପ୍ରତ୍ୟେକ ଭାଗ 30 ଡିଗ୍ରୀ ଅଟେ ଓ ପ୍ରତ୍ୟେକ 30 ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ୱଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା—ମେଷ, ବୃଷ, ମିଥୁନ, କଙ୍କଡ଼ା, ସିଂହ, କନ୍ୟା, ବିଚ୍ଛା, ମକର, ମୀନ) ର ବା ବସ୍ତୁ(ଯଥା—ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନାସାହାଯ୍ୟରେଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ସେହି ଜୀବ ବା ବସ୍ତୁ ନାମରେ ଡକାଯାଇଅଛି। ଉଦାହରଣ ସ୍ୱରୁପ ଦେଖାଯିବ ଯେଉଁ 30 ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ୱଳ ତାରାଗୁଡିକ ଯୋଗ କଲେ ଗୋଟିଏ କଙ୍କଡା ବିଛାର ରୂପ କଳ୍ପିତ ହୋଇ ପାରିବ। ଏଥି ପାଇଁ ଉକ୍ତ 30 ଡିଗ୍ରୀକୁ ବିଛାରାଶି ନାମରେ ଡକା ଯାଏ। ଏହାହିଁ ରାଶିମାନଙ୍କ ନାମକରଣ। — [ଦ୍ର—ପୃଥିବୀ ବର୍ଷକେ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୂରି ଆସେ କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରି ଅଛନ୍ତି ଯେ ସମୁଦାୟ ଅକାଶ ବା ଖ ଗୋଳରେ ଥାଇ ସୂର୍ଯ୍ୟ12ମାସ ବା365ଦିନରେ ବା ଏକ ସୌର ବର୍ଷରେ ପୃଥିବୀର ଚାରିଆଡ଼େ ଥରେ ଘୂରି ଆସନ୍ତି ବର୍ଷକ12ମାସ ଥିବାରୁ ଖ—ଗୋଳ(360ଡିଗ୍ରୀ) କୁ12ଭାଗରେ ବିଭକ୍ତ କରା ଯାଇଅଛି ଏହା ପ୍ରତ୍ୟେକ ଭାଗ30ଡିଗ୍ରୀ ଅଟେ ଓ ପ୍ରତ୍ୟେକ30ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ୱଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା—ମେଷ, ବୃଷ, ମିଥୁନ, କଙ୍କଡ଼ା, ସିଂହ, କନ୍ୟା, ବିଚ୍ଛା, ମକର, ମୀନ) ର ବା ବସ୍ତୁ(ଯଥା—ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନାସାହାଯ୍ୟରେଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ସେହି ଜୀବ ବା ବସ୍ତୁ ନାମରେ ଡକାଯାଇଅଛି ଉଦାହରଣ ସ୍ୱରୁପ ଦେଖାଯିବ ଯେଉଁ30ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ୱଳ ତାରାଗୁଡିକ ଯୋଗ କଲେ ଗୋଟିଏ କଙ୍କଡା ବିଛାର ରୂପ କଳ୍ପିତ ହୋଇ ପାରିବ ଏଥି ପାଇଁ ଉକ୍ତ30ଡିଗ୍ରୀକୁ ବିଛାରାଶି ନାମରେ ଡକା ଯାଏ ଏହାହିଁ ରାଶିମାନଙ୍କ ନାମକରଣ
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — ଚନ୍ଦ୍ର ପୃଥିବୀର ଚାରିଆଡ଼େ 30 ଦିନରେ ଥରେ ଘୂରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ 30 ଦିନ ଓ ଚାନ୍ଦ୍ରମାନ ବର୍ଷକ 360 ଦିନ। — ଚନ୍ଦ୍ର ପୃଥିବୀର ଚାରିଆଡ଼େ30ଦିନରେ ଥରେ ଘୂରି ଆସନ୍ତି ଏଥିପାଇଁ ଚାନ୍ଦ୍ରମାନ ମାସକ30ଦିନ ଓ ଚାନ୍ଦ୍ରମାନ ବର୍ଷକ360ଦିନ
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — ପ୍ରତ୍ୟେକ ନକ୍ଷତ୍ର ପୃଥିବୀର ଚାରିଆଡେ 27 ଦିନରେ ଥରେ ଘୂରି ଆସେ। ଏଥିପାଇଁ ନାକ୍ଷତ୍ରିକ ମାସ 27 ଦିନ। ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷିକମାନେ 27 ଟି ସ୍ୱତନ୍ତ୍ର ତାରକା ବା ତାରକାପୁଞ୍ଜରେ ବିଭକ୍ତ କରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏଁ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି। ନକ୍ଷତ୍ରମାନଙ୍କ ଅବସ୍ଥିତି ବିଷୟ ଭାଗବତ 5 ମ ସ୍କନ୍ଧ 23 ଶ ଅଧ୍ୟାୟରେ ବିବୃତ ହୋଇଅଛି। ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ନକ୍ଷତ୍ର ମାନେ ପୂର୍ବରେ ଉଦିତହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି। ସବୁ ନକ୍ଷତ୍ର ଆକାଶର ଉତ୍ତରଦିଗରେ ଥିବା ଧ୍ରୁବ ନକ୍ଷତ୍ରକୁ କେନ୍ଦ୍ର (ବା ବେଙ୍ଗଳାର ମେରୀ ଖୁଣ୍ଟ)କରି ତାହାର ଚାରିଆଡେ ପୂର୍ବରୁ ପଶ୍ଚିମକୁ ଘାଉଁରି ଖାଇ ବୁଲୁଅଛନ୍ତି। ଧ୍ରୁବନକ୍ଷତ୍ର ପୃଥିବୀର ଉତ୍ତରମେରୁର ଠିକ ମୁଣ୍ଡଉପରେ ଆକାଶରେ ଅବସ୍ଥିତ। ଏହା ସର୍ବଦା ଆକାଶରେ ଏକ ସ୍ଥାନରେ ସ୍ଥିର ହୋଇଥାଏ,ଏହାର ଉଦୟ ବା ଅସ୍ତ ନାହିଁ। ନାବିକମାନେ ଓ ମରୁଭୂମିରେ ଭୁଆଁବୁଲିବା ବାଟୋଇମାନେ ଏହି ଧ୍ରୁବନକ୍ଷତ୍ରକୁ ଦେଖି ଅକୂଳ ସମୂଦ୍ରରେ ଓ ଅପନ୍ତରା ମରୁଭୂମିରେ ରାତ୍ରିରେ ଦିଗ ନିର୍ଣ୍ଣୟ କରନ୍ତି। ଏ ଧ୍ରୁବ ନକ୍ଷତ୍ରକୁ ଚିହ୍ନିବା ସହଜ ଅଟେ। ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳ ନାମକ 7 ଟି ଉଜ୍ୱଳ ନକ୍ଷତ୍ର ବିଶିଷ୍ଟ ଗୋଟିଏ ନକ୍ଷତ୍ରପୁଞ୍ଜ ଅଛି; ଏହି ମଣ୍ଡଳର ମୁଣ୍ଡ ପାଖର 2 ଟି ନକ୍ଷତ୍ରକୁ ଯୋଗକରି ସେହି ଗାରକୁ ବଢାଇଦେଲେ ତାହା ଧ୍ରୁବ ତାରା ପାଖ ଦେଇଯିବ। ଥରେ ଧ୍ରୁବକୁ ଓ ସପ୍ତର୍ଷିମଣ୍ଡଳକୁ ଚିହ୍ନି ରଖିଲେ ତାରାମାନଙ୍କୁ ଚିହ୍ନିବାକୁ ସହଜ ହୁଏ। ପ୍ରତିଦିନ ପ୍ରତି ନକ୍ଷତ୍ର ପୂର୍ବଦିନ ଅପେକ୍ଷା 4 ମିନିଟ୍ ଲେଖାଏଁ ଡେରି କରି ଉଦିତ ହୁଏ; ଅର୍ଥାତ ଆଜି ଯେଉଁ ତାରା ସନ୍ଧ୍ୟା 7 ଟା ବେଳେ ଉଇଁଛି କାଲି ସେ ତାରା ଉଇଁଲାବେଳକୁ 7 ଟା ବାଜି 4 ମିନିଟ ହୋଇଥିବ। ସୂର୍ଯ୍ୟ ଯେଉଁ ରାଶିରେ ଯେଉଁ ମାସରେ ଅବସ୍ଥାନ କରୁଥାଆନ୍ତି ସୌର ମାସର ନାମକରଣ ସେହି ରାଶିର ନାମ ଅନୁସାରେ ହୁଏ। ଯେଉଁ ଚାନ୍ଦ୍ର ମାସର ପୂର୍ଣ୍ଣିମାର ସନ୍ଧ୍ୟାରେ ଚନ୍ଦ୍ର ଯେଉଁ ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ସେହି ନକ୍ଷତ୍ରର ନାମ ଅନୁସାରେ ତତ୍ ପୂର୍ବବର୍ତ୍ତୀ ଚାନ୍ଦ୍ରମାସର ନାମକରଣ ହୁଏ। ଯଥା—ବୈଶାଖ ପୂର୍ଣ୍ଣିମାରେ ଚନ୍ଦ୍ର ବିଶାଖା ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ବୋଲି ପୂର୍ବବର୍ତ୍ତୀ ମାସର ନାମ ବୈଶାଖ। ଆକାଶରେ ନକ୍ଷତ୍ର ଓ ନକ୍ଷତ୍ରପୁଞ୍ଜମାନଙ୍କ ଅବସ୍ଥିତି— ମାନଙ୍କୁ ଧ୍ରୁବର ଅବସ୍ଥିତି ସଙ୍ଗେ ଓ ପରସ୍ପରର ଅବସ୍ଥିତି ସଙ୍ଗେ ତୁଳନା କଲେ ଧ୍ରୁବର ଅବସ୍ଥିତି ଅପରିବର୍ତ୍ତନୀୟ ବୋଲି ଜଣାଯାଏ। କିନ୍ତୁ ଆକାଶରେ ଆଉ କେତେଗୁଡିଏ ଉଜ୍ଜ୍ୱଳ ବସ୍ତୁ ବେଳେ ବେଳେ ଦେଖାଦିଅନ୍ତି; ସେମାନଙ୍କ ଗତି ଓ ଅବସ୍ଥିତି ନିୟମିତ ନୁହେ। ଏମାନଙ୍କୁ ଗ୍ରହ ବୋଲାଯାଏ। ଏମାନେ ତାରା ନୁହନ୍ତି କିନ୍ତୁ ତାରାପରି ଉଜ୍ଜ୍ୱଳ ଦେଖାଯିବାରୁ ଲୋକେ ଏହାଙ୍କୁ ବେଳେ ବେଳେ ଭ୍ରମରେ ତାରା ନାମରେ ଡାକନ୍ତି; ଯଥା—ପାହାନ୍ତି ତାରା ବା ପହରିକିଆ ତାରା;ଏହା ଶୁକ୍ର ନାମକ ଗୋଟିଏ ଗ୍ରହ। ଆଖିକୁ ଦେଖା ଯିବା ଗ୍ରହମାନଙ୍କ ସଂଖ୍ୟା 5 ଅଟେ—ଯଥା—ଶୁକ୍ର, ବୃହସ୍ପତି, ବୁଧ, ଶନି ଓ ମଙ୍ଗଳ। ଚନ୍ଦ୍ରର କକ୍ଷ ଓ କ୍ରାନ୍ତିରେଖାର ଅଧଃପାତ ବିନ୍ଦୁକୁ କେତୁ ଓ ଉର୍ଦ୍ଧ୍ୱପାତ ବିନ୍ଦୁକୁ ରାହୁ ବୋଲି ଦୁଇଟି ଗ୍ରହରୂପେ ହିନ୍ଦୁ ଜ୍ୟୋତିଷୀମାନେ ଗଣନା କରଅଛନ୍ତି। ଚନ୍ଦ୍ର, ସୂର୍ଯ୍ୟ, କେତୁ, ରାହୁ ଓ ଉପରୋକ୍ତ 5 ଟି ଗ୍ରହକୁ ହିନ୍ଦୁମାନେ ନବଗ୍ରହ ରୂପେ ଗଣନା କରନ୍ତି ଓ ସୂର୍ଯ୍ୟଙ୍କୁ ଗ୍ରହରାଜ କହନ୍ତି। — ପ୍ରତ୍ୟେକ ନକ୍ଷତ୍ର ପୃଥିବୀର ଚାରିଆଡେ27ଦିନରେ ଥରେ ଘୂରି ଆସେ ଏଥିପାଇଁ ନାକ୍ଷତ୍ରିକ ମାସ27ଦିନ ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷିକମାନେ27ଟି ସ୍ୱତନ୍ତ୍ର ତାରକା ବା ତାରକାପୁଞ୍ଜରେ ବିଭକ୍ତ କରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏଁ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି ନକ୍ଷତ୍ରମାନଙ୍କ ଅବସ୍ଥିତି ବିଷୟ ଭାଗବତ5ମ ସ୍କନ୍ଧ23ଶ ଅଧ୍ୟାୟରେ ବିବୃତ ହୋଇଅଛି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ନକ୍ଷତ୍ର ମାନେ ପୂର୍ବରେ ଉଦିତହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି ସବୁ ନକ୍ଷତ୍ର ଆକାଶର ଉତ୍ତରଦିଗରେ ଥିବା ଧ୍ରୁବ ନକ୍ଷତ୍ରକୁ କେନ୍ଦ୍ର (ବା ବେଙ୍ଗଳାର ମେରୀ ଖୁଣ୍ଟ)କରି ତାହାର ଚାରିଆଡେ ପୂର୍ବରୁ ପଶ୍ଚିମକୁ ଘାଉଁରି ଖାଇ ବୁଲୁଅଛନ୍ତି ଧ୍ରୁବନକ୍ଷତ୍ର ପୃଥିବୀର ଉତ୍ତରମେରୁର ଠିକ ମୁଣ୍ଡଉପରେ ଆକାଶରେ ଅବସ୍ଥିତ ଏହା ସର୍ବଦା ଆକାଶରେ ଏକ ସ୍ଥାନରେ ସ୍ଥିର ହୋଇଥାଏ,ଏହାର ଉଦୟ ବା ଅସ୍ତ ନାହିଁ ନାବିକମାନେ ଓ ମରୁଭୂମିରେ ଭୁଆଁବୁଲିବା ବାଟୋଇମାନେ ଏହି ଧ୍ରୁବନକ୍ଷତ୍ରକୁ ଦେଖି ଅକୂଳ ସମୂଦ୍ରରେ ଓ ଅପନ୍ତରା ମରୁଭୂମିରେ ରାତ୍ରିରେ ଦିଗ ନିର୍ଣ୍ଣୟ କରନ୍ତି ଏ ଧ୍ରୁବ ନକ୍ଷତ୍ରକୁ ଚିହ୍ନିବା ସହଜ ଅଟେ ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳ ନାମକ7ଟି ଉଜ୍ୱଳ ନକ୍ଷତ୍ର ବିଶିଷ୍ଟ ଗୋଟିଏ ନକ୍ଷତ୍ରପୁଞ୍ଜ ଅଛି; ଏହି ମଣ୍ଡଳର ମୁଣ୍ଡ ପାଖର2ଟି ନକ୍ଷତ୍ରକୁ ଯୋଗକରି ସେହି ଗାରକୁ ବଢାଇଦେଲେ ତାହା ଧ୍ରୁବ ତାରା ପାଖ ଦେଇଯିବ ଥରେ ଧ୍ରୁବକୁ ଓ ସପ୍ତର୍ଷିମଣ୍ଡଳକୁ ଚିହ୍ନି ରଖିଲେ ତାରାମାନଙ୍କୁ ଚିହ୍ନିବାକୁ ସହଜ ହୁଏ ପ୍ରତିଦିନ ପ୍ରତି ନକ୍ଷତ୍ର ପୂର୍ବଦିନ ଅପେକ୍ଷା4ମିନିଟ୍ ଲେଖାଏଁ ଡେରି କରି ଉଦିତ ହୁଏ; ଅର୍ଥାତ ଆଜି ଯେଉଁ ତାରା ସନ୍ଧ୍ୟା7ଟା ବେଳେ ଉଇଁଛି କାଲି ସେ ତାରା ଉଇଁଲାବେଳକୁ7ଟା ବାଜି4ମିନିଟ ହୋଇଥିବ ସୂର୍ଯ୍ୟ ଯେଉଁ ରାଶିରେ ଯେଉଁ ମାସରେ ଅବସ୍ଥାନ କରୁଥାଆନ୍ତି ସୌର ମାସର ନାମକରଣ ସେହି ରାଶିର ନାମ ଅନୁସାରେ ହୁଏ ଯେଉଁ ଚାନ୍ଦ୍ର ମାସର ପୂର୍ଣ୍ଣିମାର ସନ୍ଧ୍ୟାରେ ଚନ୍ଦ୍ର ଯେଉଁ ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ସେହି ନକ୍ଷତ୍ରର ନାମ ଅନୁସାରେ ତତ୍ ପୂର୍ବବର୍ତ୍ତୀ ଚାନ୍ଦ୍ରମାସର ନାମକରଣ ହୁଏ ଯଥା—ବୈଶାଖ ପୂର୍ଣ୍ଣିମାରେ ଚନ୍ଦ୍ର ବିଶାଖା ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ବୋଲି ପୂର୍ବବର୍ତ୍ତୀ ମାସର ନାମ ବୈଶାଖ ଆକାଶରେ ନକ୍ଷତ୍ର ଓ ନକ୍ଷତ୍ରପୁଞ୍ଜମାନଙ୍କ ଅବସ୍ଥିତି— ମାନଙ୍କୁ ଧ୍ରୁବର ଅବସ୍ଥିତି ସଙ୍ଗେ ଓ ପରସ୍ପରର ଅବସ୍ଥିତି ସଙ୍ଗେ ତୁଳନା କଲେ ଧ୍ରୁବର ଅବସ୍ଥିତି ଅପରିବର୍ତ୍ତନୀୟ ବୋଲି ଜଣାଯାଏ କିନ୍ତୁ ଆକାଶରେ ଆଉ କେତେଗୁଡିଏ ଉଜ୍ଜ୍ୱଳ ବସ୍ତୁ ବେଳେ ବେଳେ ଦେଖାଦିଅନ୍ତି; ସେମାନଙ୍କ ଗତି ଓ ଅବସ୍ଥିତି ନିୟମିତ ନୁହେ ଏମାନଙ୍କୁ ଗ୍ରହ ବୋଲାଯାଏ ଏମାନେ ତାରା ନୁହନ୍ତି କିନ୍ତୁ ତାରାପରି ଉଜ୍ଜ୍ୱଳ ଦେଖାଯିବାରୁ ଲୋକେ ଏହାଙ୍କୁ ବେଳେ ବେଳେ ଭ୍ରମରେ ତାରା ନାମରେ ଡାକନ୍ତି; ଯଥା—ପାହାନ୍ତି ତାରା ବା ପହରିକିଆ ତାରା;ଏହା ଶୁକ୍ର ନାମକ ଗୋଟିଏ ଗ୍ରହ ଆଖିକୁ ଦେଖା ଯିବା ଗ୍ରହମାନଙ୍କ ସଂଖ୍ୟା5ଅଟେ—ଯଥା—ଶୁକ୍ର, ବୃହସ୍ପତି, ବୁଧ, ଶନି ଓ ମଙ୍ଗଳ ଚନ୍ଦ୍ରର କକ୍ଷ ଓ କ୍ରାନ୍ତିରେଖାର ଅଧଃପାତ ବିନ୍ଦୁକୁ କେତୁ ଓ ଉର୍ଦ୍ଧ୍ୱପାତ ବିନ୍ଦୁକୁ ରାହୁ ବୋଲି ଦୁଇଟି ଗ୍ରହରୂପେ ହିନ୍ଦୁ ଜ୍ୟୋତିଷୀମାନେ ଗଣନା କରଅଛନ୍ତି ଚନ୍ଦ୍ର, ସୂର୍ଯ୍ୟ, କେତୁ, ରାହୁ ଓ ଉପରୋକ୍ତ5ଟି ଗ୍ରହକୁ ହିନ୍ଦୁମାନେ ନବଗ୍ରହ ରୂପେ ଗଣନା କରନ୍ତି ଓ ସୂର୍ଯ୍ୟଙ୍କୁ ଗ୍ରହରାଜ କହନ୍ତି
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — ପ୍ରାଚୀନ ହିନ୍ଦୁମାନେ ଚନ୍ଦ୍ରର ଗତିପଥର ସୀମା ମଧ୍ୟରେ ଥିବା ଭିନ୍ନ ଭିନ୍ନ ନକ୍ଷତ୍ରମାନଙ୍କୁ 27 ଟି ନାମ ଦେଇଥିଲେ ଓ ଏ 27 ନକ୍ଷତ୍ରରୁ ଅଧିକ ଅଭିଜିତ୍ ନାମରେ ଆଉ ଗୋଟିଏ ନକ୍ଷତ୍ରକୁ ଗଣୁ ଥିଲେ। ଏହା ଛଡା ଆକାଶର ଭିନ୍ନ ଭିନ୍ନ ଅଞ୍ଚଳରେ ଥିବା ଆଉ ଗୁଡିଏ ନକ୍ଷତ୍ରକୁ ହିନ୍ଦୁମାନେ ନାମ ଦେଇଥିଲେ। ହିନ୍ଦୁମାନଙ୍କ ବାରଟି ରାଶିର ନାମ ସଙ୍ଗେ ପ୍ରାଚୀନ ମିଶର, ଆରବ, ଗ୍ରୀସ୍ ଓ ରୋମବାସୀମାନଙ୍କ ପ୍ରଦତ୍ତ ନାମର ସାମଞ୍ଜସ୍ୟ ଅଛି। ଯଥା— ହିନ୍ଦୁମାନଙ୍କ ସିଂହ ରାଶି=ଗ୍ରୀକମାନଙ୍କର ଲିଓ=ସିଂହ; କିନ୍ତୁ ହିନ୍ଦୁମାନଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମ ସଙ୍ଗେ ଗ୍ରୀକ୍ ଆଦିଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମର ସାମଞ୍ଜସ୍ୟ ଦେଖା ଯାଏ ନାହିଁ। ହିନ୍ଦୁ ଜ୍ୟୋତିଷୋକ୍ତ 27 ନକ୍ଷତ୍ର ଯଥାକ୍ରମେ ପଶ୍ଚିମରୁ ପୂର୍ବଆଡ଼କୁ ଉଣ୍ଡିବାକୁ ହେବ। ଏ ନକ୍ଷତ୍ରମାନଙ୍କ ଆକାରର ସୂଚନା ବରାହ ମିହିର ଓ କାଳିଦାସକୃତ ସଂସ୍କୃତ କଟପାୟା ନାମକ ଗ୍ରନ୍ଥରେ ଓ କବିସୂର୍ଯ୍ୟଙ୍କ ସମକାଳୀନ କବିଚନ୍ଦ୍ରଙ୍କର ଓ ଆଧୁନିକ ଜ୍ୟୋତିଷୀ ଧନୀ ଦାସଙ୍କ ରଚିତ ଓଡିଆ ପଦ୍ୟ କଟପାୟାରେ ସୂଚିତ ହୋଇଅଛି। ଖ ଗୋଳ= 4 ସମକୋଣ= 360 ଡିଗ୍ରୀ। ଏହି 360 ଡିଗ୍ରୀକୁ 12 ଟି ରାଶି ଏବଂ 27 ଟି ନକ୍ଷତ୍ର ଅଧିକାର କରିଅଛି। ପ୍ରତ୍ୟେକ ରାଶିର ଅଧିକୃତ ସ୍ଥାନ= 360/12=30 ଡିଗ୍ରୀ, ଏବଂ ପ୍ରତ୍ୟେକ ନକ୍ଷତ୍ରର ଅଧିକୃତ ସ୍ଥାନ= 360/27=13 1/3 ଡିଗ୍ରୀ; ଅର୍ଥାତ୍ ପ୍ରତ୍ୟକ ରାଶିର ସୀମା ମଧ୍ୟରେ 2 1/4 ନକ୍ଷତ୍ର ଅଛି। — ପ୍ରାଚୀନ ହିନ୍ଦୁମାନେ ଚନ୍ଦ୍ରର ଗତିପଥର ସୀମା ମଧ୍ୟରେ ଥିବା ଭିନ୍ନ ଭିନ୍ନ ନକ୍ଷତ୍ରମାନଙ୍କୁ27ଟି ନାମ ଦେଇଥିଲେ ଓ ଏ27ନକ୍ଷତ୍ରରୁ ଅଧିକ ଅଭିଜିତ୍ ନାମରେ ଆଉ ଗୋଟିଏ ନକ୍ଷତ୍ରକୁ ଗଣୁ ଥିଲେ ଏହା ଛଡା ଆକାଶର ଭିନ୍ନ ଭିନ୍ନ ଅଞ୍ଚଳରେ ଥିବା ଆଉ ଗୁଡିଏ ନକ୍ଷତ୍ରକୁ ହିନ୍ଦୁମାନେ ନାମ ଦେଇଥିଲେ ହିନ୍ଦୁମାନଙ୍କ ବାରଟି ରାଶିର ନାମ ସଙ୍ଗେ ପ୍ରାଚୀନ ମିଶର, ଆରବ, ଗ୍ରୀସ୍ ଓ ରୋମବାସୀମାନଙ୍କ ପ୍ରଦତ୍ତ ନାମର ସାମଞ୍ଜସ୍ୟ ଅଛି ଯଥା— ହିନ୍ଦୁମାନଙ୍କ ସିଂହ ରାଶି=ଗ୍ରୀକମାନଙ୍କର ଲିଓ=ସିଂହ; କିନ୍ତୁ ହିନ୍ଦୁମାନଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମ ସଙ୍ଗେ ଗ୍ରୀକ୍ ଆଦିଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମର ସାମଞ୍ଜସ୍ୟ ଦେଖା ଯାଏ ନାହିଁ ହିନ୍ଦୁ ଜ୍ୟୋତିଷୋକ୍ତ27ନକ୍ଷତ୍ର ଯଥାକ୍ରମେ ପଶ୍ଚିମରୁ ପୂର୍ବଆଡ଼କୁ ଉଣ୍ଡିବାକୁ ହେବ ଏ ନକ୍ଷତ୍ରମାନଙ୍କ ଆକାରର ସୂଚନା ବରାହ ମିହିର ଓ କାଳିଦାସକୃତ ସଂସ୍କୃତ କଟପାୟା ନାମକ ଗ୍ରନ୍ଥରେ ଓ କବିସୂର୍ଯ୍ୟଙ୍କ ସମକାଳୀନ କବିଚନ୍ଦ୍ରଙ୍କର ଓ ଆଧୁନିକ ଜ୍ୟୋତିଷୀ ଧନୀ ଦାସଙ୍କ ରଚିତ ଓଡିଆ ପଦ୍ୟ କଟପାୟାରେ ସୂଚିତ ହୋଇଅଛି ଖ ଗୋଳ=4ସମକୋଣ=360ଡିଗ୍ରୀ ଏହି360ଡିଗ୍ରୀକୁ12ଟି ରାଶି ଏବଂ27ଟି ନକ୍ଷତ୍ର ଅଧିକାର କରିଅଛି ପ୍ରତ୍ୟେକ ରାଶିର ଅଧିକୃତ ସ୍ଥାନ=360/12=30ଡିଗ୍ରୀ, ଏବଂ ପ୍ରତ୍ୟେକ ନକ୍ଷତ୍ରର ଅଧିକୃତ ସ୍ଥାନ=360/27=13 1/3ଡିଗ୍ରୀ; ଅର୍ଥାତ୍ ପ୍ରତ୍ୟକ ରାଶିର ସୀମା ମଧ୍ୟରେ2 1/4ନକ୍ଷତ୍ର ଅଛି
- ସଂ. ବି (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ବା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର) — ମେଷ ରାଶି (ଲାଟିନ — Aries;ଇଂ. The ram)=ଅଶ୍ୱିନୀ ନକ୍ଷତ୍ର+ଦ୍ୱିଜା+/4କୃତ୍ତିକା