ଧ୍ୟାନ Dhyāna
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — ଯୋଗସାଧନର ଅଙ୍ଗବିଶେଷ; ମନନ; ମନେ ମନେ କଳ୍ପନ — Contemplation; meditation
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — [ଦ୍ର—ଯୋଗର ଆଠଗୋଟି ଅଙ୍ଗ ମଧ୍ୟରୁ ଧ୍ୟାନ ସପ୍ତମ ଅଟେ। ଏହା ଧାରଣା ଓ ସମାଧିର ମଧ୍ୟବର୍ତ୍ତୀ ଅବସ୍ଥା। ଯୋଗସାଧକ ପ୍ରତ୍ୟା— ହାର ଦ୍ୱାରା ଚିତ୍ତବୃତ୍ତି ଉପରେ ଅଧିକାର ଲାଭ କରିବା ପରେ ସେ ଚିତ୍ତବୃତ୍ତିକୁ ଅନ୍ୟ ସବୁଆଡ଼ୁ ଫେରାଇ ଆଣି ନାଭି ଆଦି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଭିନିବିଷ୍ଟ କରେ। ଯୋଗର ଏହି ପ୍ରକ୍ରିୟା ବା ଅଙ୍ଗକୁ ଧାରଣା ବୋଲାଯାଏ। ଧାରଣା ଯେତେବେଳେ ଏପରି ଅବସ୍ଥାରେ ପହଞ୍ଚେ ଯେ ଧାରଣୀୟ ବସ୍ତୁ ସଙ୍ଗେ ଚିତ୍ତର ପ୍ରତ୍ୟୟର ଏକତାନତା ହୋଇଯାଏ ତେତେବେଳେ ତାହାକୁ ଧ୍ୟାନ ବୋଲାଯାଏ। ଯେତେ— ବେଳେ ଧ୍ୟାନ ଏହି ଅବସ୍ଥା ପ୍ରାପ୍ତ ହୁଏ ଯେ, ଧ୍ୟାତା ଧ୍ୟେୟ ବିଷୟରେ ତନ୍ମୟ ହୋଇଯାଏ ଓ ଧ୍ୟାତାର ହୃଦୟରେ ଧ୍ୟେୟ ବିଷୟ ଛଡ଼ା ଜଗତରେ ଅନ୍ୟ କୌଣସି ବିଷୟର ପ୍ରତୀତି ଆଦୌ ସ୍ଥାନ ପାଏ ନାହିଁ ଓ ସେ ନିଜରସତ୍ତାକୁ ସୁଦ୍ଧା ଭୁଲିଯାଏ ତେତେବେଳେ ଏହି ଅବସ୍ଥାକୁ ସମାଧି ବୋଲାଯାଏ। ବୌଦ୍ଧ ଓ ଜୈନମାନଙ୍କ ମତରେ ଉତ୍ତମ ସଂହନନଯୁକ୍ତ ଚିତ୍ତର ଅବରୋଧର ନାମ ଧ୍ୟାନ ଅଟେ— ହି. ଶବ୍ଦସାଗର।]
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — ଭାବନା; ଚିନ୍ତନ; ଏକ ବିଷୟକ ଜ୍ଞାନଧାରା — Reflection; thought
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — ସ୍ମରଣ; ଖିଆଲ; ସ୍ମୃତି — Recollection; remembrance
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — ଏକ ବିଷୟରେ ଏକାଗ୍ର ଚିନ୍ତା — Wrapt attention to one subject; concentrated attention to one particular matter
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — କୌଣସି ଦେବତାଙ୍କର ରୂପ ଚିନ୍ତା — Meditation upon the image of a Deity
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — [ଦ୍ର—କୌଣସି ଦେବତାଙ୍କ ମନ୍ତ୍ର ଜପ କରିବା ପୂର୍ବରୁ ସେ ଦେବତାଙ୍କର ରୂପ ଧ୍ୟାନ କରାଯାଏ। ଧ୍ୟାନ ଦ୍ୱାରା ଉକ୍ତ ଦେବତାଙ୍କ ରୂପ ମନଶ୍ଚକ୍ଷୁରେ ପ୍ରତିଭାତ ହେଲେ ତାଙ୍କ ମନ୍ତ୍ର ଜପ କରାଯାଏ। ଭିନ୍ନ ଭିନ୍ନ ଦେବତାଙ୍କର ଧ୍ୟାନ ଭିନ୍ନ ଭିନ୍ନ ଅଟେ।]
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — ଅଭିନିବେଶ — Attention
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — ଧାରଣା ବିଷୟରେ ଏକାଗ୍ରତା — Concentration of thought on a certain matter
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — ଅଦ୍ୱିତୀୟ ବ୍ରହ୍ମବସ୍ତୁରେ ଅନ୍ତଃକରଣର ବୃତ୍ତି ପ୍ରବାହ — The flow of thought towards the Supreme or Essential Being of the universe; divine intuition or discernment; abstract contemplation
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — ଶାସ୍ତ୍ରାଦିରେ ବର୍ଣ୍ଣିତ ଦେବତାଙ୍କର ଭିନ୍ନ ଭିନ୍ନ ଅଙ୍ଗର ଓ ଧୃତ ଅସ୍ତ୍ରଶସ୍ତ୍ରାଦିର ଓ ରୂପର ବର୍ଣ୍ଣନା — Description of the particular form, limbs and weapons etc of a Deity as given in religious tracts
- ସଂ. ବି (ଧ୍ୟୈ ଧାତୁ= ଚିନ୍ତା କରିବା+ ଭାବ. ଅନ) — କୌଣସି ଦେବତାଙ୍କର ବିଶିଷ୍ଟ ଗୁଣ ସମ୍ବନ୍ଧୀୟ କଳ୍ପନା — Mental representation of the peculiar attributes of a Deity