ଧର୍ମପିତା Dharma pitā
- ସଂ. ବି. (ଧର୍ମ+ପିତୃ; 1 ମା. 1 ବ.) — ଧର୍ମଶାସ୍ତ୍ର ଅନୁସାରେ ଆପଣାର ପିତୃସ୍ଥାନୀୟ ବ୍ୟକ୍ତି — A person standing in the relation of a father to a person according to the Ṡāstras
- ସଂ. ବି. (ଧର୍ମ+ପିତୃ; 1 ମା. 1 ବ.) — ଯାହାଙ୍କ ସଙ୍ଗେ ମହାପ୍ରସାଦ ଆଦିଦ୍ୱାରା ପିତୃ ସମ୍ପର୍କ ସ୍ଥାପିତ ହେଇଥାଏ — God—father; a person with whom the relationship of father is set up by the exchange of Mahāprasāda etc
- ସଂ. ବି. (ଧର୍ମ+ପିତୃ; 1 ମା. 1 ବ.) — [ଦ୍ର—ଏହିପରି ଧର୍ମ ଭ୍ରାତା, ଧର୍ମ ଭଗିନୀ, ଧର୍ମ ମାତା ଆଦି ପଦ ହୁଏ। ଶାସ୍ତ୍ର ଅନୁସାରେ ଜନ୍ମଦାତା, କନ୍ୟାଦାତା, ଭୟତ୍ରାତା, ବିଦ୍ୟା— ଗୁରୁ, ଜ୍ୟେଷ୍ଠଭ୍ରାତା, ଆଶ୍ରୟଦାତା, ଦୀକ୍ଷାଗୁରୁ ଓ ରାଜା ଏମାନେ ପିତାଙ୍କ ପରି ପୂଜ୍ୟ। ଗୁରୁପୁତ୍ର ଭ୍ରାତୃସ୍ଥାନୀୟ, ଗୁରୁପତ୍ନୀ, ଶାଶୁ, ରାଣୀ, ଜ୍ୟେଷ୍ଠ ଭ୍ରାତୃପତ୍ନୀ, ବ୍ରାହ୍ମଣୀ, ପର ସ୍ତ୍ରୀ, ବିଧବା, ମାଇଁ, ମାଉସୀ ଓ ପିଉସୀ—ଏମାନେ ମାତୃସ୍ଥାନୀୟା। ଗୁରୁକନ୍ୟା ଓ ସହାଧ୍ୟାୟୀର ଭଗିନୀ—ଏମାନେ ଭଗିନୀସ୍ଥାନୀୟା। ଶିଷ୍ୟପତ୍ନୀ, ଭ୍ରାତୃସ୍ପୁତ୍ରୀ, ଭାଣିଜୀ, ପୁତ୍ରବଧୂ—ଏମାନେ କନ୍ୟାସ୍ଥାନୀୟା।]