ଧୂଳି ଦେବା Dhūḻi debā
- ଦେ. କ୍ରି. — ଶିଶୁ; ବାଳକ, ସେବକ ଆଦିଙ୍କ ମଙ୍ଗଳ କାମନାର୍ଥ ସେମାନଙ୍କ ମୁଣ୍ଡରେ (ଗୁରୁଜନ) ପଦଧୂଳି ପକାଇବା; ଚରଣଧୂଳି ପ୍ରଦାନ କରିବା — To lay the dust of one's feet on the head of one's younger, wishing him bliss
- ଦେ. କ୍ରି. — (ଆଖିରେ) ଧୂଳି ଦେବା; ଅନ୍ୟ ବ୍ୟକ୍ତିକୁ ଆଖି ଆଗରେ ଠକାଇବା — To throw dust in the eyes; to deceive a person in his very face
- ଦେ. କ୍ରି. — (ଲକ୍ଷଣାର୍ଥଃ) କୌଣସି ବ୍ୟକ୍ତିର ଜୀବିକା ଉପାର୍ଜନ ପନ୍ଥାରେ ବାଧା ଦେବା; ଦାନାରେ ଧୂଳି ଦେବା — (figurative) To put obstacles in the way of one's means of living