ଧର୍ମ ପୁତ୍ର Dharma putra

  • ସଂ. ବି. (ଧର୍ମ+ପୁତ୍ର) — ଯୁଧିଷ୍ଠିର — J̄udhishṭhira
  • ସଂ. ବି. (ଧର୍ମ+ପୁତ୍ର) — [କୁନ୍ତୀଙ୍କ ଗର୍ଭରେ ଧର୍ମରାଜ ବା ଯମଙ୍କ ଔରସରେ ଏ ଜନ୍ମ ହୋଇଥିଲେ।]
  • ସଂ. ବି. (ଧର୍ମ+ପୁତ୍ର) — ଔରସ ପୁତ୍ର; ବିବାହିତା ସ୍ତ୍ରୀ ଗର୍ଭରୁ ସ୍ୱାମୀର ଔରସ ସନ୍ତାନ — Legitimate son; a son begotton by the husband on his married wife
  • ସଂ. ବି. (ଧର୍ମ+ପୁତ୍ର) — ଧାର୍ମିକ ପୁତ୍ର (ଜ୍ଞାନେନ୍ଦ୍ର) — A son practising piety
  • ସଂ. ବି. (ଧର୍ମ+ପୁତ୍ର) — ପୋଷ୍ୟ ପୁତ୍ର — Adopted son
  • ଦେ. ବି. — ଧରମପୁଅ; ମହାପ୍ରସାଦ ସମ୍ବନ୍ଧ ସ୍ଥାପନଦ୍ୱାରା ସ୍ୱୀକୃତ ପୁତ୍ର — A god-son
  • ଦେ. ବି. — [ଦ୍ର—ଆମ୍ଭମାନଙ୍କ ଦେଶରେ ବିଭିନ୍ନ ଜାତୀୟ ଓ ନିଃସମ୍ପର୍କ ବ୍ୟକ୍ତିମାନଙ୍କ ମଧ୍ୟରେ ଧର୍ମ ମହାପ୍ରସାଦ ସମ୍ବନ୍ଧଦ୍ୱାରା ପିତା, ମା, ପୁତ୍ର, କନ୍ୟା, ଭ୍ରାତା, ଭଗିନୀ, ସଙ୍ଗାତ, ମଇତ୍ର ଆଦି ଧର୍ମ— ସମ୍ବନ୍ଧ ସ୍ଥାପିତ ହୋଇଥାଏ। ଏହିପରି ଧର୍ମସନ୍ତାନ (ଧରମପୁଅ), ଧର୍ମ କନ୍ୟା, ଧର୍ମଦୁହିତା (ଧରମଝିଅ), ଧର୍ମପିତା (ଧରମ ବାପ) ଧର୍ମ ମାତା (ଧରମମାଆ), ଧରମଭ୍ରାତା (ଧରମଭାଇ), ଧର୍ମଭଗିନୀ (ଧରମ ଭଉଣୀ) ଆଦି ଶବ୍ଦ ନିଷ୍ପନ୍ନ ହୁଏ।]