ଧୁନ୍ଧୁ Dhundhu

  • ସଂ. ବି. (ନାମ) — ମଧୁ ଦୈତ୍ୟର ପୁତ୍ର; ଏକ ରାକ୍ଷସର ନାମ — Name of a demon
  • ସଂ. ବି. (ନାମ) — [ଦ୍ର—ହରିବଂଶରେ ଲେଖା ଅଛି ଯେ ସଂସାରକୁ ନଷ୍ଟ କରିବା କାମନାରେ ଧୁନ୍ଧୁ ମରୁଭୂମି ନିମ୍ନରେ ବାଲିରେ ଲୁଚି ତପସ୍ୟା କଲା। ତାହାର ନିଶ୍ୱାସରେ ଭୂମି କମ୍ପୁଥାଏ ଓ ପର୍ବତମାନ ହଲି ଯାଉଥାଏ। ମହାରାଜା ବୃହଦଶ୍ୱ ନିଜ ପୁତ୍ର କୁବଳୟାଶ୍ୱଙ୍କୁ ରାଜ୍ୟଭାର ଦେଇ ବାନପ୍ରସ୍ଥ କରିବା ସମୟରେ ଏ ଦୈତ୍ୟକୁ ମାରି ପକାଇବା ପାଇଁ ଉତଂକ ନାମକ ଜଣେ ଋଷି ବୃହଦଶ୍ୱଙ୍କୁ କହିଲେ; କିନ୍ତୁ ବୃହଦଶ୍ୱ ବାନପ୍ରସ୍ଥ ଅବଲମ୍ବନ କରି- ଥିବାରୁ ସ୍ୱୟଂ ଅସ୍ତ୍ର ଧାରଣ କରିବେ ନାହିଁ ବୋଲି ସ୍ୱୀୟ ପୁତ୍ରଙ୍କୁ ଏ ରାକ୍ଷସକୁ ମାରିବା ପାଇଁ ଆଦେଶ ଦେଲେ। କୁବଳୟାଶ୍ୱ ନିଜର ଶହେ ପୁତ୍ରଙ୍କୁ ଘେନି ଏହା ସଙ୍ଗେ ଯୁଦ୍ଧ କଲେ। ପୁତ୍ରମାନଙ୍କ ମଧ୍ୟରୁ 67 ଜଣଙ୍କୁ ଓ ଶେଷରେ କୁବଳୟାଶ୍ୱଙ୍କୁ ଧୁନ୍ଧୁ ବଧ କଲା। ଧୁନ୍ଧୁ କୁବଳୟାଶ୍ୱଙ୍କୁ ବଧ କରିଥିଲେହେଁ କୁବଳୟାଶ୍ୱଙ୍କ ନାମ ଧୁନ୍ଧୁମାର ହେଲା। ହି. ଶ।] — [ଦ୍ର—ହରିବଂଶରେ ଲେଖା ଅଛି ଯେ ସଂସାରକୁ ନଷ୍ଟ କରିବା କାମନାରେ ଧୁନ୍ଧୁ ମରୁଭୂମି ନିମ୍ନରେ ବାଲିରେ ଲୁଚି ତପସ୍ୟା କଲା ତାହାର ନିଶ୍ୱାସରେ ଭୂମି କମ୍ପୁଥାଏ ଓ ପର୍ବତମାନ ହଲି ଯାଉଥାଏ ମହାରାଜା ବୃହଦଶ୍ୱ ନିଜ ପୁତ୍ର କୁବଳୟାଶ୍ୱଙ୍କୁ ରାଜ୍ୟଭାର ଦେଇ ବାନପ୍ରସ୍ଥ କରିବା ସମୟରେ ଏ ଦୈତ୍ୟକୁ ମାରି ପକାଇବା ପାଇଁ ଉତଂକ ନାମକ ଜଣେ ଋଷି ବୃହଦଶ୍ୱଙ୍କୁ କହିଲେ; କିନ୍ତୁ ବୃହଦଶ୍ୱ ବାନପ୍ରସ୍ଥ ଅବଲମ୍ବନ କରି- ଥିବାରୁ ସ୍ୱୟଂ ଅସ୍ତ୍ର ଧାରଣ କରିବେ ନାହିଁ ବୋଲି ସ୍ୱୀୟ ପୁତ୍ରଙ୍କୁ ଏ ରାକ୍ଷସକୁ ମାରିବା ପାଇଁ ଆଦେଶ ଦେଲେ କୁବଳୟାଶ୍ୱ ନିଜର ଶହେ ପୁତ୍ରଙ୍କୁ ଘେନି ଏହା ସଙ୍ଗେ ଯୁଦ୍ଧ କଲେ ପୁତ୍ରମାନଙ୍କ ମଧ୍ୟରୁ67ଜଣଙ୍କୁ ଓ ଶେଷରେ କୁବଳୟାଶ୍ୱଙ୍କୁ ଧୁନ୍ଧୁ ବଧ କଲା ଧୁନ୍ଧୁ କୁବଳୟାଶ୍ୱଙ୍କୁ ବଧ କରିଥିଲେହେଁ କୁବଳୟାଶ୍ୱଙ୍କ ନାମ ଧୁନ୍ଧୁମାର ହେଲା ହି. ଶ]