ଧୌତି Dhauti

  • ସଂ. ବି. (ଧାବ୍ ଧାତୁ+କର୍ମ. ତି) — ଧୋତି — Cloth
  • ସଂ. ବି. (ଧାବ୍ ଧାତୁ+କର୍ମ. ତି) — (ଧୌତୀ—ଅନ୍ୟରୂପ)
  • ସଂ. ବି. (ଧାବ୍ ଧାତୁ+କର୍ମ. ତି) — ଯୋଗସାଧନାର ଅଙ୍ଗ ବିଶେଷ; ଅଙ୍ଗୁଳି ଦ୍ୱାରା ମଳଦ୍ୱାରର ଅଭ୍ୟନ୍ତର ଶୋଧନ କରିବା ପ୍ରକ୍ରିୟା ବିଶେଷ — The practise of washing the rectum with the fingers after a motion of the bowels
  • ସଂ. ବି. (ଧାବ୍ ଧାତୁ+କର୍ମ. ତି) — [ଦ୍ର—ମଳୋତ୍ସର୍ଗ ପରେ ଜଳଶୌଚ କରିବା ସମୟରେ ତୈଳାକ୍ତ ତର୍ଜନୀ ବା ମଧ୍ୟମାଙ୍ଗୁଳିକୁ ଶୌଚଜଳସିକ୍ତ କରି ଗୁହ୍ୟରନ୍ଧ୍ର— ବାଟେ ଭିତରକୁ ପୂରାଇ ଭିତରେ ଲାଗିଥିବା ମଳକଣାମାନ ପରିଷ୍କାର କରିବା ପ୍ରକ୍ରିୟାକୁ ଧୌତି ବୋଲାଯାଏ। ଏହାଦ୍ୱାରା ଗୁହ୍ୟ ଦେଶ ପରିଷ୍କୃତ ହୁଏ ଓ ଅପାନବାୟୁ ଦୂଷିତ ହୋଇ ନ ପାରିବାରୁ ସ୍ୱାସ୍ଥ୍ୟ ଭଲ ରହେ। ଏହା ଅଜୀର୍ଣ୍ଣ, ଅର୍ଶଃ ଓ କୋଷ୍ଠବଦ୍ଧତା ଆଦି ରୋଗ ନାଶ କରେ।]
  • ସଂ. ବି. (ଧାବ୍ ଧାତୁ+କର୍ମ. ତି) — ଶରୀରର ବାହାର ଭିତର ଶୁଦ୍ଧ କରିବାର ହଠଯୋଗର କ୍ରିୟା ବିଶେଷ (ହି.ଶବ୍ଦସାଗର) — A mode of cleansing the inside and outside of one's body practised by persons exercising Haṭha-j̄oga
  • ସଂ. ବି. (ଧାବ୍ ଧାତୁ+କର୍ମ. ତି) — [ଦ୍ର—ଘେରଣ୍ଡ ସଂହିତାରେ ଧୌତି 4 ପ୍ରକାର ବର୍ଣ୍ଣିତ ହୋଇ ଅଛି—ଅନ୍ତ ଧୌତି, ଦନ୍ତଧୌତି, ହୃଦ୍ଧୌତି ଓ ମୂଳଶୋଧନ। ଅନ୍ତଧୌତି ମଧ୍ୟ 4 ପ୍ରକାର ଯଥା—ବାତସାର, ବାରିସାର, ବହ୍ନିସାର ଓ ବହିଷ୍କୃତ। ବାତସାରରେ ମୁହଁକୁ କୁଆଥଣ୍ଟ ପରି ଗୋଜିଆ କରି ସେହି ଛିଦ୍ର ବାଟେ ପବନ ଟାଣି ନେଇ ପାଟିରେ ପୂରାଇବ, ପୁଣି ତାହା ମୁହଁ ବାଟେ ଛାଡ଼ିବ। ବାରିସାରରେ ଗଳା ପର୍ଯ୍ୟନ୍ତ ପାଣି ପିଇ ତାହା ଅଧୋମାର୍ଗ ବାଟେ ଛାଡ଼ିବ। ବହ୍ନିସାରରେ ଶ୍ୱାସ ବନ୍ଦ କରି ପେଟକୁ ଖଙ୍କା କରି ନାଭିକୁ ଶହେଥର ମେରୁଦଣ୍ଡରେ ଲଗାଇବ। ବହିଷ୍କୃତରେ ମୁହଁକୁ କୁଆଥଣ୍ଟ ପରି ଗୋଜିଆ କରି ସେହି ଛିଦ୍ର ବାଟେ ପବନ ଟାଣି ପେଟରେ ପବନ ଭରତି କରି ପବନକୁ ପେଟରେ 4 ଦଣ୍ଡ ରଖି ଅଧୋମାର୍ଗରେ ତାହା ଛାଡ଼ିବ। ଏମାନ କରିବା ପରେ ନାଭି ପର୍ଯ୍ୟନ୍ତ ପାଣିରେ ଠିଆହୋଇ ଅନ୍ତବୁଜୁଳାକୁ ବାହାର କରି ତହିଁମଧ୍ୟରୁ ମଳ ଯାକ ସଫା କରି ପୁଣି ତାହା ଉଦରରେ ପୂରାଇବ। ଦନ୍ତଧୌତି ମଧ୍ୟ 5 ପ୍ରକାରର—ଦନ୍ତମୂଳ, ଜିହ୍ୱାମୂଳ, ରନ୍ଧ୍ର, କର୍ଣ୍ଣଦ୍ୱାର ଓ କପାଳରନ୍ଧ୍ର। ଜିଭକୁ ଚୁମୁଟାଦ୍ୱାରା ଟାଣି ଜିହ୍ୱାମୂଳ ଶୁଦ୍ଧି କରାଯାଏ। ରନ୍ଧ୍ରଧୌତିରେ ନାକରେ ପାଣି ପିଇବ ଓ ମୁହଁବାଟେ ପାଣି କାଢ଼ିବ, ପୁଣି ମୁହଁବାଟେ ପାଣି ପିଇ ନାକବାଟେ କାଢ଼ିବ। ଜଳପାନ ଓ ନିଷ୍କାସନ ଦ୍ୱାରା ହୃଦ୍ଧୌତି ଓ ମଳୋତ୍ସର୍ଗାନ୍ତେ ଶୌଚ କରିବା ବେଳେ ଅଙ୍ଗୁଳି ଦ୍ୱାରା ଗୁହ୍ୟରନ୍ଧ୍ରର ଭିତର ସଫା କରିବ—ହି. ଶବ୍ଦସାଗର। ] — [ଦ୍ର—ଘେରଣ୍ଡ ସଂହିତାରେ ଧୌତି4ପ୍ରକାର ବର୍ଣ୍ଣିତ ହୋଇ ଅଛି—ଅନ୍ତ ଧୌତି, ଦନ୍ତଧୌତି, ହୃଦ୍ଧୌତି ଓ ମୂଳଶୋଧନ ଅନ୍ତଧୌତି ମଧ୍ୟ4ପ୍ରକାର ଯଥା—ବାତସାର, ବାରିସାର, ବହ୍ନିସାର ଓ ବହିଷ୍କୃତ ବାତସାରରେ ମୁହଁକୁ କୁଆଥଣ୍ଟ ପରି ଗୋଜିଆ କରି ସେହି ଛିଦ୍ର ବାଟେ ପବନ ଟାଣି ନେଇ ପାଟିରେ ପୂରାଇବ, ପୁଣି ତାହା ମୁହଁ ବାଟେ ଛାଡ଼ିବ ବାରିସାରରେ ଗଳା ପର୍ଯ୍ୟନ୍ତ ପାଣି ପିଇ ତାହା ଅଧୋମାର୍ଗ ବାଟେ ଛାଡ଼ିବ ବହ୍ନିସାରରେ ଶ୍ୱାସ ବନ୍ଦ କରି ପେଟକୁ ଖଙ୍କା କରି ନାଭିକୁ ଶହେଥର ମେରୁଦଣ୍ଡରେ ଲଗାଇବ ବହିଷ୍କୃତରେ ମୁହଁକୁ କୁଆଥଣ୍ଟ ପରି ଗୋଜିଆ କରି ସେହି ଛିଦ୍ର ବାଟେ ପବନ ଟାଣି ପେଟରେ ପବନ ଭରତି କରି ପବନକୁ ପେଟରେ4ଦଣ୍ଡ ରଖି ଅଧୋମାର୍ଗରେ ତାହା ଛାଡ଼ିବ ଏମାନ କରିବା ପରେ ନାଭି ପର୍ଯ୍ୟନ୍ତ ପାଣିରେ ଠିଆହୋଇ ଅନ୍ତବୁଜୁଳାକୁ ବାହାର କରି ତହିଁମଧ୍ୟରୁ ମଳ ଯାକ ସଫା କରି ପୁଣି ତାହା ଉଦରରେ ପୂରାଇବ ଦନ୍ତଧୌତି ମଧ୍ୟ5ପ୍ରକାରର—ଦନ୍ତମୂଳ, ଜିହ୍ୱାମୂଳ, ରନ୍ଧ୍ର, କର୍ଣ୍ଣଦ୍ୱାର ଓ କପାଳରନ୍ଧ୍ର ଜିଭକୁ ଚୁମୁଟାଦ୍ୱାରା ଟାଣି ଜିହ୍ୱାମୂଳ ଶୁଦ୍ଧି କରାଯାଏ ରନ୍ଧ୍ରଧୌତିରେ ନାକରେ ପାଣି ପିଇବ ଓ ମୁହଁବାଟେ ପାଣି କାଢ଼ିବ, ପୁଣି ମୁହଁବାଟେ ପାଣି ପିଇ ନାକବାଟେ କାଢ଼ିବ ଜଳପାନ ଓ ନିଷ୍କାସନ ଦ୍ୱାରା ହୃଦ୍ଧୌତି ଓ ମଳୋତ୍ସର୍ଗାନ୍ତେ ଶୌଚ କରିବା ବେଳେ ଅଙ୍ଗୁଳି ଦ୍ୱାରା ଗୁହ୍ୟରନ୍ଧ୍ରର ଭିତର ସଫା କରିବ—ହି. ଶବ୍ଦସାଗର ]
  • ସଂ. ବି. (ଧାବ୍ ଧାତୁ+କର୍ମ. ତି) — ଯୋଗସାଧନର ଏକ ପ୍ରକ୍ରିୟା; ଯଦ୍ଦ୍ୱାରା 2 ଆଙ୍ଗୁଳ ଚୌଡ଼ା ଓ 10 ହାତ ଲମ୍ବ କନାକୁ ପାଟି ବାଟେ ଗିଳି ପେଟକୁ ନେଇ, ତହିଁ ଉପରେ ପାଣି ପିଇ ଉକ୍ତ କନାକୁ ଧୀର ଧୀରେ ପାଟିବାଟେ କଢ଼ାଯାଏ (ହି. ଶବ୍ଦସାଗର) — ଯୋଗସାଧନର ଏକ ପ୍ରକ୍ରିୟା; ଯଦ୍ଦ୍ୱାରା2ଆଙ୍ଗୁଳ ଚୌଡ଼ା ଓ10ହାତ ଲମ୍ବ କନାକୁ ପାଟି ବାଟେ ଗିଳି ପେଟକୁ ନେଇ, ତହିଁ ଉପରେ ପାଣି ପିଇ ଉକ୍ତ କନାକୁ ଧୀର ଧୀରେ ପାଟିବାଟେ କଢ଼ାଯାଏ (ହି. ଶବ୍ଦସାଗର)— . An exercise of Joga in which a long and narrow strip of cloth is swallowed up and gradually brought out
  • ସଂ. ବି. (ଧାବ୍ ଧାତୁ+କର୍ମ. ତି) — ଯୋଗକ୍ରିୟାରେ ଅନ୍ତଶୋଧନାର୍ଥ ବ୍ୟବହୃତ ଲମ୍ବ ଓ ସରୁଆ କନା (ହି. ଶବ୍ଦସାଗର) — A strip of long and narrow cloth used in cleansing the stomach in j̄oga exercise