ଧାନ୍ୟ Dhānya
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — 4 ରତି ପରିମିତ ଓଜନ — 4ରତି ପରିମିତ ଓଜନ— . A standard weight of 4 Ratis
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ଧାନ ଗଛ — Paddy plant; Oriza Sativa
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ଧାନ (ଶସ୍ୟ) — Paddy (grain)
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ଧନିଆ — Coriander
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ଧାନ ଜାତୀୟ ଶସ୍ୟ (ଯଥା—ବ୍ରୀହି, ଯବ, ଗୋଧୂମ, ମସୁର ଆଦି) — Corn, grain, cereals; pulse
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — [ଦ୍ର—ପାଚିବା ଋତୁ ଅନୁସାରେ ଶାଳୀ, ଷାଷ୍ଠିକ ଓ ବ୍ରୀହି ଭେଦରେ ଧାନ୍ୟ ତ୍ରିବିଧ। ପୂର୍ବକାଳରେ ଧାନ ଓ ବ୍ରୀହି ଶବ୍ଦ ଦ୍ୱୟ ଏକାର୍ଥବାଚକ ଥିଲା। ତହିଁର ଅର୍ଥ ଖାଦ୍ୟ ଶସ୍ୟ। ଅମରକୋଷ ଓ ମେଦିନୀରେ ଧାନ୍ୟ ଓ ବ୍ରୀହି ଏକ ଥିବାର ଉଲ୍ଲେଖ ଅଛି। କେହି କେହି ଶାସ୍ତ୍ରକାର ଧାନ୍ୟକୁ ପାଞ୍ଚ ଭାଗରେ ବିଭକ୍ତ କରିବାର ଦେଖାଯାଏ
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — କ୍ଷୁଦ୍ର ବା କଙ୍ଗୁ ଧାନ୍ୟ—ଶୁଆଁ, ଚୀନା, କୋଦୁଅ।
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ଶାଳୀ ଧାନ୍ୟ—ଶାରଦ ବା ହୈମନ୍ତିକ ଧାନ।
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ଷାଷ୍ଠିକ ଧାନ୍ୟ—ଦାଳୁଅ ଧାନ।
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ବ୍ରୀହି ଧାନ୍ୟ—ବିଆଳି ଧାନ।
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ଶୂକ ଧାନ୍ୟ ବା ଶିମ୍ବୀ ଧାନ୍ୟ—ଯେଉଁ ଶସ୍ୟ ଛୁଇଁ (ଶୂକ ବା ଶିମ୍ବୀ) ମଧ୍ୟରେ ଥାଏ, ଯଥା—ବୁଟ, ବିରି, ମୁଗ, ହରଡ଼, ମସୁର, ବରଗୁଡ଼ି ଆଦି।
- ସଂ. ବି. (ଧନ+ସ୍ୱାର୍ଥରେ. ଯ) — ଉପରୋକ୍ତ ଗଣନାରେ କେହି କହି ଷାଷ୍ଠିକ ଧାନ୍ୟ ( 3 ୟ) ପରିବର୍ତ୍ତେ ଶିମ୍ବୀ ଧାନ୍ୟ ଓ ଷଷ୍ଠରେ ଶୂକ ଧାନ୍ୟ ଗଣନା କରି ଅଛନ୍ତି। ଯେଉଁ ଶସ୍ୟ ଶିମ୍ବୀ (ଛୁଇଁ) ମଧ୍ୟରେ ଥାଏ ତାହାକୁ ଶିମ୍ବୀ ଧାନ୍ୟ (ଯଥା - ମୁଗ, ବିରି, ହରଡ଼, ମସୁର, କୋଳଥ, ବରଗୁଡ଼ି) ଓ ଯେଉଁ ଶସ୍ୟ ଅଗରେ ଶୂକ (ଶିଂଘ ବା ନିଶ) ଥାଏ ତାକୁ ଶୂକ ଧାନ୍ୟ (ଯଥା - ବାଳୁଙ୍ଗା, ଗହମ, ଯବ) ରୂପେ ଗଣିଅଛନ୍ତି।] — ଉପରୋକ୍ତ ଗଣନାରେ କେହି କହି ଷାଷ୍ଠିକ ଧାନ୍ୟ (3ୟ) ପରିବର୍ତ୍ତେ ଶିମ୍ବୀ ଧାନ୍ୟ ଓ ଷଷ୍ଠରେ ଶୂକ ଧାନ୍ୟ ଗଣନା କରି ଅଛନ୍ତି ଯେଉଁ ଶସ୍ୟ ଶିମ୍ବୀ (ଛୁଇଁ) ମଧ୍ୟରେ ଥାଏ ତାହାକୁ ଶିମ୍ବୀ ଧାନ୍ୟ (ଯଥା - ମୁଗ, ବିରି, ହରଡ଼, ମସୁର, କୋଳଥ, ବରଗୁଡ଼ି) ଓ ଯେଉଁ ଶସ୍ୟ ଅଗରେ ଶୂକ (ଶିଂଘ ବା ନିଶ) ଥାଏ ତାକୁ ଶୂକ ଧାନ୍ୟ (ଯଥା - ବାଳୁଙ୍ଗା, ଗହମ, ଯବ) ରୂପେ ଗଣିଅଛନ୍ତି]