ଧର୍ମ ଦେବତା Dharma debatā

  • ସଂ. ବି. (ଧର୍ମ+ଦେବତା) — ପାପୀର ଦଣ୍ଡ ଓ ପୁଣ୍ୟ— ବାନ୍ର ପୁରସ୍କାରଦାତା ଈଶ୍ୱର; ପୃଥିବୀର ସୃଷ୍ଟି— କର୍ତ୍ତା; ଈଶ୍ୱର — God; the Righteous and just God
  • ସଂ. ବି. (ଧର୍ମ+ଦେବତା) — ଯମ — j̄ama
  • ସଂ. ବି. (ଧର୍ମ+ଦେବତା) — ସୂର୍ଯ୍ୟଦେବ — The Sun-god
  • ସଂ. ବି. (ଧର୍ମ+ଦେବତା) — ଠୁଳ ଶୂନ୍ୟ ଅଣାକାର ପୁରୁଷ — The Invisible God
  • ସଂ. ବି. (ଧର୍ମ+ଦେବତା) — [ଦ୍ର—ପାପର ଦଣ୍ଡଦାତା ଓ ପୁଣ୍ୟର ପୁରସ୍କାରଦାତା ଭଗବାନଙ୍କ ସମ୍ବନ୍ଧେ ହିନ୍ଦୁ ଶାସ୍ତ୍ର ଓ ବୌଦ୍ଧ ଶାସ୍ତ୍ରମାନ ସାଧାରଣ ଲୋକଙ୍କ ମନରେ ନାନା ପ୍ରକାରର ଗୋଳମାଳିଆ ଭାବ ଉପସ୍ଥିତ କରାଇଥିବାର ଦେଖା ଯାଏ। ଅତ୍ୟାଚାରୀକୁ ଦଣ୍ଡ ଦେବା ନିମନ୍ତେ ନିରାଶ୍ରୟ ଅତ୍ୟାଚାରିତ ବ୍ୟକ୍ତି ଯେଉଁ ଧର୍ମଦେବତାଙ୍କୁ ଡାକ ପକାଏ ଓ ପାଣି ଆଞ୍ଜୁଳା ଟେକେ, ସେ ଇହକାଳରେ ପାପୀକୁ ଦଣ୍ଡ ଦେବେ ବୋଲି ତାହାର ବିଶ୍ୱାସ ଥାଏ। କୁମ୍ଭୀପାଟୁଆ ମାନେ ସେହି ଧର୍ମ ଦେବତାଙ୍କୁ ସୂର୍ଯ୍ୟରୂପେ କଳ୍ପନା କରିଛନ୍ତି। ବିଧାତା, ଯମ, ଅଣାକାର, ବିଷ୍ଣୁ ଆଦି ସେହି ଧର୍ମ ଦେବତାଙ୍କର ଆକାର।]