ଧଡ଼ା ଧରିବା Dhaṟḍ̠ā dharibā
- ଦେ. କ୍ରି — କୌଣସି ବସ୍ତୁକୁ ତରାଜୁରେ ଓଜନ କରିବା ପୂର୍ବରୁ ତରାଜୁର ଦଣ୍ଡକୁ ଭୂପୃଷ୍ଠ ସଙ୍ଗେ ସମତଳ କରିବା; ପାସଙ୍ଗ ଧରିବା — To make the scale-beam perfectly horizontal and the two pans equally balanced before weighing. any article in it; to adjust a scale by counterpoise; before weighing
- ଦେ. କ୍ରି — [ଦ୍ର—ତରାଜୁର ଦଣ୍ଡର ଦୁଇ ମୁଣ୍ଡରେ ଓହୋଳିଥିବା ପଲ୍ଲା ଦୁହେଁ ଓଜନରେ କମ ବେଶି ଥିଲେ ତୁଳାଦଣ୍ଡ ଭୂପୃଷ୍ଠରେ ସମତଳ ହୋଇ ରହେ ନାହିଁ। ଏପରି ଅବସ୍ଥାରେ ତଦ୍ଦ୍ୱାରା କୌଣସି ଦ୍ରବ୍ୟ ଓଜନ କଲେ ତଉଲ ଠିକ୍ ହୁଏ ନାହିଁ। ଏଥିପାଇଁ କୌଣସି ଦ୍ରବ୍ୟ ତଉଲିବା ପୂର୍ବରୁ ଆଗେ ତରାଜୁରେ ଦୁଇ ପଲ୍ଲା ସମାନ ଅଛି କି ନାହିଁ ଏହା ପରୀକ୍ଷା କରାଯାଏ ଓ ତୁଳାଦଣ୍ଡର ଯେଉଁ ମୁଣ୍ଡ ଅନ୍ୟ ମୁଣ୍ଡଠାରୁ ଉପରକୁ ଉଠିବାର ଦେଖାଯାଏ, ସେ ପାଖର ପଲ୍ଲାରେ ଗୋଡ଼ି ମାଟି ଆଦି ପକାଇ ତରାଜୁରେ ଦଣ୍ଡକୁ ଭୂପୃଷ୍ଠରେ ସମାନ୍ତର — (horizontal)କରାଯାଏ ଏହି ସମାନ୍ତରକରଣ କର୍ମକୁ ଧଡ଼ା ଧରିବା କହନ୍ତି ମଧ୍ୟ କୌଣସି ପାତ୍ରରେ ଘିଅ ଆଦି ଓଜନ କରିବାକୁ ହେଲେ ପ୍ରଥମେ ଏକ ପଲ୍ଲାରେ ଖାଲି ପାତ୍ରକୁ ରଖି ଅପର ପଲ୍ଲାରେ ଖାଲି ପାତ୍ରର ଓଜନକୁ ଚାହିଁ ମାଟି ଗୋଡ଼ି ଦେଇ ତୁଳା— ଦଣ୍ଡକୁ ଭୂମିର ସମତଳ କରାଯାଏ ପରେ ପାତ୍ରରେ ଘିଅ ଆଦି ଢାଳି ଅପର ପଲ୍ଲାରେ ବଟକରା ରଖି ଓଜନ କରାଯାଏ ବିଶା କାଠିରେ ଧଡ଼ା ଧରିବାର ରୀତି ପୃଥକ୍]