ଧୂଳି ଉଡ଼େଇବା Dhūḻi uṟḍ̠eibā

  • ଦେ. କ୍ରି. (ସଂ. ଧୂଳି+ଉଡ୍ଡୟନ) — ଧୂଳିମୟ ରାସ୍ତାରେ ଚାଲିବାଦ୍ୱାରା ରାସ୍ତାର ଧୂଳିକୁ ପାଦ ବା ଖୁରାର ଆଘାତଦ୍ୱାରା ପବନରେ ସଞ୍ଚାଳିତ କରିବା — To raise the dust from a dusty road by the tread of the feet or hoofs
  • ଦେ. କ୍ରି. (ସଂ. ଧୂଳି+ଉଡ୍ଡୟନ) — ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବାରଡ଼ି ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି। ମଧୁସୂଦନ. ଛାନ୍ଦମାଳା।
  • ଦେ. କ୍ରି. (ସଂ. ଧୂଳି+ଉଡ୍ଡୟନ) — ଯେଉଁଆଡ଼ୁ ପବନ ବହୁଛି ସେହିଆଡ଼ୁ କୌଣସି ବ୍ୟକ୍ତି— ଆଡ଼କୁ ବା ଉପରକୁ ଧୂଳିକୁ ସଞ୍ଚାଳିତ କରିବା — To cause dust to be blown towards a person by wind
  • ଦେ. କ୍ରି. (ସଂ. ଧୂଳି+ଉଡ୍ଡୟନ) — ଧୂଳା ଉଡ଼ାଇବା (ଦେଖ) — Dhūḻā uṟḍ̠āibā (See)
  • ଦେ. କ୍ରି. (ସଂ. ଧୂଳି+ଉଡ୍ଡୟନ) — (ପବନ ବା ବତାସ) ଭୂପୃଷ୍ଠରେ ଥିବା ଧୂଳିକୁ ଶୂନ୍ୟକୁ ସଞ୍ଚାଳିତ କରିବା — (the wind or tempest) To raise the dust off the ground